11 ଇଞ୍ଜାଁ, ପ୍ରବୁ ମ଼ସାଇଁ ଏଲେଇଚେସି, 12 "ନା଼ନୁ ଇସ୍ରାୟେଲ ଲ଼କୁତି ବା଼ଚା ୱେଞ୍ଜାମାଇଁ; ନୀନୁ ଏ଼ୱାରାଇଁ ୱେହ୍ମୁ, ମୀରୁ ମିଡ଼୍ଅଲା ବେ଼ଲା ଊଙ୍ଗା ତିଞ୍ଜେରି, ଅ଼ଡ଼େ ଲା଼ଇ ରା଼ନ୍ଦା ତିଞ୍ଜାହାଁ ପାଞ୍ଜିଦେରି; ଏଚେଟିଏ ନା଼ନୁ ମୀ ପ୍ରବୁ ମାହାପୂରୁତେଏଁ ଏ଼ଦାଆଁ ମୀରୁ ପୁଞ୍ଜେରି।"
13 ଏଚେଟିଏ ମିଡ଼୍ଅଲା ବେ଼ଲା ତୁମ୍ବାୟାଁ ୱା଼ହାଁ ତୂମୁ ଇଲ୍କା ସା଼ରିୱାକି ନେଞ୍ଜାହାଚୁ, ଇଞ୍ଜାଁ ଲା଼ଇ ବେ଼ଲାତା ତୂମୁ ସା଼ରିୱାକି ପେଣ୍ଡି ରିତେ। 14 ଈଦାଣି ଡା଼ୟୁ ରିହାମାଚି ପେଣ୍ଡି ୱା଼ୟାଲିଏ ବୂମିତି ମାଚୁ ଲେହେଁ ଗୁର୍ଞ୍ଜିତି ଊଣା ଊଣା ଆ଼ସ୍ତି ବାଟାତା ଡ଼ୟିତେ। 15 ଏଚେଟିଏ ଇସ୍ରାୟେଲ ଲ଼କୁ ଏ଼ଦାଆଁ ମେସାହାଁ ତା଼ମ୍ବୁ ତା଼ମ୍ବୁଏ ୱେସ୍ପି ଆ଼ତେରି, "ଈଦି ଏ଼ନାୟି16:15 ଈଦି ଏ଼ନାୟି/ଏବ୍ରି ହା଼ଡା ତଲେ ମାନ୍ହୁଁ ?" ଇଚିହିଁ ଏ଼ଦି ଏ଼ନାୟି ମାଚେ, ଏ଼ୱାରି ପୁଞ୍ଜା ହିଲାଆତେରି। ଏଚେଟିଏ ମ଼ସା ଏଲେଇଚେସି, "ଈଦି ମିଙ୍ଗେ ତାକି ପ୍ରବୁ ହିୟାତି ରା଼ନ୍ଦା।