2 ଏଚିବେ଼ଲା ଇସ୍ରାୟେଲ ଲ଼କୁତି ବାରେ କୁଲମି ମ଼ସା ଅ଼ଡ଼େ ହାରଣ କ଼ପାଟି ବାଟାତା ବା଼ଚା କିତେରି। 3 ଇଞ୍ଜାଁ, ଇସ୍ରାୟେଲ ଲ଼କୁ ଏ଼ୱାରାଇଁ ଏଲେଇଚେରି, "ଆୟ଼ତା ମା଼ମ୍ବୁ ଏଚିବେ଼ଲା ଊଙ୍ଗା ଡ:କା ଦାରି କୁଗାହାଁ ବାଣ୍ଡି ପାଞ୍ଜେ ରା଼ନ୍ଦା ତିଞ୍ଜିମାଚମି, ଏଚିବେ଼ଲା ମା଼ମ୍ବୁ ମିସର ଦେ଼ସାତା ପ୍ରବୁ କେୟୁତା ହା଼ତମିମା। ମୀରୁ ଈ ବାରେ କୁଲମିତି ହାକିଟି ପା଼ୟାଲି ତାକି ମାଙ୍ଗେ ହ଼ପ୍ହାଁ ଈ ବାଟାତା ତାଚାମାଞ୍ଜାଦେରି।"