28 ନବୂଖଦ୍ନିତ୍ସର ଇର୍ହାନ୍, "ଶଦ୍ରକ୍, ମୈଶକ୍ ମାରି ଅବେଦ୍ନଗୋତି ମାପୁରୁ ଦନ୍ୟ, ଏନ୍ଦାଇର୍ରିଙ୍ଗା ୱାନ୍ ୱାନି ଦୁତ୍କାଙ୍ଗ୍ ପୋକ୍ତାନ୍ ମାରି ୱାନି ଏମେ ଦାସର ୱାନି ଲାକ୍ତୁ ବିସ୍ବାସ୍ କିତାର୍ ମାରି ନିଜେଦି ମାପୁରୁଦିଙ୍ଗ୍ ଡ଼ିସ୍ତିଙ୍ଗ୍ ଏଣ୍ଡେସ୍କି ଆଇ ଏମେ ଦିୟାମ୍କାଙ୍ଗ୍ ସେବା ବା ମାଡ଼ିସ୍ କିଏର୍, ଇୟାଉଣ୍ଡିଙ୍ଗ୍ ରାଜାଦି ମାଟା ଆସ୍ଏଣ୍ଡା ଆଜି ନିଜେ ନିଜେ ମେନ୍ଦଲ ସର୍ପେ କିତାର୍, ୱାନ୍ ୱାରିଙ୍ଗ୍ ରକିୟା କିତାନ୍ ।"
29 "ଇୟାଉଣ୍ଡିଙ୍ଗ୍ ନାନୁ ଇୟା ଆଦେସ୍ ସିଜିନା ଜେ, ଏମେ ୱିଜୁ କୁଟୁମ୍, ଦେସ୍ତି ଲୋକୁ ମାରି ଆଇ ଆଇ ବାସାଦି ଲୋକୁ, ଶଦ୍ରକ୍, ମୈଶକ୍, ମାରି ଅବେଦ୍ନଗୋତି ମାପୁରୁଦି ବିରୁଦ୍ତାନ୍ ଏମେବା ତାଗିଇ ମାଟା ଇନାର୍, ୱାର୍ ମୁକା ମୁକା ଆଜି କୟାନାର୍ ମାରି ୱାରି ଇଲ୍କୁ ଗାତାମ୍ ଗାଦି ଆନାତ୍; ଇର୍ରିଙ୍ଗ୍ ଇୟାୱାଜା ରକିୟା କିଦେଙ୍ଗ୍ ସାକ୍ତି ମାରି ଏମେ ଦିୟାମ୍ ସିଲେତ୍ ।"