2 ୱାନି ସାସନ୍ କାଡ଼ାଦି ପାର୍ତୁମ୍ ବାର୍ସୁଦୁ ନାନ୍, ଦାନିୟେଲ, ସାସ୍ତ୍ରଦି ଇସାବ୍ଦି କାଡ଼ା, ଇର୍ରିଙ୍ଗ୍, ଜିରୁସାଲମଦି ନାସ୍ଟୁ ଆନି ବେଡ଼ାଦି ସତୁରି ବାର୍ସେକ୍ ଆନି ବିସୟ୍ତାନ୍ ପ୍ରବୁଦି ଆମା ମାଟା ଜିରିମିୟ ବବିସ୍ୟଦ୍ବକ୍ତାଦି ଲାକ୍ତୁ ଇତା ମାର୍ହାତ୍, ଆକା ନାନ୍ ବୁଜାତା । 3 ମାରି ନାନ୍ ଉପାସ୍ଦାନ୍, ବାସ୍ତା ଆରାତା ମାରି ନିରୁ ଉସାଜି ପାର୍ତନା ମାରି ବାତିଙ୍ଗ୍ମାଲ୍ଜି ପ୍ରବୁ ମାପୁରୁଦିଙ୍ଗ୍ ସେବା କିନି ଉଣ୍ତିଙ୍ଗ୍ ୱାନି ଉଣ୍ତିଙ୍ଗ୍ ମୋନ୍ସିତା ।
Publicidade