ବାବିଲୋନ୍ରେ ଦାନିୟେଲ୍ ଓଡ଼ୋଃ ଆୟାଃ ଗାତିକ
1 ଯିହୁଦା ଦିଶୁମ୍ରେନ୍ ରାଜା ଯିହୋୟାକିମ୍ଆଃ ରାଇଜ୍ତାନ୍ ଦିପିଲିରାଃ ଆପି ବାରାଷ୍ରେ ବାବିଲୋନ୍ରେନ୍ ରାଜା ନେବୁଖଦ୍ନେଜର୍ ଯୀରୁଶାଲେମ୍ତେ ହିଜୁଃକେଦ୍ତେ ଏନ୍ ନାଗାର୍କେ ଆକ୍ତେୟାର୍କେଦା। 2 ପ୍ରାଭୁ ଯିହୁଦା ଦିଶୁମ୍ରେନ୍ ରାଜା ଯିହୋୟାକିମ୍କେ ଓଡ଼ୋଃ ପାର୍ମେଶ୍ୱାର୍ଆଃ ମାନ୍ଦିର୍ ଅଡ଼ାଃରେୟାଃ ଚିମିନ୍ ଜିନିଷ୍କକେ ଇନିୟାଃ ତିଃଇରେ ଜିମାକେଦା। ଇନିଃ ଏନ୍ ସବେନାଃ ଇଦିକେଦ୍ତେ ସିନିୟର୍ ଦିଶୁମ୍ରେ ତାଇନ୍ତାନ୍ ଆୟାଃ ମାହାପୁରୁକଆଃ ମାନ୍ଦିର୍ ଅଡ଼ାଃରାଃ ଭାଣ୍ଡାର୍ରେ ଦହକେଦା।
3 ଏନ୍ତେ ରାଜା ଚାକୁରାକଆଃ ମାରାଙ୍ଗ୍ ସାହେବ୍ ଅସ୍ପନସ୍କେ ଆଚୁକିୟା, ଦାସିୟଃ ନାଙ୍ଗ୍ ତଲ୍ ଇଦିକାନ୍ ରାଜ୍ଘାରାନା ଅଡ଼ାଃରେନ୍ ଚିମିନ୍ ହଡ଼କ ଓଡ଼ୋଃ ଇସ୍ରାଏଲ୍ରେନ୍ ଚିମିନ୍ ମାପ୍ରାଙ୍ଗ୍ ଅଡ଼ାଃରେନ୍ ହଡ଼କଏତେ, 4 ନେପେଲ୍ରେ ସୁଗାଡ଼ାନ୍, ବେଗାର୍ ଦାଗିୟାକାନ୍, ସବେନ୍ ଲେକାନ୍ ସେଣାଁତେ ପେରେଜାକାନ୍, ଜାଲ୍ଦି ଇତୁଧାବଃକ ଓଡ଼ୋଃ ରାଜ୍ମାହାଲ୍ରେ କାମି ଦାଡ଼ି ଲେକାନ୍ ପେଡ଼େୟାନ୍ ସେପେଡ଼େଦ୍କକେ ଆଉକେଦ୍ତେ କଲ୍ଦିୟ ହଡ଼କଆଃ ଜାଗାର୍ ଓଡ଼ୋଃ ଅନଲ୍ ଦାଡ଼ିନାଙ୍ଗ୍ ଇତୁକମ୍ ମେନ୍ତେ ରାଜା ନେବୁଖଦ୍ନେଜର୍ ଆୟାଃ ଦାସି ଅସ୍ପନସ୍କେ କାଜିକିୟା। 5 ଇନ୍କୁ ଜେ’ଲେକା ଆପି ବାରାଷ୍ରେୟାଃ ଟୁଣ୍ଡୁରେ ରାଜାରାଃ ଆୟାର୍ରେ ତିଙ୍ଗୁ ଦାଡ଼ିନାଃକ, ଏନାମେନ୍ତେ ରାଜା ଆୟାଃ ଜଜମାଃଏତେ ଓଡ଼ୋଃ ନୁଁ’ତାନ୍ ଦାଖ୍ରାସିଏତେ ସବେନ୍ ହୁଲାଙ୍ଗ୍ ଇନ୍କୁକେ ଏମାକ ନାଗେନ୍ତେ ଓଡ଼ୋଃ ଆପି ବାରାଷ୍ ଜାକେଦ୍ ଇନ୍କୁକେ ଇତୁକ ନାଗେନ୍ତେ ହୁକୁମ୍ ଏମ୍କେଦା। 6 ଏନ୍ ସାଲାକାନ୍ ହଡ଼କଏତେ ଯିହୁଦା କିଲିରେନ୍ ଦାନିୟେଲ୍, ହନାନିୟ, ମିଶାୟେଲ୍ ଓଡ଼ୋଃ ଅସରିୟ ତାଇକେନାକ।