9 କାଇକେବଇଲେ, ସେ ପର୍ତୁମ୍ ମାସର୍ ପର୍ତୁମ୍ ଦିନେ ବାବିଲେ ଅନି ଆଇବାର୍ ଆରାମ୍ କଲା, ଆରି ତାର୍ ଲଗେ ପର୍ମେସରର୍ ଆତର୍ ଆସିର୍ବାଦ୍ ଅଇଲାକେ ସେ ପାଞ୍ଚ୍ ମାସର୍ ପର୍ତୁମ୍ ଦିନେ ଜିରୁସାଲାମେ କେଟ୍ଲା । 10 ସେଟାର୍ ପାଇଁ ଏଜ୍ରା ସବୁବେଲର୍ ମାପ୍ରୁର୍ ନିଅମ୍ ଦେକ୍ଲା ଆରି ପାଲନ୍ କର୍ବାକେ, ଇସ୍ରାଏଲ୍ ଲଗେ ବିଦି ଆରି ସାସନ୍ ସିକିଆ ଦେବାକେ ନିଜର୍ ମନ ଦେଇ ରଇଲା ।