ଦାନିଏଲ୍ ବାରି ମେଁନେ ସାଙ୍ଗଇଂନେ ଉସ୍ରା
1 ଯିହୁଦାନେ ଇଃସାଙ୍ଗ୍ ଯିହୋୟାକୀମ୍ନେ ସାସନ୍ନେ ଞ୍ଜି ମୁଆଁ ବେଲା ବାବିଲ୍ନେ ଇଃସାଙ୍ଗ୍ ନବୂଖଦ୍ନିତ୍ସର୍ ଯିରୂଶାଲମଅରିଆ ପାଙ୍ଗ୍ଚେ ଇନିକେ ଗେରେଆର୍କେ । 2 1:2 ୨ୟ ବଂଶାବଲି ୩୬:୭ବାରି ମାପ୍ରୁ ଯିହୁଦାନେ ଇଃସାଙ୍ଗ୍ ଯିହୋୟାକୀମ୍ ଆରି ପର୍ମେସର୍ନେ ଡୁଆନେ ଉଃଡ଼ିକ୍ଲିଗ୍ ମୁତା ମେଁନେ ନ୍ତିଅରିଆ ଅପେଃ ବିକେ; ଆତ୍ବା ମେଁ ଶିନୀୟର ଦେସ୍ଅରିଆ ଲେଃକ୍ନେ ନିଜେନେ ଦେବ୍ ମନ୍ଦିର୍କେ ତେନ୍ ସାପା ଡୁଙ୍ଗ୍ୱେକେ ଆରି ମୁତାଇଂ ସାପା ମେଁ ଦେବ୍ତାନେ ଭଣ୍ଡାର ଡୁଆନ୍ୟା ବକେ ।
3 ବାରି, ଇଃସାଙ୍ଗ୍ ଇସ୍ରାଏଲ୍ନେ ରେମୁଆଁଇଂ ବିତ୍ରେବାନ୍, ଆରି, ରାଜାଇଂନେ ବଂସ ଆରି ନେତା ବଂସବାନ୍ 4 ମାଚିନାକ୍ନେ, ସୁନ୍ଦର୍ ଆରି ସାପା ବୁଦିଅରିଆ ବପୁ, ବିଦ୍ୟାଅରିଆ ବୟ୍ଙ୍କାର୍, ବୁଦିଅରିଆ ଜ୍ଞାନି ଆରି ଇଃସାଙ୍ଗ୍ ଡୁଆଅରିଆ ତୁଆଁନ୍ସା ସୁନ୍ଦର୍ ଉଃଡ଼ିକ୍ଲିଗ୍ ଙ୍ଗିରେ ରେମୁଆଁଇଂକେ ଡୁଙ୍ଗ୍ପାଙ୍ଗ୍ ନ୍ସାଃ ଆରି କଲଦୀୟ ବିଦ୍ୟା ଆରି ବ୍ନାଲିର୍ ଆସିକେ ନ୍ସାଃ ନିଜେନେ ଆଣ୍ଡାରେଇଂନେ ନେତା ଅସ୍ପନସ୍କେ ବାସଙ୍ଗ୍କେ । 5 ଆରି, ମେଇଂ ଡିରକମ୍ ଞ୍ଜି ମୁଆଁନେ ସାରାସାରି ବେଲା ଇଃସାଙ୍ଗ୍ନେ ଡାଗ୍ରା ତୁଆଁ ଆର୍ଏ, ଆକେନ୍ସାଃ ଇଃସାଙ୍ଗ୍ ମେଇଂନେ ନ୍ସାଃ ଇଃସାଙ୍ଗ୍ନେ କାଦି ଜିନିସ୍ବାନ୍ ଆରି ଉଗ୍ନେ ଦ୍ରାକ୍ୟା ରସ୍ବାନ୍ କାଲାଆଃ ବାଗ୍ ବିଃନ୍ସା ଆରି ଞ୍ଜି ମୁଆଁ ଜାକ ଆମେଇଂକେ ବିଃଚଙ୍ଗ୍ ନ୍ସାଃ ଜଜନା ଡିଂକେ । 6 ଆକ୍ମେଇଂନେ ବିତ୍ରେ ଯିହୁଦା ବଂସନେ ଦାନିଏଲ୍, ହନାନିୟ, ମୀଶାୟେଲ୍ ଆରି ଅସରୀୟ ଲେଃଆର୍ଗେ ।