ମନଙ୍ ଞନଙ୍ଞଙ୍ବର୍ ଆମୁଲ
1 ଦାଉଦନ୍ ଆ ଡାଙ୍ଗଡ଼ାଅନ୍ ଇସ୍ରାଏଲନ୍ ଆରାଜା ସୋଲ୍ମନନ୍ ଆମନଙ୍ ଞନଙ୍ଞଙ୍ବର୍,
2 ଗିଆନନ୍ ଡ ଞନଙ୍ବରନ୍ ଆଜନନା ଆସନ୍; ଗିଆନବରନ୍ ଆବର୍ନେ ଆନିୟମ୍ ଆସନ୍; 3 ମନଙ୍ ଞଣ୍ତ୍ରମ୍ନେନ୍, ବୟ୍ଲେଗଡନ୍ ଡ ମନଙ୍ ଅନିୟମନ୍ ଆରି ନିଆୟନ୍ ଆ ବିସୟଲୋଙ୍ ଞନଙନ୍ ଆଜନା ଆସନ୍, 4 ଆନିଞ୍ଜି ଏର୍ଜନନାନ୍ ଆମନ୍ରାଜିଆଡଙ୍ ଅବ୍କିଲ୍କିଲ୍ତଜି,ଆରି ବେଣ୍ତିଆସିଜଞ୍ଜି ଏଙ୍ଗାଲେ ପଡ଼େନେନ୍ ଡ ମନଙ୍ ଅନିୟମନ୍ ଡେତେ, ତିଆତେ ରପ୍ତି ଞଙ୍ଞଙ୍ତଜି; 5 ଏଙ୍ଗାଲେ ଗିଆନମରନ୍ ତିଆତେ ଅମ୍ଡଙ୍ଲେ ପଣ୍ତିତଲୋଙନ୍ ଗୋଗୋୟ୍ତେ ଆରି ବୁଡ୍ଡିମରନ୍ ମନଙ୍ ଞନଙ୍ଞଙ୍ବରନ୍ ଞାଙ୍ତେ, 6 ଆରି ଅବୟ୍ ଞନଙ୍ବରନ୍ ଡ ଅବୟ୍ ସୋବ୍ସୋବ୍ବରନ୍ ଆରି ପଣ୍ତିତଞ୍ଜି ଆବର୍ନେ ଡ ଆ ଜରୁବରଞ୍ଜି ଗନ୍ଲୁଡ୍ତବେନ୍ ।
ବେଣ୍ତିଆ ପସିଜଞ୍ଜିଆଡଙ୍ ଆ ଞନଙ୍ବର୍
7 ପ୍ରବୁନ୍ ଆବର୍ନେ ଆବନତଙ୍, ଗିଆନନ୍ ଆସନୁସୁ, ବନ୍ଡ ଏର୍ବୁଡ୍ଡିମରଞ୍ଜି ଗିଆନନ୍ ଡ ଞନଙ୍ବରନ୍ ଆଲ୍ଲେତଜି ।