1 ଦ୍ରାକ୍ୟାଡାନ୍ ଗନବ୍ରୟ୍ମଡ୍ଗୋ ଆରି ଅଲିନ୍ ଅନବ୍ଗୋଡ଼େମର୍ଗୋ; ଅଙ୍ଗା ଆମନ୍ରା ତି ବାତ୍ତେ ବନ୍ନୁଲ୍ତେ ଆନିନ୍ ବୁଡ୍ଡିମର୍ ତଡ୍ ।
2 ରାଜାନ୍ ଆବନ୍ରାବ୍ ସିଅଁକିଡନ୍ ଆଗନୁରୁମ୍ ଅନ୍ତମ୍ ବରନ୍ତଙନ୍; ଆନା ଆନିନ୍ଆଡଙ୍ ବବ୍ରାବ୍ତେ ଆନିନ୍ ଆପରାନ୍ନାନ୍ ଆ ବିରୁଦଲୋଙ୍ ଇର୍ସେନ୍ ଲୁମ୍ତେ ।
3 ଗୋଡ଼େନ୍ ସିଲଡ୍ କଡ଼ିଙ୍ଲେ ଆଡକୋନେ ଆମନ୍ରା ଆ ଗନୁଗୁନ୍; ବନ୍ଡ ଅଡ଼୍କୋ ପେଲ୍ଲାମରନ୍ ଗୋଡ଼େନ୍ ଅମ୍ଡୁଙ୍ତାୟ୍ ।
4 ରଙାନ୍ ଆସନ୍ ଆଡ଼ସାମରନ୍ ଅନର୍ରନେ ତିଆସନ୍ ଗଗ୍ଗଡ୍ନେଇଙନ୍ ସାଜେନ୍ ଜନଙ୍ଡେନ୍ ଇନ୍ନିଙ୍ ଅଃଞାଙେ ।
5 ମନ୍ରାନ୍ ଆନିୟମ୍ ଜରୁ କୁଆଡାନ୍ ଅନ୍ତମ୍, ବନ୍ଡ ବୁଡ୍ଡିମରନ୍ ତିଆତେ ଅମ୍ଡୁଙ୍ତେ ।
6 ଲାଙ୍ଲେଡ୍ ମନ୍ରାଞ୍ଜି ରମ୍ମଙ୍ ରମ୍ମଙ୍ ଆ ମନଙ୍ବରନ୍ ବର୍ରେଙ୍ଲନ୍ ପାଙ୍ତଜି ବନ୍ଡ ଡର୍ନେଡମନ୍ ଆମନ୍ରା ଆନା ରବାଙ୍ଲେ ରପ୍ତିଏ ?
7 ଅଙ୍ଗା ଆ ଡରମ୍ମମର୍ ଆ ଲବଡ୍ଡିନ୍ ବାତ୍ତେ ଞଣ୍ତ୍ରମ୍ତନ୍ ଆନିନ୍ ଆତିକ୍କି ଆଅନଞ୍ଜିଆଡଙ୍ ଆସିର୍ବାଦନ୍ ଞାଙ୍ତଜି ।
8 ଅଙ୍ଗା ରାଜା ପନ୍ସୁଆତି ତରଙ୍କୁମ୍ଲୋଙନ୍ ତଙ୍କୁମ୍ତେ ଆନିନ୍ଡମନ୍ ଆମଡ୍ ବାତ୍ତେ ଅଡ଼୍କୋ ଇର୍ସେଞ୍ଜି ଜନାତେ ।
9 ଞେନ୍ ମନ୍ନଡମ୍ଞେନ୍ ମବ୍ଡ଼ିର୍ଲାୟ୍ ଆରି ଞେନ୍ ଇର୍ସେଡମ୍ଞେନ୍ ସିଲଡ୍ ମନଡ଼ିରନ୍ ଞାଙ୍ଲାୟ୍ ଗାମ୍ଲେ ଆନା ବର୍ରନ୍ ରପ୍ତିଏ ?
10 ଏର୍ଜାଡ଼ିକାନ୍ ଆ ଗୁଣ୍ତୁ ଡ ଏର୍ଜାଡ଼ିକାନ୍ ଆଜନଙ୍ଡାଙ୍ ବାଗୁନ୍ ଆତେ ଆବସରିନ୍ ସଦାପ୍ରବୁନ୍ ଏଡ଼ୁର୍ମଡ୍ତଜି ।
11 ଅବୟ୍ ପସିୟ୍ ଜାକିଁୟ୍ଡେନ୍ ଆନିନ୍ ଲବଡ୍ଡି ଆରି ବୟ୍ଲେ ଅଡ଼େ ଇଜ୍ଜା, ଆକାବ୍ବାଡ଼ାନ୍ ଗିୟ୍ଲେ ଏଙ୍ଗାଗୋସିୟ୍ ଜନାଲଙ୍ତନ୍ ।
12 ଅନମ୍ଡଙନ୍ ଆସନ୍ ଅଲୁଡନ୍ ଆରି ଗନିଜନ୍ ଆସନ୍ ଅମଡନ୍ କେନ୍ ବାଗୁନ୍ ପ୍ରବୁନ୍ ଗବ୍ଡେଲେନ୍ ।
13 ଲୁଲ୍ଲୁଡନ୍ ଏଡୁଙ୍ୟମ୍ଡନ୍, ଇଜ୍ଜାଡେନ୍ ଆମ୍ବେନ୍ ଡୋଲେୟ୍ମର୍ ଡେତବେନ୍; ଆମ୍ବେନ୍ ଆକୁବ୍ମଡ୍ନାବା, ଏତ୍ତେଲ୍ଡେନ୍ ଜନୋମ୍ଜୋମନ୍ ବାତ୍ତେ ମନଅଁଞନ୍ ଞାଙ୍ତେ ।
14 ଆଞରିତେନ୍ ଆମନ୍ରା ବର୍ତନ୍ ମନଙ୍ତଡ୍ ମନଙ୍ତଡ୍, ଗାମ୍ତେ ବନ୍ଡ ଆ ତଙର୍ଗଡନ୍ ଆଜିର୍ତେନ୍ ଆଡିଡ୍ ଗର୍ବତନେ ।
15 ସୁନ୍ନାନ୍ ଡକୋ ଆରି ମୁକ୍ତାନ୍ ନିୟ୍ ଡକୋ, ବନ୍ଡ ଗିଆନଡମନ୍ ଆଉସାଲ୍ତମ୍ ମଡ଼ଗାଡମନ୍ ଆରନ୍ନା ଅନ୍ତମ୍ ।
16 ଆନ୍ନିଙ୍ ଏର୍ନମ୍ମଡନ୍ ଆମନ୍ରା ଆସନ୍ ଜାମନିନ୍ ତନଙେଣ୍ଡେନ୍ ଆସିନ୍ରିନ୍ ଡକ୍କୋବା ଆରି ବଡେସାବାୟ୍ ଆସନ୍ ଜାମନିନ୍ ତନଙେଣ୍ଡେନ୍ ଏତ୍ତେଲ୍ଡେନ୍ ଆନିନ୍ଆଡଙ୍ ବଣ୍ତାନ୍ ଡକୋବା ।
17 କଣ୍ଡାୟ୍ଲେ ଆରର୍ଜେତେନ୍ ଆଜନୋମ୍ଜୋମ୍ ମନ୍ରାନ୍ ମନା ଅବ୍ଡିସୟ୍ତେ, ବନ୍ଡ ଆତନିକ୍କି ତଅଡ୍ଲୋଙ୍ବେନ୍ ଗୁଡ୍ଡିଅରନ୍ ବରିୟ୍ତେ ।
18 ଞନଙ୍ଞଙ୍ବରନ୍ ବାତ୍ତେ ଅଡ଼୍କୋନ୍ ଆନିୟମ୍ଜି ଗନବ୍ରିନ୍ ଡେତେ; ଆମ୍ବେନ୍ ମନଙ୍ ବରଞ୍ଜି ମାନ୍ନେଲେ ଅଲ୍ଜୁଜ୍ଜେବାନ୍ ଜିର୍ବା ।
19 ଅଙ୍ଗା ମନ୍ରା ତୁର୍ବିଲଙ୍ ବରନ୍ ଆସନ୍ ବୁଲ୍ଲେତେ ଆନିନ୍ ସନସବରଞ୍ଜି ଡକ୍କୋଲେ ଅଃରପ୍ତିଏ; ତିଆସନ୍ ଆନା ଆ ଉସାଲ୍ତମନ୍ ରୋଲେ ଡକ୍କୋତେ ଆନିନ୍ ସରିନ୍ ଏଗଡ଼ିଡଙ୍ନେ ।
20 ଆନା ଆପ୍ପେୟନ୍ ଅଡ଼େ ଆୟୋଙନ୍ଆଡଙ୍ ସୟ୍ପତେ, ଆ ପିଙ୍କତୋଡନ୍ ଜବ୍ର ଲୋଙଡ୍ରେଙନ୍ ପନବ୍ଞିଡନ୍ ଡେତେ ।
21 ଆପର୍ତମ୍ମୁନ୍ ଇନ୍ନିଙ୍ ଡନେଗଡନ୍ ଞାଙ୍ଲେ ରପ୍ତିତବୋ ବନ୍ଡ ଆତନିକ୍କି ଆସିର୍ବାଦନ୍ ଅଃଡକୋଏ ।
22 ଞେନ୍ ପନବ୍ରଡ୍ କୁଜନ୍ ଡୁଲ୍ତାୟ୍ ଗାମ୍ଲେ ଆମ୍ବେନ୍ ଏବର୍ଡଙ୍ନେ; ଆମ୍ୱେନ୍ କେନ୍ ଅନ୍ତମ୍ ଆବର୍ନେ ଏବର୍ଡନେ, ପ୍ରବୁନ୍ଆଡଙ୍ ଜଗ୍ଗେଆ ଆନିନ୍ ଆମନ୍ଆଡଙ୍ ଡୋବ୍ତମ୍ ।
23 ତ୍ରୁଡ଼େଲୋଙନ୍ ଡ ତନରେଡ୍ଲୋଙନ୍ ମନ୍ରାଞ୍ଜିଆଡଙ୍ ଆକନଣ୍ଡାୟ୍ ପ୍ରବୁନ୍ ଏଡ଼ୁର୍ମଡ୍ତେ; ଆରି ଆବସରିନ୍ ଆ ଗୁଣ୍ତୁତଡନ୍ ମନଙ୍ତଡ୍ ।
24 ସଦାପ୍ରବୁନ୍ ଆମଙ୍ ସିଲଡ୍ ମନ୍ରାନ୍ ଆତଙିୟ୍ନେ ଡେତେ; ତିଆସନ୍ ମନ୍ରାନ୍ ଆତଙରନ୍ ଏଙ୍ଗାଲେ ଗନ୍ଲୁଡ୍ଲେ ରପ୍ତିଏ ?
25 ଇନ୍ନିଙ୍ ଏର୍ନିୟମ୍ ଇସ୍ୱରନ୍ ଆଞୁମ୍ଲୋଙ୍ ଆ ସନୋରୋପ୍ପାୟନ୍ ଆରି ବାସାଡାଲେ ତିଆବର୍ନେ ଆନିୟମ୍ ମନ୍ରାନ୍ ଆସନ୍ ପାସନ୍ ଅନ୍ତମ୍ ।
26 ବୁଡ୍ଡିଡମନ୍ ଆରାଜା ପେଲ୍ଲାମରଞ୍ଜିଆଡଙ୍ ଅଃୟେରନ୍ ବାତ୍ତେ ଗୁମ୍ତେ ଆରି ଆନିଞ୍ଜି ଆତୋଣ୍ଡୋ ଗୁଡ଼ିଜଙନ୍ ପୁପ୍ୟୋର୍ତେ ।
27 ମନ୍ରାନ୍ ଆପୁରାଡ଼ା ସଦାପ୍ରବୁନ୍ ଆପିଙ୍କତୋଡ୍; ଆ ଉଗ୍ଗର୍ଲୋଙନ୍ ଅଡ଼୍କୋନ୍ ଆ ବର୍ନେଜି ସାୟ୍ତେ ।
28 ସନାୟୁମନ୍ ଡ ଆଜାଡ଼ିନ୍ ରାଜାନ୍ଆଡଙ୍ ଡୋବ୍ତେ,ଆରି ସନାୟୁମନ୍ ବାତ୍ତେ ଆ ତରଙ୍କୁମ୍ କୁର୍ସିନ୍ ଗନବ୍ରିନ୍ ଡେତେ ।
29 ବେଣ୍ଡିଆଞ୍ଜି ଆବୋର୍ସା ଆ ଗନୁଗୁଞ୍ଜି ଆରି ବୁଡାକୋଜଞ୍ଜି ଆବାଓବବ୍ ଆତରମ୍ତମଞ୍ଜି ।
30 ପାପ୍ରାଲେ ଆତନୁଡ୍ ବାତ୍ତେ ପରାନ୍ସାତ୍ତିନ୍ ମବ୍ଡ଼ିର୍ତେ,ଆରି ଡାଙ୍ଗୋନ୍ ବୟନ୍ ଆତନୁଡ୍ ବାତ୍ତେ ଉଗ୍ଗରନ୍ ଆଅମ ଗନ୍ତେ ।