1 ଲବଡ୍ଡି ଆ ଜନାଲଙ୍ ବନ୍ଡ୍ରାବନ୍ ଅଃଲଡ୍ନେତେ, ବନ୍ଡ ସାଞେଙ୍ବର୍ଲୋଙନ୍ ଅଗୋୟ୍ ବନ୍ଡ୍ରାବନ୍ ଡୁଙ୍ତନାୟ୍ ।
2 ଗିଆନମରଞ୍ଜି ଆଲାଙ୍ ଆଜାଡ଼ିଡମ୍ ଗିଆନ ବରନ୍ ବର୍ତନେ; ବନ୍ଡ ଉଲ୍ଲୁମରଞ୍ଜି ଆତଅଡ୍ ସିଲଡ୍ ଏର୍ଗିଆନ ଆବର୍ନେ ଡୁଙ୍ତନାୟ୍ ।
3 ପ୍ରବୁନ୍ ଆମଡ୍ ସମ୍ପରା ଡରକୋନେରେଙ୍ ଡକୋ; ଏର୍ମନଙ୍ମରଞ୍ଜି ଆରି ମନଙ୍ମରଞ୍ଜିଆଡଙ୍ ଗିୟ୍ଗିୟ୍ତେ ।
4 ସୟୁବର୍ ଅଲାଙନ୍ ଅନମେଙନ୍ ଆତରିୟ୍ତେନ୍ ଆରାନୁବ୍ ଅନ୍ତମ୍, ବନ୍ଡ ସାଞେଙ୍ବର୍ ଅଲାଙନ୍ ପୁରାଡ଼ାନ୍ ଲବ୍ଗଡ୍ତେ ।
5 ଏର୍ଗିଆନମରନ୍ ଆପ୍ପେୟନ୍ ଆ ଞନଙ୍ଞଙ୍ବରନ୍ ଆଲ୍ଲେତେ; ଆରି ଅଙ୍ଗା ଆମନ୍ରା କେନ୍ ଞନଙ୍ଞଙ୍ବର୍ ଜାତେ, ଆନିନ୍ ବୁଡ୍ଡିନ୍ ଞାଙ୍ତେ ।
6 ଡରମ୍ମମରନ୍ ଆସିଙ୍ଲୋଙ୍ ଜବ୍ର ରନ୍ନାନ୍ ଡକୋତେ,ଆରି ପେଲ୍ଲାମରନ୍ ଆନର୍ଜେଲୋଙ୍ ପନବ୍ରଡନ୍ ଡକୋତେ ।
7 ଗିଆନଡମନ୍ ଆ ଉସାଲ୍ତମ୍ ପଡ଼େନେନ୍ ବାନ୍ତେତେ; ବନ୍ଡ ଉଲ୍ଲୁମରନ୍ ଆମନ ତିଅନ୍ତମ୍ ଅଃଲୁମେ ।
8 ପେଲ୍ଲାମରଞ୍ଜି ଆନମଙ୍ ପ୍ରବୁନ୍ ଏଡ଼ୁର୍ମଡ୍ତେ, ବନ୍ଡ ଲଗଡ୍ମରଞ୍ଜି ଆ ପାର୍ତନା ଆନିନ୍ ମଅଁୟ୍ତେ ।
9 ପେଲ୍ଲାମରନ୍ ଆତଙିୟ୍ନେ ପ୍ରବୁନ୍ ଏଡ଼ୁର୍ମଡ୍ତେ; ବନ୍ଡ ଡରମ୍ମଗଡନ୍ ଆତ୍ରଙିୟ୍ତନ୍ ଆମନ୍ରା ପ୍ରବୁନ୍ ଡୁଙ୍ୟମ୍ତେ ।
10 ଆନ୍ନାଗଡ୍ ଆତ୍ରଙିୟ୍ତନ୍ ଆମନ୍ରା ଡୁକ୍କଡମନ୍ ଆ ପନବ୍ରଡ୍ ଞାଙ୍ତଜି; ଆରି ଅଙ୍ଗା ଆମନ୍ରା କନେଁୟ୍ ଞନଙ୍ଞଙ୍ବରନ୍ ଏଡ଼ୁର୍ମଡ୍ତେ ଆନିନ୍ ରବ୍ବୁତେ ।
11 ପାତାଡ଼ନ୍ ଡ ଅନସେଡ୍ ଡରକୋନେନ୍ ପ୍ରବୁନ୍ ଆଗନିୟ୍ଗିୟ୍ଲୋଙ୍ ଆସସତଡ୍; ଏତ୍ତେଲ୍ଡେନ୍ ମନ୍ରାଅନଞ୍ଜି ଆ ଉଗ୍ଗର୍ ଗୋଗୋୟ୍ ଆନିନ୍ ଅଃଗିଜେ ପଙ୍ ?
12 ନିଣ୍ତୟ୍ମରନ୍ କନେଁୟ୍ ଞନଙ୍ଞଙ୍ବରନ୍ ଆଞନାଙ୍ ଆସନ୍ ଅଃଲଡଜେ; ଆନିନ୍ ଗିଆନମରନ୍ ଆମଙ୍ବା ଅଜିରେ ।
13 ସର୍ଡାଡମନ୍ ଆ ମନ ମୁକ୍କାନ୍ ମଅଁୟ୍ତେ; ଆରି ମନ୍ନନ୍ ଆୟେୟେଡାଲୋଙ୍ ପୁରାଡ଼ାନ୍ ଲଗଡ୍ତେ ।
14 ବୁଡ୍ଡିଡମନ୍ ଆ ମନ ଗିଆନନ୍ ସାୟ୍ତେ; ବନ୍ଡ ଉଲ୍ଲୁମରଞ୍ଜି ଆତଅଡ୍ ଏର୍ଗିଆନନ୍ ଜୋମ୍ତେ ।
15 ଡୁକ୍କମରନ୍ ଅଡ଼୍କୋ ଡିନାନ୍ ଆସନ୍ ସୁକ୍କା ଅଃଡକୋନେ, ବନ୍ଡ ଅଙ୍ଗା ଆମନ୍ରା ଆ ମନ୍ନଲୋଙ୍ ସର୍ଡାନ୍ ଡକୋ ଆନିନ୍ ଆଏଡ଼ର୍ ଜୋମ୍ଡାର୍ ଡିନ୍ନାଗୋ ।
16 ଏର୍ସନୟୁନ୍ ବାତ୍ତେ ଜବ୍ର ରନ୍ନାନ୍ ଆପାଲ୍ତେଙ୍ ପ୍ରବୁନ୍ ଆବନ୍ତଙ୍ ଅସୋୟ୍ ଆରନ୍ନା ମନଙ୍ ।
17 ସଙ୍ଗତ୍ତାନ୍ ଆଡ୍ରକୋଲୋଙ୍ତନ୍ ଜେଲ୍ଜେଲ୍ ଜନ୍ତୁନ୍ ଆଜନୋମ୍ ସିଲଡ୍ ଡନୁଙ୍ୟମନ୍ ଆଡ୍ରକୋଲୋଙ୍ତନ୍ ଅଆବ୍କୁଲନ୍ ଆଜନୋମ୍ ମନଙ୍ ।
18 ବରାବ୍ମରନ୍ ଗୋଡ଼େନ୍ ଅମ୍ଡୁଙ୍ତାୟ୍, ଆରି ଅଃଲବରାବେନ୍ ଆମନ୍ରା ଗୋଡ଼େନ୍ ସବ୍ୟୁତେ ।
19 ଆଡ଼ସାମରନ୍ ଆତଙର୍ ଅବ୍ବାଙନ୍ ଆତର୍ତର୍ ଅନ୍ତମ୍, ବନ୍ଡ ଲଗଡ୍ମରଞ୍ଜି ଆ ତଙର୍ ଲାଆଙ୍ ରୋତ୍ତନ୍ ଅନ୍ତମ୍ ତନୁବନ୍ ଡେତେ ।
20 ଗିଆନ ଡାଙ୍ଗଡ଼ାଅନନ୍ ଆପ୍ପେୟନ୍ ଅବ୍ସର୍ଡାତେ । ବନ୍ଡ ଉଲ୍ଲୁ ଡାଙ୍ଗଡ଼ାଅନନ୍ ଆୟୋଙନ୍ଆଡଙ୍ ଏଡ଼ୁର୍ମଡ୍ତେ ।
21 ଏର୍ବୁଡ୍ଡିମରନ୍ ଆସନ୍ ଏର୍ଗିଆନନ୍ ସର୍ଡାଡମ୍; ବନ୍ଡ ବୁଡ୍ଡିଡମନ୍ ଆମନ୍ରା ଆଜନିର୍ ବିଙୟ୍ତେ ।
22 ମନଙ୍ ଞନଙନ୍ ଅଃଞାଙ୍ଲଜିଡେନ୍ ସନେଙ୍ସେଙ୍ବରନ୍ ଗନବ୍ରିନ୍ ଅଃଡେଏ, ବନ୍ଡ ଗୋଗୋୟ୍ ଞନଙ୍ମରନ୍ ବାତ୍ତେ ଗନବ୍ରିନ୍ ଡେତେ ।
23 ଅବୟ୍ ମନ୍ରାନ୍ ଆ ତଅଡ୍ଲୋଙ୍ ସିଲଡ୍ ଆଜନାଲଙ୍ ବାତ୍ତେ ସର୍ଡାତନ୍ ଆରି ଆଜାଡ଼ିଡମ୍ ଆବର୍ନେ ଏଙ୍ଗାଲେ ମନଙ୍ ।
24 ଜାୟ୍ତାନ୍ ଡକୋନ୍ ଆ ପାତାଡ଼ ଅମ୍ରେଙ୍ଡାଲେ ତୋଣ୍ଡୋନ୍ ଆଜିର୍ତେନ୍ ଆତଙର୍ ବୁଡ୍ଡିମରନ୍ ଆସନ୍ ।
25 ଗର୍ବମରନ୍ ଆସିଂଙ୍ ପ୍ରବୁନ୍ ପୁୟ୍ଲେ ସେତ୍ତେ, ବନ୍ଡ ଜୋଆର୍ବଜନ୍ ଆସଣ୍ତି ଆନିନ୍ ଗବ୍ରିଲେ ଡକ୍କୋତେ ।
26 ଏର୍ମନଙ୍ ସନେଙ୍ସେଙ୍ବରନ୍ ପ୍ରବୁନ୍ ଏଡ଼ୁର୍ମଡନ୍ ଆବର୍ନେ, ବନ୍ଡ ମଡ଼ିର୍ମରନ୍ ଆବର୍ନେଜି ଆନିନ୍ଆଡଙ୍ ଅମଅଁୟ୍ତେ ।
27 ଲୋବମରନ୍ ଆସିଙ୍ଡମନ୍ ଆମନ୍ରାଆଡଙ୍ ଅବ୍ଡଣ୍ଡାୟ୍ତେ, ବନ୍ଡ ଆନା ତଙ୍କାନ୍ ଆପନାଙ୍ ଏଡ଼ୁର୍ମଡ୍ତେ, ଆନିନ୍ ଅମେଙ୍ତେ ।
28 ଡରମ୍ମମରନ୍ ଆ ମନ ଇୟମ୍ଲେ ଜାଲଙ୍ତେ; ବନ୍ଡ ପେଲ୍ଲାମରଞ୍ଜି ଆତଅଡ୍ ସିଲଡ୍ ଏର୍ମନଙ୍ବରନ୍ ବର୍ତନେ ।
29 ପ୍ରବୁନ୍ ପେଲ୍ଲାମରଞ୍ଜି ଆମଙ୍ ସିଲଡ୍ ସଙାୟ୍ ଡକୋତନ୍, ଆରି ଡରମ୍ମମରଞ୍ଜି ଆ ପାର୍ତନା ପ୍ରବୁନ୍ ଅମ୍ଡଙ୍ତେ ।
30 ଅମଡନ୍ ଆସନାଆର୍ ମନ୍ନନ୍ଆଡଙ୍ ଅବ୍ମଅଁୟ୍ତେ; ଆରି ମନଙ୍ କବରନ୍ ଅଜାଙନ୍ ଅବ୍ଜେଲ୍ଜେଲ୍ତେ ।
31 ଅଙ୍ଗା ଆଲୁଡ୍ ଅନମେଙନ୍ ଆତରିୟ୍ତେନ୍ ଆ କନେଁୟ୍ ଞନଙ୍ଞଙ୍ବରନ୍ ଅମ୍ଡଙ୍ତେ, ତିଆତେ ଗିଆନମରଞ୍ଜି ଆମଙ୍ଲୋଙ୍ ଡକୋତନେ ।
32 ଅଙ୍ଗା ଆମନ୍ରା ସାସନନ୍ ଆଲ୍ଲେତେ, ଆନିନ୍ ଆନିନ୍ଡମ୍ ଆପରାନ୍ନାନ୍ ଏଡ଼ୁର୍ମଡ୍ତେ, ବନ୍ଡ କନେଁୟ୍ ଞନଙ୍ଞଙ୍ବରନ୍ ଆନା ଅମ୍ଡଙ୍ତେ, ଆନିନ୍ ବୁଡ୍ଡିନ୍ ଞାଙ୍ତେ ।
33 ପ୍ରବୁନ୍ ଆବର୍ନେ ଆବନ୍ତଙ୍ ଗିଆନନ୍ ଆ ଞନଙ୍ଞଙ୍ବର୍ । ଆରି ଲବଡ୍ଡିନ୍ ପନେମେଙନ୍ ଆମୁକ୍କାବା ଡକୋ ।