1 ଉଗ୍ଗର୍ଲୋଙନ୍ ଆନିୟମ୍ ମନ୍ରାନ୍ଆତେ, ବନ୍ଡ ଅଲାଙନ୍ ଆ ଜନାଲଙ୍ ପ୍ରବୁନ୍ ଆମଙ୍ ସିଲଡ୍ ଡେତେ । 2 ମନ୍ରାନ୍ ଆତଙିୟ୍ନେ ଅଡ଼୍କୋନ୍ ଆ ଗନିୟ୍ଗିୟ୍ଲୋଙନ୍ ମଡ଼ିର୍; ବନ୍ଡ ସଦାପ୍ରବୁନ୍ ପୁରାଡ଼ାନ୍ଆଡଙ୍ ଅପନ୍ସୁଆତିତେ । 3 ପ୍ରବୁନ୍ ଆମଙ୍ କାବ୍ବାଡ଼ାବେନ୍ ସୋରୋପ୍ପାୟ୍ବା, ସିଲଡ୍ତ୍ତେ ଅନିୟମ୍ବେନ୍ ଗରିତେ । 4 ପ୍ରବୁନ୍ ଡିଲେ ଜନବନ୍ ଆନିନ୍ଡମନ୍ ଆସନ୍ ଗବ୍ଡେଲେନ୍; ଓଓ, ଆନିନ୍ ପେଲ୍ଲାମରନ୍ଆଡଙ୍ ଜାୟ୍ ପନବ୍ରଡ୍ ଡିନ୍ନାନ୍ ଆସନ୍ ଗବ୍ଡେଲେନ୍ । 5 ମନ୍ନଲୋଙନ୍ ଗର୍ବମରନ୍ ଡିଲେ ମନ୍ରାନ୍ ପ୍ରବୁନ୍ ଆତେମଡ୍ଲୋଙ୍ ଏଡ଼ୁର୍ମଡ୍ଗୋ, ଆନିଞ୍ଜି ଆଜାଡ଼ିଡମ୍ ପନବ୍ରଡନ୍ ଏର୍ଞନାଙନ୍ ଅଡ୍କୋନେଜି । 6 କାନକାରମ୍ ଡ ଆଜାଡ଼ିନ୍ ବାତ୍ତେ ଇର୍ସେନ୍ ଆ ତନାଣ୍ତେନ୍ ଡେତେ,ଆରି ପ୍ରବୁନ୍ ଆବନ୍ତଙ୍ ଆସନ୍ ମନ୍ରାଞ୍ଜି ପରାନ୍ସାତ୍ତିନ୍ ଆକାବ୍ବାଡ଼ା ଅମ୍ରେଙ୍ତଜି । 7 ମନ୍ରାନ୍ ଆତଙିୟ୍ନେ ପ୍ରବୁନ୍ ମଅଁୟ୍ଞେନ୍ଡେନ୍, ଆନିନ୍ ଆ ବନେରାଞ୍ଜିଆଡଙ୍ ନିୟ୍ ଆନିନ୍ସରିନ୍ ଉଗୁରିୟ୍ ଡକୋନେନ୍ ତିୟ୍ତେ । 8 ଏର୍ମନଙ୍ କାବ୍ବାଡ଼ାନ୍ ବାତ୍ତେ ଗୋଗୋୟ୍ ଆରନ୍ନା ସିଲଡ୍, ମନଙ୍ କାବ୍ବାଡ଼ାନ୍ ବାତ୍ତେ ଅସୋୟ୍ ଆରନ୍ନା ମନଙ୍ । 9 ମନ୍ରାନ୍ ଆ ମନ ଆନିନ୍ଡମ୍ ଆ ତଙର୍ ଆବିସୟ ଇୟମ୍ତେ; ବନ୍ଡ ପ୍ରବୁନ୍ ଆ ତଙିୟ୍ନେନ୍ ଗବ୍ରିତେ । 10 ରାଜାନ୍ ଆ ଉସାଲ୍ତମ୍ ଗିଆନଡମନ୍ ଆବର୍ନେ ବର୍ତନ୍, ଆରି ଆତଅଡନ୍ ପନ୍ସୁଆତିଲୋଙନ୍ ଆଜାଡ଼ିନ୍ ଅଃନାଲ୍ଲେଏ । 11 ଆଜାଡ଼ି ଜରଙ୍ଡାଙ୍ଙନ୍ ଡ ତ୍ରୁଡ଼େଡାଙନ୍ ପ୍ରବୁନ୍ ଆତେ ଆରି ମୁନ୍ନାଲୋଙନ୍ ଡକୋନ୍ ଆ ଗୁଣ୍ତୁ ଜନବନ୍ ଅଡ଼୍କୋନ୍ ଆ କରାବ୍ବାଡ଼ାନ୍ । 12 ଏର୍ମନଙ୍ କାବ୍ବାଡ଼ାନ୍ ରାଜାଞ୍ଜି ଆସନ୍ ଏଡ଼ୁର୍ମଡନ୍ ଅନ୍ତମ୍; ଇନିଆସନ୍ଗାମେଣ୍ତେନ୍ ଡରମ୍ମନ୍ ବାତ୍ତେ ରାଜାନ୍ ଆ କୁର୍ସି ତନବ୍ଙିଜନ୍ ଡେତେ । 13 ଡରମ୍ମ ଉସାଲ୍ତମ୍ ଆସନ୍ ରାଜାଞ୍ଜି ମଅଁୟ୍ତଞ୍ଜି, ଆରି ଆଜାଡ଼ିନ୍ ଆବର୍ତନ୍ ଆମନ୍ରା ଆନିଞ୍ଜି ଡୁଙ୍ୟମ୍ତଜି । 14 ରାଜାନ୍ ଆବନ୍ଡ୍ରାବ୍ ରନବ୍ବୁ ପାଙ୍ଲଙ୍ବର୍ମରନ୍ ଅନ୍ତମ୍, ବନ୍ଡ ବୁଡ୍ଡିମରନ୍ ତିଆତେ ସବ୍ୟୁତେ । 15 ରାଜାନ୍ ଆସର୍ଡା ଆମୁକ୍କାଲୋଙ୍ ଅନମେଙନ୍ ଡକୋତେ,ଆରି ଆ ସନାୟୁମନ୍ ଆନଞିଡ୍ ତରୁବ୍ ମେଗନ୍ ଅନ୍ତମ୍ । 16 ସୁନ୍ନାନ୍ ସିଲଡ୍ ଗିଆନନ୍ ଆଞନାଙ୍ ଡିଅଙ୍ଗା ଆମନଙ୍, ଆରି ରୁପ୍ପାନ୍ ସିଲଡ୍ ବୁଡ୍ଡିନ୍ ଆସନେଡା ଡିଅଙ୍ଗା ଆମନଙ୍ । 17 ଇର୍ସେନ୍ ଆନୁମ୍ରେଙ୍ ଲଗଡ୍ମରଞ୍ଜି ଲାଆଙ୍ ରୋତ୍ତନ୍, ଅଙ୍ଗା ଆମନ୍ରା ଆନିନ୍ଡମ୍ ଆ ତଙର୍ ଜଗେଲେ ତଙିୟ୍ତନ୍, ଆନିନ୍ ଆନିନ୍ଡମ୍ ଆ ପରାନ୍ନା ଡୋବ୍ତେ । 18 କଙ୍କ୍ରିନ୍ ଅନସେଡ୍ ମୁକ୍କାବାନ୍ ଡକୋତେ, ଆରି ଞେନ୍ତୁମ୍ ଆଗ୍ରାମ୍ତେନ୍ ଆମନ୍ରା ଆ ମନ ଅନସେଡ୍ ମୁକ୍କାବାନ୍ ଡକୋତେ । 19 କଙ୍କ୍ରିମରଞ୍ଜି ସରିନ୍ ଆ ରାଉ ଜନବ୍ ଆବନାନ୍ତେ ଆପାଲ୍ତେଙ୍ ଅରିର୍ସୋୟମ୍ଡାନ୍ ଆପୁରାଡ଼ା ସରିନ୍ ଲଗଡ୍ ଆଡନେ ମନଙ୍ । 20 ଅଙ୍ଗା ଆମନ୍ରା ଇସ୍ୱରନ୍ ଆବର୍ନେ ଡାଲୁଡ୍ତେ, ଆନିନ୍ ସୁକ୍କାନ୍ ଞାଙ୍ତେ,ଆରି ଅଙ୍ଗା ଆମନ୍ରା ପ୍ରବୁନ୍ ଆମଙ୍ବା ଆସାଲନ୍ ଡକୋତନ୍, ଆନିନ୍ ସନେନ୍ସେନ୍ଡମ୍ । 21 ମନ୍ନଲୋଙନ୍ ଗିଆନମରନ୍ ବୁଡ୍ଡିଡମ୍ ଗାମ୍ଲେ ମନ୍ରାଞ୍ଜି ଜନାତଜି,ଆରି ଉସାଲ୍ତମନ୍ ଆ ଜବୁଙ୍ବର୍ ବାତ୍ତେ ଗିଆନନ୍ ଅବ୍ଗୋଗୋୟ୍ତେ । 22 ମନଙ୍ ବୁଡ୍ଡିନ୍ ଆଞରାଙ୍ତେନ୍ ଆମନ୍ରା ଅନମେଙନ୍ ଡୁଙ୍ଡମ୍ନେଡାନ୍ ଅନ୍ତମ୍; ବନ୍ଡ ଉଲ୍ଲୁନ୍ ଉଲ୍ଲୁମରଞ୍ଜି ବାତ୍ତେ ପନବ୍ରଡନ୍ ଡେତଜି । 23 ଗିଆନମରନ୍ ଆ ଉଗ୍ଗରନ୍ ଆନିନ୍ଡମନ୍ ଆତଅଡ୍ ଞଙ୍ଞଙ୍ତେ,ଆରି ଆ ଉସାଲ୍ତମନ୍ ଗନୟନ୍ ଅବ୍ଗୋଗୋୟ୍ତେ । 24 ମରଅଁୟ୍ଡାନ୍ ଆଲଙ୍ଲଙ୍ ଆଡଙ୍ଡାନ୍ ଅନ୍ତମ୍, ତିଆତେ ମନନ୍ ଆସନ୍ ଜବୁଙ୍ଡମ୍, ଅଜାଙନ୍ ଆସନ୍ ସୁକ୍କାଡମ୍ । 25 ମନ୍ରାନ୍ ଆଗନିୟ୍ଗିୟ୍ଲୋଙ୍ ଅବୟ୍ ତଙରନ୍ ମନଙ୍ ଗିୟ୍ତାତେ, ବନ୍ଡ ଆନଞିଡ୍ଲୋଙ୍ ରନବ୍ବୁନ୍ ଆତଙର୍ ଡକୋତେ । 26 କାବ୍ବାଡ଼ାମରନ୍ ଆ ଡୋଲଜନ୍ ଆସନ୍ କାବ୍ବାଡ଼ାତନ୍, ଇନିଆସନ୍ଗାମେଣ୍ତେନ୍ ଆତଅଡନ୍ ଆନିନ୍ଆଡଙ୍ କାବ୍ବାଡ଼ାନେନ୍ ଆସନ୍ ଅବାଲେନ୍ ବାଁୟ୍ତେ । 27 ଇର୍ସେମରନ୍ ଅନବ୍ସେଡନ୍ ଆସନ୍ ଇୟମ୍ତେ,ଆରି ଆ ଉସାଲ୍ତମ୍ଲୋଙନ୍ ଆରଡ଼େତୋଡନ୍ ଅନ୍ତମ୍ ଡକୋତେ । 28 ଇସ୍କତ୍ତାମରନ୍ ଗୋଡ଼େନ୍ ବିଡ୍ତେ,ଆରି ନିଣ୍ତୟ୍ବରନ୍ ମନଙ୍ ଗଡ଼ିଞ୍ଜିଆଡଙ୍ ପିରିଙ୍ପାଡାନ୍ ଅମେତେ । 29 ତନୁଡ୍ମରନ୍ ଆ ତୟ୍ଲିସିଙନ୍ ଆମନ୍ରାଆଡଙ୍ ଅବ୍ନାଡ଼ତେ,ଆରି ଆନିନ୍ଆଡଙ୍ ଏର୍ମନଙ୍ ତଙର୍ଗଡ୍ ତାଙର୍ତେ । 30 ଅଙ୍ଗା ଆମନ୍ରା ରିୟାବ୍ମଡ୍ତନ୍, ଆନିନ୍ ସଙ୍ଗତାନ୍ ଆବିସୟ ଆନିୟମ୍ ଆସନ୍ ତିଆତେ ଲୁମ୍ତେ; ଆନା ଆନିନ୍ଡମ୍ ଆ ଉସାଲ୍ତମ୍ ଡୁବ୍ଡୁବ୍ତେ, ଆନିନ୍ ପରାନ୍ସାତ୍ତିନ୍ ଆକାବ୍ବାଡ଼ା ଗବ୍ଡେଲ୍ତେ । 31 ଅସମଁୟ୍ ଡରମ୍ମ ତଙର୍ଗଡ୍ ବାଅବବ୍ ଉଉନ୍ ରନବାଙନ୍ ଡେଏଡେନ୍ ତିଆତେ ଗନୁଗୁ ରନୁବ୍ବବ୍ଗୋ । 32 ଆନା ଅଲିସା ବରାବ୍ତେ, ଆନିନ୍ ବପ୍ପୁମରନ୍ ସିଲଡ୍ ମାଡ୍ଡ ମନଙ୍; ଆରି, ଆନା ଆନିନ୍ଡମ୍ ଆପରାନ୍ନା ଆତୋଣ୍ତୋ ରାଜାତନ୍, ଆନିନ୍ ଗଡ଼ାନ୍ ଆଜନିନୟ୍ ସିଲଡ୍ ମାଡ୍ଡ ମନଙ୍ । 33 ଗନବ୍ରିନ୍ ଆସନ୍ ମନ୍ରାଞ୍ଜି ଡିଆସିଙ୍ଲୋଙନ୍ ଅନବ୍କଡ଼ିନ୍ ସେଡ୍ତଜି, ବନ୍ଡ ତିଆତେ ପ୍ରବୁନ୍ ଗବ୍ରିତେ ।
Publicidade
Publicidade