11 ଇଲାକେ ଆନ୍ ଜିରୁସାଲମ୍ତ ଏକିସ୍ ହେବେ ତିନ୍ ଦିନ୍ ମାଚାଙ୍ଗ୍ । 12 ହେବେ ମ୍ଡିକାଲିଂ ଆନ୍ ଆରି ନା ଲାହାଂ କେତେକ୍ ମାନାୟ୍ ନିଙ୍ଗ୍ତାପ୍; ଆରେ, ନା ପର୍ମେସ୍ୱର୍ ଜିରୁସାଲମ୍ କାଜିଂ ଇନାକା କିଦେଂ ନା ମାନ୍ତ ବାବ୍ନା ହିଜ଼ିମାଞ୍ଚାନ୍, ହେଦାଂ ଆନ୍ ଇନେରିଂ ୱେଚ୍ୱାତାଂ; ଆରେ ଆନ୍ ଇମ୍ଣି ପସୁ ଜପି ଦୁମ୍ଜି ମାଚାଙ୍ଗ୍, ହେଦାଂ ପିସ୍ତି ବିନ୍ ପସୁ ନା ଲାହାଂ ମାନ୍ୱାତାତ୍ । 13 ଆରେ, ହାମ୍ଦୁର୍ ଆନ୍ ମ୍ଡିକାଲିଂ ହସି ଆଟାଡ଼୍-ଦୁୱେର୍ ହିଜ଼ି ନାଗକୁଇ ଆରି ଗାତ୍ ଦୁୱେର୍ ପାତେକ୍ ହାଚାଙ୍ଗ୍ ଆରି ଜିରୁସାଲମ୍ନି ଡ୍ରିଙ୍ଗ୍ତି କୁୱାଡ଼୍ ଆରି ହେବେନି ନାଣିତ କାଡ଼୍ଜିମାନି ଦୁୱେର୍ ସବୁ ହୁଡ଼୍ତାଂ । 14 ପାଚେ ଆନ୍ ଜାରାଣ୍ ଦୁୱେର୍ ଆରି ରାଜାର୍ତି ବାନ୍ଦ୍ ପାତେକ୍ ହାଚାଙ୍ଗ୍; ମତର୍ ହେବେ ନା କୁଚ୍ନି ପସୁତି ହାନି ବାହା ହିଲାତାତ୍ । 15 ଲାଗିଂ ଆନ୍ ମ୍ଡିକାଲିଂ ନାଗୁଡ଼୍ ଲାଗାଂ ହିଜ଼ି ଜପି ହାଲ୍ଜି କୁୱାଡ଼୍ ହୁଡ଼୍ତାଙ୍ଗ୍; ପାଚେ ଆନ୍ ବୁଲାଜ଼ି ଆଟାଡ଼୍ ଦୁୱେର୍ତିଂ ହଣ୍ଜି ମାସ୍ଦି ୱାତାଙ୍ଗ୍ ।
16 ମତର୍ ଆନ୍ ଇମେନିପ ହାଚାଙ୍ଗ୍ ଆରି ଇନାକା କିତାଙ୍ଗ୍, ଇଦାଂ ଆଦିକାରିର୍ ପୁନ୍ୱାତାର୍; ଆରେ, ହେପାତେକ୍ ଆନ୍ ଜିହୁଦିୟରିଂ କି ମାପ୍ରୁହେବାକିନାକାରିଂ କି କାମାୟ୍କିନାକାରିଂ କି ମୁଣିକାର୍ରିଂ କି ବିନ୍ କାମାୟ୍କିନାକାରିଂ ହେଦାଂ ୱେଚ୍ୱାଦାଂ ମାଚାଙ୍ଗ୍ ।