4 ଏନାମେନ୍ତେ ଏଟାଃ ହାକିମ୍କ ଓଡ଼ୋଃ ଲାଟ୍ସାହେବ୍କ ଦାନିୟେଲ୍ଆଃ ବିରୁଧ୍ରେ ହସଡ଼ କାଜି ଆଉକେଦ୍ତେ ଆୟାଃ ରାଇଜ୍ତାନ୍ କାମିରେ ଭୁଲ୍ ସାବ୍ ନାଗେନ୍ତେ ହରାକ ଦାଣାଁ ତାଇକେନା। ମେନ୍ଦ ଇନ୍କୁ ଦାନିୟେଲ୍ଆଃ ବିରୁଧ୍ରେ ଜେତାନ୍ ଏତ୍କାନ୍ ଚାଏ ଭୁଲ୍ କାକ ନାମ୍କେଦା। ଚିୟାଃଚି ଇନିଃ ପାତିୟାର୍ରଃ ଲେକାନିଃ ତାଇକେନାଏ ଓଡ଼ୋଃ ଆୟାଃ ଜେତାନ୍ ଭୁଲ୍ ଚାଏ ଗୁହ୍ନାଁ କାଏ ରିକା।