17 ଜଦି ସେହର୍ ଅୟ୍ଦ୍, ତଃବେ ଅଃମିମଃନ୍ ଜାର୍ ସେବା କଃରୁଲୁ, ଅଃମିମଃନାର୍ ସେ ମାପୁର୍ ଅଃମିମଃନ୍କେ ଲାଗ୍ତା ଅଃଗ୍ନିକୁଣ୍ଡେ ହୁଣି ରଃକ୍ୟା କଃରୁକ୍ ସଃକ୍ତି ଆଚେ; ଆରେକ୍ ଏ ମଃହାରଃଜା, ସେ ତର୍ ଆତେହୁଣି ଅଃମିମଃନ୍କେ ରଃକ୍ୟା କଃରେଦ୍। 18 ଆରେକ୍ ଇହର୍ ମାପୁର୍ ଜଦି ଅଃମିକେ ରଃକ୍ୟାକରୁକ୍ ଆସିନଃକେରେ ତଃବେହେଁ ଅଃମିମଃନ୍ ତର୍ ଦେଉତାମଃନ୍କାର୍ ହୁଜା ନଃକେରୁ କି ତର୍ ସନାର୍ ମୁର୍ତିକେ ଜୁଆର୍ ନଃକେରୁ। ଇରି ତୁୟ୍ ଜାଣ୍।"