9 ଏକ୍ଲା ଟାଣୁ ଦୁୟ୍ଲକ୍, ନିକା କାୟତାକ୍ବଃଲେକ୍ ସେମଃନ୍ ନିଜାର୍ କଃସ୍ଟାର୍ ବଃଲ୍ ହଃଳ୍ ହାଉତି। 10 ସେମଃନ୍ ଅଦୁର୍ଲେକ୍, ଗଟେଲକ୍ ତାର୍ ସଃଙ୍ଗୁଆଡ଼ିକେ ଉଟାୟିଦ୍; ମଃତର୍ ଜେ ଅଦୁର୍ତାବଃଳ୍ ଗଟେଲକ୍ ହଃକା ରଃୟିଦ୍ ଆର୍ ତାକେ ଉଟାଉଁକ୍ କେଏ ନରେତି, ସେ ଦଃଣ୍ଡାର୍ ଜୟିଗ୍। 11 ଆରେକ୍ ଦୁୟ୍ଲକ୍ ଗଟେ ଟାଣେ ସୟିଲେକ୍ ଉସୁମ୍ ଅଃଉତି; ମଃତର୍ ଏକ୍ଲାଲକ୍ କଃନ୍କଃରି ଉସୁମ୍ ଅଃଉଁହାରେ? 12 ଜଃବେ କେଏ ଏକ୍ଲା ରେତାଲକେ ଆରାୟିଦ୍, ତଃବେ ଦୁୟ୍ ଲକ୍ ତାକେ ବିରଦ୍ କଃର୍ତି; ଆରେକ୍, ତିନିଗୁଣ୍ ଡର୍ ବେଗି ଚିଡି ନଃକେରେ।
Publicidade
Publicidade