8 ମୁଇ ସେ ସିଙ୍ଗ୍ମନର୍ ବିସଇରେ ବାବ୍ଲା ବିତ୍ରେ, ଆରିଗଟେକ୍ ସିଙ୍ଗ୍ ବାରଇଲା, ସେଟା ସାନ୍ଟା, ତାର୍ଲଗେ ପର୍ତୁମ୍ ସିଙ୍ଗ୍ମନର୍ ବିତ୍ରେ ଅନି ଗଟେକ୍ ତେଇ ବାରଇଲା; ଆରି ସୁନା, ସେ ସିଙ୍ଗେ ଲକର୍ ଆଁକି ପାରା ଆଁକି ଆରି ତାର୍ ଟଣ୍ଡେ ଅନି କରାପ୍ କାତା ବାରଇତେ ରଇଲା ।
25 ଆରି, ସେ ସର୍ତେ ଲକର୍ ବିରୁଦେ କାତା କଇସି ଆରି ପର୍ମେସର୍ ସୁକଲ୍ ଲକ୍କେ ଅଟାଇସି; ଆରି, ସେ ଜୁଗ୍ ଆରି ବିଦିବିଦାନ୍ ବାଦ୍ଲାଇବାକେ ବିଚାର୍ କର୍ସି; ଆରି ଗଟେକ୍ ଜୁଗ୍ ତିନ୍ ବରସ୍ ଆରି ଅଦା ଜୁଗ୍ ଜାକ ସେମନ୍ ତାର୍ ଆତେ ସରପ୍ମାନ୍ ଅଇ ରଇବାଇ ।