4 ଗଟେକ୍ ଲକ୍ ବାରିଜାଇସି ଆରି ଅଲ୍ଗା ଗଟେକ୍ଲକ୍ ଆଇସି; ମାତର୍ ଏ ପୁର୍ତିବି ସବୁଦିନର୍ପାଇଁ ରଇସି। 5 ବେଲ୍ ଉଦ୍ସି ଆରି ବୁଡ୍ସି, ଆରି ନିଜର୍ ଉଜଡ୍ ଜାଗାଇ ଜିବାକେ ସେ ଜାଗର୍ତା ଅଇସି। 6 ପବନ୍ ଦକିନ୍ ଦିଗ୍ବାଟେ ବଇସି ଆରି ଉତର୍ ଦିଗ୍ବାଟେ ଅନି ଲେଉଟି ଆଇସି; ନିଜର୍ ବାଟ୍ବାଟେ ସବୁବେଲେ କିନ୍ଦର୍ସି ଆରି ପବନ୍ ନିଜର୍ ଜାଗାଟାନେ ବାଉଡି ଜାଇସି। 7 ଗାଡ୍ନାଲର୍ ପାନି ସବୁଜାକ ଜାଇକରି ସମ୍ଦୁରେ ମିସ୍ସି ଅଇଲେମିସା ସମ୍ଦୁର୍ ବର୍ତି ନ ଅଏ; ଗାଡର୍ ପାନିସବୁଜାକ ନିଜର୍ ନିଜର୍ ନାଲ୍ବାଟେ ଆରିତରେକ୍ ବଇଜାଇସି।
Publicidade