9 ଜାଇଟା ଗଟ୍ବାର୍ ଆଚେ, ସେଟା ଗଟ୍ବାଟା ଗଟ୍ସି ଆକା ଆରି ଜାଇଟା କରାଜାଇ ଆଚେ, ସେଟାସେ କରା ଜାଇସି; ଆରି, ବେଲ୍ତଲେ କାଇ ନୁଆଁ ବିସୟ୍ ମିସା ନାଇଁ । 10 ଜନ୍ ବିସୟ୍କେ ଲକ୍ମନ୍ କଇବାଇ, ଦେକା , ଏଟା ନୁଆଁଟା, ଏ ରକାମ୍ କାଇ ବିସୟ୍ ଆଚେକି? ସେ ବିସୟ୍ତା ଏଟା ନ ଅଇବା ଆଗ୍ତୁ ଅନି ଆମର୍ ଆଗର୍ କାଲେ ରଇଲା ।