1 ଆରି, ତମେ ଦାଙ୍ଗ୍ଡା ବେଲେ ଅନି ତମ୍କେ ଗଡ୍ଲା ମାପ୍ରୁକେ ଏତାଆ; କାଇକେବଇଲେ ବଏଁକାର୍ ଦିନ୍ ଆଇଲାନି, ଜନ୍ ବର୍ସେ ତମେ କଇସା, ଏ ବର୍ସେ ମର୍ କିଚି ସୁକ୍ ନାଇଁ ବଲିକରି ସେ ସବୁଜାକ ବରସ୍ ଲଗେ କେଟି ଆଇଲାନି । 2 ସେ ସମଏଁ ଆରି ବେଲ୍ ନ ଉଦେ ଆରି ଜନ୍ ଉଜଲ୍ ନଦେଏ, ତାରାମନ୍ ମିସା ଉଜଲ୍ ନ ଦେଅତ୍, ଆରି ପାନି ମାରି ସାର୍ଲା ପଚେ ଆରି ତରେକ୍ ମେଗ୍ ଉଟାଇସି; 3 ସେ ଦିନ୍ ଆଇଲେ ବଡ୍ବଡ୍ ସାଲାପ୍ଗର୍ ବାନ୍ଦୁମନ୍ ଏନେତେନେ ପାଲାଇ ବୁଲ୍ବାଇ ଆରି ବପୁ ରଇବା ଲକ୍ମନ୍ ସବୁ ମୁଣ୍ଡ୍ ଲୁଆଁଇ ଦେବାଇ ଆରି ଗର୍ବା ଲକ୍ମନ୍ ଉନା ଅଇବାକେ କାମ୍ ମିସା ଉନା ଅଇସି, ଆରି ଜର୍କା ବାଟେ ଏରିଏରି ଦେକ୍ବା ମାଇଁଜି ଟକିମନ୍ ବାଟ୍ ବାନା ଅଇଜାଇସି
Publicidade