11 ଏନ୍ତାରି ମୁଇ ଜିରୁସାଲାମେ କେଟି ତେଇ ତିନ୍ ଦିନ୍ ରଇଲି । 12 ତାର୍ପଚେ ମୁଇ ଆରି ମର୍ ସଙ୍ଗ୍ କେତେକ୍ ଲକ୍ ରାତିଆ ଉଟ୍ଲୁ; ଆରି, ମର୍ ପର୍ମେସର୍ ଜିରୁସାଲାମ୍କେ ଜାଇଟା କର୍ବାକେ ମନ୍ କରିରଇଲା, ସେଟା ମୁଇ କାକେ ମିସା ସୁନାଇ ନାଇ; ଆରି ମୁଇ ଜନ୍ ପସୁ ଉପ୍ରେ ଚଗି ରଇଲି, ସେ ପସୁକେ ଚାଡିଦେଲେ ଆରି ବିନ୍ ପସୁ ମର୍ ସଙ୍ଗ୍ ନ ରଇଲାଇ । 13 ଆରି, ମୁଇ ରାତିଆ ବାରଇ ଉପର ବାଟ୍ବାଟର୍ ନାଗ୍କୁଉଁ ଆରି କତ୍ ଗାଦିର୍ ଦୁଆର୍ ଜାକ ଗାଲି ଆରି ଜିରୁସାଲାମର୍ ବାଙ୍ଗ୍ଲା ପାଚୁରି ଆରି ଜଇଲାଗି ପଡ୍ଲାଟା ଦେକ୍ଲି । 14 ତାର୍ପଚେ ମୁଇ ରାଜା ଗରର୍ ଦୁଆରର୍ ରାଜାର୍ ପାନିଗାଦଇବା ବନ୍ଦ୍ ଜାକ ଗାଲି; ମାତର୍ ତେଇ ମୁଇ ଚଗିରଇଲା ପସୁ ଜିବାକେ ବାଟ୍ ନ ରଇଲା । 15 ତାର୍ପଚେ ମୁଇ ରାତିଆ ଗାଡ୍ ପାଲି ଇଣ୍ଡି ଇଣ୍ଡି କରି ପାଚୁରି ଦେକ୍ଲି; ତାର୍ପଚେ ମୁଇ ଉପର୍ ଜଲା ଜିବା ବାଟ୍ ବାଟେ ବୁଲିକରି ବାଉଡି ଆଇଲି । 16 ମାତର୍ ମୁଇ କନ୍ବାଟେ ଗାଲି ଆରି ମୁଇ କାଇଟା କଲି, ସେଟା ଦେସ୍ ଜାଗୁମନ୍ ନାଜାନତ୍; ଆରି, ଏବ୍କେ ଜାକ ଜିଉଦିମନ୍କେ କି ଜାଜକ୍ମନ୍କେ କି ନେତା କି ମୁକିଆ ଲକ୍ମନ୍କେ କି ଅଲ୍ଗା ବିନ୍ ରକାମ୍ କାମ୍ କରୁ ଲକ୍ମନ୍କେ ସେଟା ଜାନାଇ ନ ରଇଲି ।