12 ଇତାର୍ଗିନେ ସେ ମକେ କୟ୍ଲା, ଏ ଦାନିୟେଲ୍, ଡିର୍ ନାୟ୍; କାୟିତାକ୍ବଃଲେକ୍ ତୁୟ୍ ଜୁୟି ହଃର୍ତୁମ୍ ଦିନେହୁଣି ବୁଜୁକ୍ ଆର୍ ତର୍ ମାପୁରାର୍ ଜାଣ୍ତିୟେ ନିଜ୍କେ ସାନ୍ କଃରି ମାପୁରାର୍ ଟାଣେ ମଃନ୍ ଦିଲିସ୍, ସେଦିନ୍ ହୁଣି ତର୍ କଃତା ସୁଣା ଗଃଲି; ଆର୍, ତାର୍ ବଃଚନ୍ ନଃୟ୍ ଆସିଆଚି।