5 ଆରେକ୍, ଉତୁର୍ ଦେସ୍ ବଃଲେକ୍ ମିସରାର୍ ରଃଜା ସଃକ୍ତିର୍ ରଃଜା ଅୟ୍ଦ୍ ମଃତର୍ ତାର୍ ମୁଳିକାମଃନ୍କାର୍ ବିତ୍ରେ ଗଟ୍ ଲକ୍ ଅଃଦିକ୍ ବଃଳ୍କାରି ଅୟି ସାସନ୍ କଃରେଦ୍; ତାର୍ ରାୟ୍ଜ୍ ଗଟେକ୍ ବଃଡ୍ ରାୟ୍ଜ୍ ଅୟ୍ଦ୍। 6 ମଃତର୍ କଃତି ବଃର୍ସାର୍ ହଃଚେ ସେମଃନ୍ ବେଟ୍ଗାଟ୍ ଅଃଉତି ଆର୍ ଉତୁର୍ ଦେସାର୍ ରଃଜାର୍ କଃନ୍ୟା ଦିଆନିଆଁ ନିୟମ୍ ତାହୁନ୍ କଃରୁକେ ଉତୁର୍ ଦିଗାର୍ ରଃଜା ହାକ୍ ଆସେଦ୍; ମଃତର୍ ସେ ରଃଜାର୍ ଜିସି ଆର୍ ସୁସ୍ତାୟ୍ ରେଉଁ ନଃହାରେ ତାର୍ ଡଃକ୍ରାସି ଦୁର୍ବଳ୍ ଅୟିଦ୍; ସେ ଆର୍ ତାର୍ ଡଃକ୍ରାସି, ସେମଃନାର୍ ହିଲାମଃନ୍କେ ଆର୍ ତାକାର୍ ସେବାକାରି ମଃନ୍ ବିନ୍ ଲକାର୍ ଆତେ ସଃହ୍ରି ଅଃଉତି।
Publicidade
Publicidade