7 ଅ଼ଡ଼େ ଈ ବାରେତି ଡା଼ୟୁ ତାନି ସା଼ୱୁକାରିତି ଡକ୍ରି ଜସେପଇଁ ମ଼ନ କିହାଲି ମା଼ଟ୍ହେ; ଏ଼ଦାଆଁତାକି ଏ଼ଦି ଏଲେଇଚେ, "ନୀନୁ ନା଼ ତଲେ ଡୂରାମୁ।" 8 ସାମା ଜସେପ ତାନି ସା଼ୱୁକାରି ଡକ୍ରିନି ଏଲେଇଚେସି, "ସିନିକିମୁ, ଈ ଇଲୁତା ଏ଼ନାୟି ମାନେ ନା଼ ସା଼ୱୁକାରି ଏ଼ଦାଆଁ ସିନିକିହି ହିଲଅସି, ଏ଼ୱାସି ନା଼ କେୟୁତା ବାରେ ହେର୍ପା ମାଞ୍ଜାନେସି। 9 ଈ ଇଲୁତା ନା଼ କିହାଁ ଆମ୍ବାଆସି କାଜାସି ହିଲଅସି; ନୀନୁ ଏ଼ୱାଣି ଡକ୍ରିତି, ଏ଼ଦାଆଁତାକି ନିଙ୍ଗେ ପିସ୍ପେ ନାଙ୍ଗେ ବାରେ ଅଦିକାରା ମାନେ। ଏ଼ଦାଆଁତାକି ନା଼ନୁ ଏ଼ନିକିଁ ଇଲେତି ଲାଗେଏତି କାଜା କାମା ଅ଼ଡ଼େ ମାହାପୂରୁ କ଼ପାଟି ପା଼ପୁ କିଇଁ ?" 10 ଆ଼ତିଜିକେଏ ଏ଼ ଆୟାଟି ଦିନାତାକି ଦିନା ଜସେପଇଁ ଏଲେଇନେ; ସାମା ଜସେପ ତାନି ତଲେ ଡୂରାଲି କି ତାନି ଦାରିତା ଡ଼ୟାଲି ମ଼ନ କିଅସି।
11 ଏଚେଟିଏ ର଼ ଦିନା ଜସେପ ତାନି କାମା ତାକି ଇଲୁ ବିତ୍ରା ହାଚେସି, ଇଞ୍ଜାଁ ଏ଼ ଇଜତି ହ଼ଲିୟାଙ୍ଗା ଆମ୍ବାଆରି ହିଲାଆତେରି। 12 ଏ଼ଦାଆଁତାକି ଏ଼ଦି ଜସେପତି ବାସ୍ତେରି ଆସାହାଁ "ନା଼ ତଲେ ଡୂରାମୁ ଇଞ୍ଜିଁ।" ରେଲାଜିକା କିତେ; ସାମା ଜସେପ ତାନି କେୟୁତା ବାସ୍ତେରି ପିସାହାଁ ପାଙ୍ଗାତା ହ଼ଟେସି।