16 ମାତର୍ ଜେ ତାର୍ ବିରୁଦେ ଆଇସି, ସେ ତାର୍ ଇଚା ସଙ୍ଗେ କାମ୍ କର୍ସି ଆରି ତାକେ କାଇଟା ଅଇଲେ କେ ମିସା ସାଇଜ ନ କରତ୍; ଆରି, ସେ ରମିଅର୍ ଇସ୍ରାଏଲ୍ ଦେସର୍ ବିରୁଦେ ଟିଆ ଅଇସି ଆରି ସେ ଦେସର୍ ରାଜାର୍ ଆତେ ସେ ମର୍ସି ।
17 ଆରି, ସେ ତାର୍ ନିଜର୍ ସବୁ ଦେସର୍ ବପୁ ସଙ୍ଗେ ଆଇବାକେ ସେମନ୍ କର୍ସି ଆରି ଦରମ୍ ଲକ୍ମନ୍ ତାର୍ ସଙ୍ଗେ ଆଇବାଇ; ସେ ତାର୍ ନିଜର୍ ଇଚା ସଙ୍ଗେ କମ୍ କର୍ସି; ସେ ନସ୍ଟ କର୍ବାକେ ଟକି ମନ୍କେ ବିବା କର୍ବାକେ ଦେଇସି; ମାତର୍ ସେ ଟକିମନ୍ ତେଇ କଟି ରଇ ନାପାରତ୍, କି ତାର୍ ପାଇ କାଇଟା ନ ଅଏ ।