ସାରାସାରି ବେଲା
1 ସେଡ୍କିବେଲେ ତମର୍ ଲକ୍ମନର୍ ପିଲାମନ୍ ସାଇଜ କର୍ବା ମିକାଏଲ୍ ଦୁତ୍ ବାବ୍ରେ ଟିଆ ଅଇସି , ଆରି, ତର୍ ଲକର୍ ସର୍ତେ ଲକର୍ ନାଅ ଜିବନ୍ ପୁସ୍ତକ ଲଗେ ଲେକା ଅଇରଇସି, ସେମନ୍ ସର୍ତେ ଲକ୍ ସେ ବେଲାଇ ଉଦାର୍ ପାଇବାଇ । 2 ଆରି, ପୁର୍ତିବିର୍ ମାଟି ତେଇ ଜନ୍ ଲକ୍ମନ୍ ମରିଆଚତ୍, ସେ ଲକର୍ ବିତ୍ରେ ଅନି କେତେକ୍ ଲକ୍ ଉଟ୍ବାଇ; କେତେକ୍ ଲକ୍ ନ ମର୍ବା ଜିବନ୍ ସଙ୍ଗେ ଉଟ୍ବାଇ ଆରି କେତେକ୍ ଲକ୍ ଲାଜ୍ ସରମ୍ ସଙ୍ଗେ ଆରି ସାରାସାରି ଜାକ ଦୁକ୍ ପାଇବାକେ ଉଟ୍ବାଇ । 3 ଆରି, ଜେ କି ଗିଆନର୍ ଲକ୍, ସେମନ୍ ବାଦଲର୍ ତାରା ପାରା ଆରି ଜନ୍ ଲକ୍ମନ୍ ଦରମ୍ ବାଟେ କାଡାଇ ଆନ୍ବାଇ, ସେମନ୍ ତାରା ମନର୍ ପାରା ସାରାସାରି ଜାକ ଉଜଲ୍ ଅଇ ରଇବାଇ ।