17 ଜଦି ସେନ୍ତାର୍ ଅଇସି, ତେବେ ଆମେ ଜାର୍ ସେବା କଲୁନି, ଆମର୍ ସେ ପର୍ମେସର୍ ଲାଗ୍ବା ଜଇ ବିତ୍ରେ ଅନି ଉଦାର୍ କର୍ବାକେ ଆଚେ; ଆରି ଏ ମଆ ରାଜ୍, ସେ ତର୍ ଆତେ ଅନି ଆମ୍କେ ଉଦାର୍ କର୍ସି । 18 ମାତର୍ ଜଦି ନ ଉଦାର୍ କଲେ ମିସା, ଏ ମଆ ରାଜ୍, ଆମେ ତର୍ ଦେବ୍ତାକେ ପୁଜା ନ କରୁ, କି ତୁଇ ତିଆର୍ କଲା ସୁନାର୍ ମୁର୍ତିକେ ଜୁଆର୍ ନ କରୁ, ଏଟା ତୁଇ ଜାନି ରଅ।"