28 ରାଜା ନବୁକଦ୍ନିସ୍ଚର୍ କଇଲା, ସଦ୍ରକ୍, ମଇସକ୍ ଆରି ଅବେଦ୍ନଗର୍ ପର୍ମେସର୍ ଦନିଅ, କାଇକେବଇଲେ ସେ ତମ୍କେ ତାର୍ ଦୁତ୍କେ ପାଟାଇଲା ଆରି ତାର୍ ଜନ୍ ସେବାକାରିଆ ମନ୍ ତାର୍ ଉପ୍ରେ ବିସ୍ବାସ୍ କରି ରଇଲାଇ ଆରି ତମର୍ ପର୍ମେସର୍କେ ଚାଡି ଦେଲେ ଆର୍ କନ୍ ଦେବ୍ତାକେ ମିସା ସେବା କର୍ବାର୍ ନାଇ କି ଜୁଆର୍ କର୍ବାର୍ ନାଇ, ଏଟାର୍ ପାଇ ରାଜାର୍ କଇବା କାତାର୍ ଇସାବେ ସର୍ତେ ଲକ୍ ନିଜେ ନିଜେ ସରପ୍ମାନ୍ କଲାଇ, ସେ ସେମନ୍କେ ଉଦାର୍ କଲା । 29 ଏଟାର୍ ପାଇ ମୁଇ ଏ ଆଦେସ୍ ଦେଲିନି ଜେ, ସର୍ତେ କୁଟୁମ୍, ଦେସର୍ ଲକ୍ ଆରି ବିନ୍ ବିନ୍ ବାସାର୍ ଲକ୍ କେ ଜଦି ସଦ୍ରକ୍, ମଇସକ୍ ଆରି ଅବେଦ୍ନଗର୍ ପର୍ମେସରର୍ ବିରୁଦେ କାଇ କାତା କଇଲେ, ସେ ଲକ୍ମନ୍ ଗନ୍ଦା ଗନ୍ଦା କରି କାଟା ଅଇସି ଆରି ତାକର୍ ଗର୍କେ ବସ୍ଲାଇ ଦୁଲିସାତ୍ ଅଇସି; କାଇକେବଇଲେ ଏନ୍ତାର୍ ଉଦାର୍ କର୍ବା ପର୍ମେସର୍କେ ଚାଡି ଦେଲେ ଆରି କନ୍ ଦେବ୍ତା ନାଇ ।