5 ଜେଡେବଲ୍ ତମେ ସଙ୍କ୍, ବାଉଁସି, ଡୁଡୁଙ୍ଗା, ଆର୍ମେନି ଆରି ନେବଲ୍, ଟାମକ୍ ଆରି ସର୍ତେ ରକାମର୍ ବାଜା ସୁନ୍ସା, ସେଡ୍କିବେଲେ ତମେ ରାଜା ନବୁକଦ୍ନିସ୍ଚର୍ ତିଆର୍ କଲା ସୁନାର୍ ମୁର୍ତିକେ ଡାଣ୍ଡାସନ୍ ଅଇ ଡୁଲି ମୁଣ୍ଡିଆ ମାର୍ସା । 6 ଆରି, କେ ଜଦି ଡାଣ୍ଡାସନ୍ ଅଇ ମୁଣ୍ଡିଆ ନ ମାରେ, ସେ ତେଇ ଲାଗ୍ବା ଜଇତେଇ ପିଙ୍ଗା ଅଇସି ।