13 ମୁଇ ରାତିର୍ ସପନ୍ ଲଗେ ଦେକ୍ଲି, ଆକାସର୍ ମେଗେ ଅନି ଗଟେକ୍ ଲକ୍ ଉତ୍ରି ଆଇବାଟା ଦେକ୍ଲି ସେ ନର୍ ପିଲା ପାରା ଡିସ୍ତେ ରଇଲା; ସେ ବେସି ଦିନର୍ ଗଟେକ୍ ଡକ୍ରା ଲକର୍ ଲଗେ ଗାଲାକେ, ସେମନ୍ ତାକେ ତାର୍ ଲଗେ ଆନ୍ଲାଇ ।
14 ଆରି, ସର୍ତେ କୁଲ୍, ଦେସର୍ ଲକ୍ ଆରି ବିନ୍ବିନ୍ ବାସାର୍ ଲକ୍ ଜେନ୍ତାର୍ କି ତାର୍ ସେବା କର୍ବାଇ, ସେଟାର୍ ପାଇ ତାକେ ସାସନ୍, ମଇମା ଆରି ରାଇଜ ଦିଆ ଅଇଲା; ତାର୍ ସାସନ୍ ସାରାସାରି ଜାକ କର୍ସି, ସେଟା ନ ସାରେ, ଆରିତାର୍ ରାଇଜ୍ ନସ୍ଟ ନଅଏ ।