ସଜାଡ୍ବା ତେଇ ଲକ୍ମନ୍ର ବିରଦ
1 ମାତର୍ ଆମେ ପାଚୁରି ଟେକ୍ଲୁନି ବଲି ସୁନିକରି ସନ୍ବଲଟ୍କୁପିତ୍ ବେସି ରିସାଅଇ ଜିଉଦିମନ୍କେ ଇଜତ୍ ଜିକ୍ଲା। 2 ଆରି ସେ ନିଜର୍ ବାଇମନ୍କେ ଆରି ସମରିଅ ସନିଅଦଲର୍ ସଙ୍ଗ୍ମିସି ଏନତାର୍ ବଲିକରି କଇଲାଇ, ଏ ଅମାନିଆ ଜିଉଦିମନ୍ କାଇଟା କଲାଇନି ? ସେମନ୍କାଇ ଗଡ୍ବନ୍ଦି କରି ରଇବାଇ ? ସେମନ୍କାଇ ବଲିଦାନ୍ ଦେବାଇ? ସେମନ୍କାଇ ଗଟେକ୍ ଦିନେ ସାରାଇଦେବାଇ ? ସେମନ୍କାଇ କୁଡ୍କାଣା ଅନି ଦୁଦ୍ ବାର୍କରାଇ ପାକ୍ନା ବେଟିକରି ଜିବନ୍ କର୍ବାଇ?
3 ସେ ସମଏ ଅମନିଅ ଟବିଅ ତାର୍ ପାକେ ରଇଲା, ଆରି ସେ କଇଲା, ସେମନ୍ ଜାଇଟା ଜାଇଟା ତିଆର୍ କଲାଇନି, କଲିଆ ଚଗିଗାଲେ ସେମନର୍ ପାକ୍ନା ପାଚୁରି ବାଙ୍ଗାଇ ପାକାଇସି ।