ଦାନିଏଲ୍ ଆର୍ ତାର୍ ସଃଙ୍ଗୁଆଳିମଃନାର୍ କଃତା
1 ଜିଉଦା ରାୟ୍ଜାର୍ ରଃଜା ଜିହୟାକିମାର୍ ସାସନ୍ କାଳାର୍ ତିନି ବଃର୍ସେ ବାବିଲାର୍ ରଃଜା ନବୁକଦ୍ନିତ୍ସର୍ ସଃୟିନ୍ଦଃଳ୍ ସଃଙ୍ଗ୍ ଆସି ଜିରୁସାଲମ୍କେ ଚାରିବେଳ୍ତ୍ ବେଳ୍ଲା। 2 ଆରେକ୍, ମାପୁର୍ ଜିହୁଦାର୍ ରଃଜା ଜିହୟାକିମ୍କେ ଆର୍ ଇସ୍ୱରାର୍ ଗଃରାର୍ କଃତେକ୍ କପାଗିନା ତାର୍ ଆତେ ସଃହ୍ରିଦିଲା; ତଃବେ ସେ ସିନିୟର୍ ଦେସେ ରେତା ନିଜାର୍ ଦେଉତା ଦେଉଳ୍ ସେରିମଃନ୍ ସଃବୁ ନିଲା ଆର୍ ସଃବୁ କପାମଃନ୍କେ ସେ ନିଜାର୍ ଦେଉତାର୍ ବଃଣ୍ଡାର୍ ଗଃରେ ସଃଙ୍ଗାୟ୍ଲା। 3 ଆରେକ୍, ରଃଜା ଇସ୍ରାଏଲାର୍ ଲକ୍ମଃନ୍କାର୍ ତଃୟ୍ହୁଣି, ବଃଲେକ୍, ରଃଜାକୁଳ୍ ଆର୍ ହାଣ୍ରେତା କୁଳ୍ ବଃଉଁସାର୍ 4 ନିର୍ଦସି, ସୁନ୍ଦୁର୍ ଆର୍ ସଃବୁ ସିକ୍ଯା ବଃଲ୍ବାବେ ବୁଜୁହାର୍ତା ବିଦ୍ୟାୟ୍ ଚଃଲାକି, ବୁଦିବାନ୍ ଆର୍ ରଃଜାର୍ ମେଳେ ଟିଆ ଅଃଉଁକ୍ ଜୟ୍ଗ୍ କଃତେକ୍ ବେଣ୍ଡିଆ ଲକେ ଆଣୁକ୍ ଆର୍ କଲଦିୟମଃନାର୍ ଗିଆନ୍ ଆର୍ ବାସା ସିକାଉଁକେ ନିଜାର୍ ବେଜୁମଃନ୍କାର୍ ମୁଳିକା ଅସ୍ପନସ୍କେ କୟ୍ଲା। 5 ଆରେକ୍, ସେମଃନ୍ ଜଃନ୍କଃରି ତିନି ବଃର୍ସାର୍ ସେସ୍ବଃଳ୍ ରଃଜାର୍ ଚଃମେ ଟିଆ ଅଃଉତି, ଇତାର୍ଗିନେ ରଃଜା ସେମଃନକାର୍ ଗିନେ ରଃଜା କାତା କାଦିକ୍ ଆର୍ ସୁର୍ତା ଅଙ୍ଗୁର୍ରଃସ୍ ନଃୟ୍ ସଃବୁଦିନ୍ ସେତିର୍ ବାଗ୍ ଦେଉଁକ୍ ଆର୍ ତିନି ବଃର୍ସ୍ ହଃତେକ୍ ସେମଃନ୍କେ ହସ୍-ହାଳ୍ କଃରୁକେ ଟିକ୍ କଃଲା 6 ଏମଃନ୍କାର୍ ବିତ୍ରେ ଜିହୁଦା ବଃଉଁସାର୍, ଦାନିୟେଲ୍, ହନାନିୟ, ମିସାୟେଲ୍ ଆର୍ ଅସରିୟ ରିଲାୟ୍।