17 ଆରେକ୍, ମାପୁର୍ ସେ ଚାରି ଲକେ ସଃବୁ ବିଦ୍ୟା ଆର୍ ଗିଆନେ, ବୁଦି ଆର୍ ବଃଲ୍ ସିକ୍ୟା ଦିଲା, ଆରେକ୍, ଦାନିୟେଲ୍ ସଃବୁ ଦଃର୍ସନ୍ ଆର୍ ଚହୁନ୍ ବିସୟେ ଅଃର୍ତ୍ କଃଉଁକେ ବୁଜୁହାର୍ତା ଲକ୍ ଅୟ୍ଲା। 18 ଆରେକ୍, ରଃଜା ସେମଃନ୍କେ ତାର୍ ଚଃମେ ଆଣୁକେ ଜୁଣ୍ ତିନି ବଃର୍ସ୍ ବେଳ୍କାଳ୍ ଟିକ୍ କଃରିରିଲା ସେରି ସେସ୍ ଅୟ୍ଲା ହଃଚେ ବେଜୁମଃନ୍କାର୍ ମୁଳିକା ସେମଃନ୍କେ ନକୁଦ୍ନିତ୍ସରାର୍ ଚଃମେ ଆଣ୍ଲା। 19 ଆରେକ୍, ରଃଜା ସେମଃନକାର୍ ସଃଙ୍ଗ୍ କଃତାକଃଲା; ଆର୍, ସେ ସଃବୁ ଲକାର୍ ବିତ୍ରେ ଦାନିୟେଲ୍, ହନାନିୟ ମିସାୟେଲ୍ ଆର୍ ଅସରିୟ ସଃମାନ୍ କେହେଁ ଦଃକାନଃଗେଲାୟ୍; ଇତାର୍ଗିନେ ସେମଃନ୍ ରଃଜାର୍ କାମ୍ ହାୟ୍ଲାୟ୍।
Publicidade
Publicidade