16 ମଃତର୍ ଉତୁର୍ ଦେସାର୍ ରଃଜା ନିଜାର୍ ଇଚା ହଃର୍କାରେ ସେମଃନ୍କାର୍ ବିରୁଦେ କାମ୍ କଃରେଦ୍ ଆର୍ ତାର୍ ବିରୁଦେ କେଏ ଜଃଉଁକ୍ ନଃହାର୍ତି; ଆରେକ୍, ସେ ଇସ୍ରାଏଲ୍ ଦେସ୍ ବିତ୍ରେ ଟିଆ ଅୟ୍ଦ୍ ଆର୍ ତାର୍ ଆତେ ବିନାସାର୍ ସଃକ୍ତି ରଃୟ୍ଦ୍। 17 ଆରେକ୍, ଉତୁର୍ ଦେସାର୍ ରଃଜା ତାର୍ ସଃବୁ ସଃକ୍ତି ଦଃକିଣ୍ ଦେସ୍ ବିରୁଦେ ଲାଗାୟ୍ଦ୍, ସେ ଦଃକିଣ୍ ଦେସାର୍ ରଃଜା ସଃଙ୍ଗ୍ ଗଟେକ୍ ସାନ୍ତି ବୁଜାମାନା ଲେକ୍ତି। ସେ ନଃସ୍ଟ୍ କଃରୁକ୍, ନିଜାର୍ ଜିସିମଃନ୍କାର୍ ବିତ୍ରେ ଗଟେକ୍ ଜିସିକେ ଦଃକିଣାର୍ ରଃଜାକ୍ ଦଃୟ୍ଦ୍; ମଃତର୍ କଃନ୍ୟା ତିର୍ ଅୟି ରେଉଁ ନଃହାରେ, କି ତାର୍ ହାଇଁ ନୟ୍।
Publicidade
Publicidade