8 ମୁୟ୍ଁ ସେ ସିଙ୍ଗ୍ମଃନ୍କାର୍ ବିସୟେ ବାବ୍ନା କଃରୁ କଃରୁ, ସେସଃବୁ ବିତ୍ରେ ଆରେଗଟେକ୍ ସିଙ୍ଗ୍ ବାରାୟ୍ଲି, ସେରି ସାନ୍ ରିଲି, ତାର୍ ଆଗ୍ବାଟ୍ ରିଲା ସିଙ୍ଗ୍ମଃନ୍କାର୍ ବିତ୍ରେହୁଣି ତିନିଗଟ୍ ସିଙ୍ଗ୍ ମୁଳେହୁଣି ଉଟ୍କି ଅୟ୍ଲି; ଆରେକ୍ ଦଃକା ଇ ସିଙ୍ଗେ ମାନାୟ୍ର୍ ଆକି ହର୍ ଆକି ଆର୍ ଅଃକାର୍ କଃତା କଃଉତା ଟଣ୍ଡ୍ ରିଲି।
25 ଆରେକ୍ ସେ ସଃବ୍କେ ବଃଡ୍ ଇସ୍ୱରାର୍ ବିରୁଦେ କଃତା କୟ୍ଦ୍ ଆର୍ ମାପୁରାର୍ ପବିତ୍ର ଲକ୍ମଃନ୍କେ ଅଃତ୍ୟା କଃରେଦ୍; ଆରେକ୍, ସେ କାଳ୍ ଆର୍ ବିଦି ବାଦ୍ଲାଉଁକେ ବିଚାର୍ କଃରେଦ୍; ଆରେକ୍, ତିନି ବଃର୍ସ୍ ଚଅ ମାସ୍ ହଃତେକ୍ ସେମଃନ୍ ତାର୍ ଆତେ ସଃହ୍ରି ଅଃଉତି।