ବିନ୍ଲକାର୍ ଗିନେ ନିହିମିୟାର୍ ଚିତା
14 ଆରେକ୍, ମୁଁୟ୍ ଜିଉଦା ଦେସେ ସେମଃନାର୍ ଗନର୍ ହଃଦେ ରିଲା ଦିନେହୁଣି, ବଃଲେକ୍ ଅର୍ତକ୍ୟସ୍ତ ରଃଜାର୍ ଅଃଦିକାରାର୍ ���� ବଃର୍ସ୍ ହୁଣି ���� ବଃର୍ସ୍ ହଃତେକ୍ ���� ବଃର୍ସ୍ ହଃତେକ୍, ମୁଁୟ୍ ଆର୍ ମର୍ ବାୟ୍ମଃନ୍ ଗନରାର୍ କାଦି ନଃକାୟ୍ଲୁ। 15 ମଃତର୍ ମର୍ ଆଗ୍ତୁର୍ ଗଃନର୍ମଃନାର୍ କଃର୍ଚାର୍ ବଃଜ୍ ଲକ୍ମଃନ୍କେ ବଃଉଁକେ ହଃଳ୍ଲି, ଆରେକ୍ ସେମଃନ୍ ଚାଳିସ୍ ସେକଲ୍ ରୁହା ଟକା ନିଲାୟ୍ ସେମଃନାର୍ ହଃତିଦିନାର୍ କାଦି ଆର୍ ଅଙ୍ଗୁର୍ ରଃସ୍ ହାଁୟ୍; ଅଃବ୍କା ସେରି ନୟ୍, ସେମଃନାର୍ ଦାସ୍ମଃନ୍ ଲକ୍ମଃନାର୍ ଉହ୍ରେ ଆର୍ଲା କଃଲାୟି; ମଃତର୍ ମୁଁୟ୍ ଇସ୍ୱର୍କେ ଡିରିକଃରି ଇ ରଃକମ୍ ନଃକେଲେ। 16 ଆରେକ୍, ମୁଁୟ୍ ଇ ବାରିକଃତି କାମେଲାଗି ରିଲେ ଆର୍ ଅଃମିମଃନ୍ କିଚି ଜଃମି ନଃଗେନ୍ଲୁ; ଆରେକ୍, ମର୍ ଦାସ୍ମଃନ୍ ସଃବୁ କାମ୍ କଃରୁକେ ସେତି ଏକ୍ଅୟ୍ କାମେ ଲାଗିରିଲାୟ୍। 17 ଅୟିଲେକ୍ ହେଁ ଅଃମାର୍ ଚାରିବେଳ୍ତାର୍ ବିନ୍ ଜାତିମଃନାର୍ ବିତ୍ରାର୍ ଅଃମିମଃନାର୍ ଲଃଗେ ଆୟ୍ଲା ଲକ୍ମଃନ୍କେ ଚାଡିକଃରି ଜିଉଦି ଲକ୍ ଆର୍ ତାକାର୍ ନେତାମଃନ୍ ������ ଲକ୍ ମର୍ ସଃଙ୍ଗ୍ ହଃତିଦିନ୍ କାୟ୍ଲାୟ୍। 18 ସଃଡେବଃଳ୍ ହଃତି ଦିନ୍ ଗଟେକ୍ ହଳ୍ ଆର୍ ଚଅଗଟ୍ ଦୁମା ମେଣ୍ଡା ରାନ୍ଦା ଅୟ୍ଲି; ମର୍ ଗିନେ କଃତେକ୍ ଚେଳେ ରାନ୍ଦା ଅୟ୍ଲି ଆର୍ ହଃତି ଦଃସ୍ ଦିନ୍କେ ସୁଦ୍ ଅଙ୍ଗୁର୍ ରଃସ୍ ଦିଆ ଅୟ୍ଲି; ଅୟିଲେକ୍ ହେଁ ମୁଁୟ୍ ଇ ସଃବୁର୍ ଗିନେ ଗନରାର୍ କାଦି ଦଃର୍କାର୍ ନଃକେଲେ, କାୟିତାକ୍ ବଃଲେକ୍ ଇ ଲକ୍ମଃନାର୍ ଉହ୍ରେ ବଜ୍ ବେସି ଅୟ୍ରିଲି। 19 ଏ ମର୍ ଇସ୍ୱର୍ ମୁଁୟ୍ ଇ ଲକ୍ମଃନାର୍ ଗିନେ ଜୁୟି ଜୁୟି କାମ୍ କଃରିଆଚି, ସେରି ତୁୟ୍ ମର୍ ବଃଲ୍ ହାଁୟ୍ ଏତୁ କଃର୍।