ତାୟିୟାଁଣି ଜସେପ ପୁଣ୍ମ୍ବିକିହା କଡିନାୟି
1 ଏଚେଟିଏ ଜସେପ ତାନି ଟଟତା ନିଚାମାଚି ଲ଼କୁ ନ଼କିତା ଜାହାରାଇଁ ସା଼ସା ଆ଼ହାଲି ଆ଼ଡାଆନା କାଜା ଗିୟାଁତଲେ ଏଲେଇଚେସି, "ନା଼ ତା଼ଣାଟି ବାରେ ଲ଼କୁଣି ପାଙ୍ଗାତା ପାଣ୍ତାଦୁ।" ଏଚେଟିଏ ଆମ୍ବାଆରି ଏ଼ୱାଣି ତଲେ ଡ଼ୟାଆଲିଏ, ଜସେପ ତାନି ତାୟିୟାଁ ନ଼କିତା ତା଼ନୁ ଆମ୍ବାଆସି ଇଞ୍ଜିହିଁ ଏଲେଇଚେସି। 2 ଏ଼ୱାସି କାଜା ଗିୟାଁ ତଲେ ଇଲେକିଁ ଡ଼ୀତେସି, ମିସରତି ଲ଼କୁ, ଅ଼ଡ଼େ ପା଼ର ରାଜା ଇଜତି ଲ଼କୁ ଜିକେଏ ଏ଼ଦାଆଁ ୱେଚେରି। 3 ଜସେପ ତାନି ତାୟିୟାଁଣି ଏଲେଇଚେସି, "ନା଼ନୁ ଜସେପତେଏଁ; ନା଼ ଆ଼ବା ନୀଏଁ ପାତେକା ନୀଡା ମାନେସି କି ?" ଏଚେଟିଏ ତାମି ତାୟିୟାଁ ତାନି ନ଼କିତା ଆଜିତାକି ଏ଼ନାଆଁୱା ୱେସାଲି ଆ଼ଡାଆତେରି।