1 ଆମା ସିଲିସାତି ଲୋକ୍ ନିଜେଦି ନେଗେନ୍ତାନ୍ ସାଲାନାନ୍, ୱାନ୍ ଟକେକିନି ଲୋକୁ ମାରି ନିର୍ବୁଦି ଲୋକ୍ ବାଦ୍ଲୁ ନେଗେଣ୍ତ୍ ।
2 ମାରି ଅରେନ୍ ଲୋକ୍ ବୁଦି ସିଲିକା ଆନିକା ନେଗେଣ୍ଡ୍ ସିଲେ; ମାରି, ଆମାକାନ୍ ଦାନ୍ଦାଦାନ୍ ପାଦ୍ ପକ୍ନାନ୍, ୱାନ୍ ପାପ୍ କିନାନ୍ ।
3 ଲୋକ୍ତି ବୁଦିସିଲିକା ୱାନି ସାରି ମାର୍ନା ପକ୍ନାତ୍, ମାରି, ୱାନି ମନ୍ ପ୍ରବୁଦି ବିରୁଦ୍ତାନ୍ ରିସା ଆନାତ୍ ।
4 ଦନ୍ତାନ୍ ନାଣ୍ଡ ସଙ୍ଗ୍କୁ ପୁଟ୍ନାର୍; ମାତର୍ ସିଲିସାତି ଲୋକ୍ ନିଜେଦି ସଙ୍ଗ୍ତି ମାଣାନ୍ ୱେରେଏ ଆନାନ୍ ।
5 ମିସ୍ ସାକିସିନିକାନ୍ ଦଣ୍ତ୍ ପୟ୍ନାନ୍; ମାରି, ମିସ୍ ୱେର୍ନିକାନ୍ ରକିୟା ପୟ୍ଏନ୍ ।
6 ନାଣ୍ଡ ଲୋକୁ ଅରେନ୍ ସାକା କିନି ଲୋକ୍ତି ମାଣାନ୍ ଦୟା ପୟ୍ନି ଉଣ୍ତିଙ୍ଗ୍ ଆସା କିନାର୍, ମାରି, ୱିଜେରେ ଦାନ୍ ସିନି ଲୋକ୍ତି ସଙ୍ଗ୍ ଆନାର୍ ।
7 ସିଲିସାତିୱାନି ୱିଜେରେ ତଡ଼ାନ୍କୁ ୱାନିଙ୍ଗ୍ କାଡ଼୍ନାର୍; ୱାନି ସଙ୍ଗ୍କୁ ୱାନି ମାଣାନ୍ ନାଣ୍ଡ ଆକ ସନାର୍ ! ୱାନ୍ ୱାର୍ଗିଦେଙ୍ଗ୍ ୱାରି ୱେନ୍କା ସନାନ୍, ମାତର୍ ୱାରିଙ୍ଗ୍ ୱାନ୍ ପୟ୍ଏନ୍ ।
8 ଆମାକାନ୍ ବୁଦି ପୟ୍ନାନ୍, ୱାନ୍ ନିଜେଦି ଜିବନ୍ତିଙ୍ଗ୍ ଲାଡ୍ କିନାନ୍; ଆମାକାନ୍ ବିସାର୍ ରକିୟା କିନାନ୍, ୱାନ୍ ନେଗିକା ପୟ୍ନାନ୍ ।
9 ମିସ୍ ସାକିସିନିକାନ୍ ଦଣ୍ତ୍ ପୟ୍ନାନ୍; ମାରି, ମିସ୍ ୱେର୍ନିକାନ୍ ନାସ୍ଟୁ ଆନାନ୍ ।
10 ନିର୍ବୁଦି ଲୋକ୍ତି ସୁକ୍ ନେଗେନ୍ ସିଲେ; ପେରିୱାରି ମୁସ୍କୁ ସାକର୍ ସାସନ୍ କିନିକା ନେଗେନ୍ ସିଲେ ।
11 ଆମା ଲୋକ୍ ବୁଦିଦାନ୍ ସାଲାନାନ୍ ୱାନ୍ ଦାପ୍ରେ ରିସା ଆଏନ୍; ମାରି, ଦସ୍ତିଙ୍ଗ୍ ଡ଼ିସ୍ନିକା ୱାନି ସବାଦି ମାଟା ।
12 ରାଜାଦି ରିସା ନରେସ୍ତି ଗାର୍ଜାନି ୱାଜା ବୟଙ୍କାର୍ ତେବାନାତ୍; ମାତର୍ ୱାନି ଦୟା ଲାଟା ମୁସ୍କୁ ମାନି ମାସୁ ୱାଜା ଆନାତ୍ ।
13 ଅରେନ୍ ନିର୍ବୁଦି ମାରିନ୍ ୱାନି ବୁବାୟାୟାଦି ଉଣ୍ତିଙ୍ଗ୍ ଦୁଃକ୍ ତାନାନ୍; ମାରି, ଅରେତ୍ ଆଇମାଦି ଜାଟିଜଗ୍ଡ଼ା କିନିକା ୱିଜୁୱାଲେ ୱାଙ୍ଗ୍ନି ଏରୁଦି ଟପା ୱାଜା ।
14 ଇଲୁ ମାରି ଦନ୍ ବୁବାୟାୟାଦି ମାଣାନ୍ ପୋଇତି ଅଦିକାର୍; ମାତର୍ ବୁଦିମାନି ଆଡ଼ି ପ୍ରବୁଦି ମାଣାନ୍ ପୁଟ୍ନାତ୍ ।
15 ଗାଡ଼ିଆ ଲୋକ୍ ନାଣ୍ତ ସୁସ୍କାଣ୍କାଣାନ୍ ସୁଜ୍ନାନ୍; ମାରି, ଗାଡ଼ିଆ ଲୋକ୍ ବାଙ୍ଗାଁ ସାନାନ୍ ।
16 ମାପୁରୁଦି ମାଟା ମାନାନିକାନ୍ ନିଜେଦି ଜିବନ୍ ରକିୟା କିନାନ୍; ମାତର୍ ନିଜେଦି ସାରି ବିସୟ୍ତାନ୍ ଆମାକାନ୍ ଜାଗାର୍ତା ଆଏନ୍, ୱାନ୍ ସାନାନ୍ ।
17 ଆମାକାନ୍ ସିଲିସାତି ଲୋକାଙ୍ଗ୍ ଦୟା କିନାନ୍, ୱାନ୍ ପ୍ରବୁଙ୍ଗ୍ ୱାଡି ସିନାନ୍; ମାରି, ୱାନ୍ ୱାନି ନେଗି ପାଣିଦି ୱାଡି ଡ଼େସି ସିନାନ୍ ।
18 ନିଜେଦି ମାରିନ୍ତିଙ୍ଗ୍ ଅଜା କିଦୁ, ଇର୍ରିଙ୍ଗ୍ ଆସା ମାନାତ୍; ମାରି, ମି ମନ୍ ୱାନି ସାନିକା ବଦା କିମାକିତ୍ ।
19 ନାଣ୍ଡ ରିସାଦି ଲୋକୁ ସାସ୍ତି ପୟ୍ନାନ୍, ଏନ୍ଦାଇର୍ରିଙ୍ଗ୍ ନିନୁ ୱାନିଙ୍ଗ୍ ଅର୍ସୁ ରକିୟା କିତିଙ୍ଗ୍, ଆକା ନିଙ୍ଗିଁ ମାରିଡ଼େସି କିଦେଙ୍ଗ୍ ପଡ଼ାନାତ୍ ।
20 ସାରାସାରି ବେଡ଼ାଦୁ ନିନୁ ଏଣ୍ଡେସ୍ ବୁଦିଦିକାନ୍ ଆଆ, ଇୟା ଉଣ୍ତିଙ୍ଗ୍ ମାଟା ୱେନ୍ଆ ମାରି ନେଗି ମାଟା ଆସ୍ଆ ।
21 ଲୋକ୍ତି ମନ୍ତୁ ନାଣ୍ଡ ମାଟେଙ୍ଗ୍ ତେବାନେ, ମାତର୍ ପ୍ରବୁଦି ମାଟା ତିର୍ ଆନାତ୍ ।
22 ଲୋକ୍ତି ଆସା ୱାନି ଦୟାଦି ଗୁଣ୍ ମାରି ମିସ୍ମାଟା ୱେର୍ନି ଲୋକା ବାଦ୍ଲୁ କାକୁର୍ତି ଲୋକ୍ ପେରିକାନ୍ ।
23 ପ୍ରବୁଙ୍ଗ୍ ତିଲାନିକା ଜିବନ୍ତୁ ଅନାତ୍, ଆକା ଆମାଲୋକା ଲାକ୍ତୁ ମାନାତ୍, ୱାନ୍ ସାନ୍ତି ଆଜି ବାସା କିନାନ୍; କାସ୍ଟୁ ୱାନି ଲାକ୍ତୁ ସିଜି ସଲ୍ଏତ୍ ।
24 ଗାଡ଼ିଆ ନିଜେଦି ସାଡ଼୍ୱାଦୁ କିୟୁ ରତିଙ୍ଗାଁ, ମାରି ଅର୍ସୁ ଆକା ୱେୟୁଦୁ ଅତେଙ୍ଗ୍ ମାରି ବଦା କିଏନ୍ ।
25 ନିନ୍ଦା କିନି ଲୋକ୍ତିଙ୍ଗ୍ ଡାକ୍ତାର୍, ବୁଦିସିଲିକାନ୍ ଜାଗାର୍ତା ଆନି ସିକିୟା ଅଜାନାନ୍; ମାରି, ବୁଦିଦି ଲୋକ୍ତିଙ୍ଗ୍ ୱେର୍ତିଙ୍ଗା, ୱାନ୍ ଗିୟାନ୍ ବୁଜାନାନ୍ ।
26 ଆମା ମାରିନ୍ ନିଜେଦି ବୁବାସିଦି ଦନ୍ ନାସ୍ଟୁ କିନାନ୍, ମାରି, ନିଜେଦି ୟାୟାଏଙ୍ଗ୍ ଉଲ୍ପ୍ନାନ୍, ୱାନ୍ ସେମାର୍ତିକାନ୍ ମାରି ଅପ୍ମାନ୍ ପୋଇନିକାନ୍ ।
27 ଏ ନା ମାରିନ୍, ଆମା ନେଗି ମାଟା ବୁଦିଦି ମାଟାଦାନ୍ ନିଙ୍ଗିଁ ୱେର୍ଏ ଅନାତ୍, ଆକା ୱେନ୍ମା ।
28 ପଟ୍କାର୍ ସାକି ନିୟାଇ ବିସାର୍ତିଙ୍ଗ୍ ନିନ୍ଦା କିନାନ୍ ମାରି ସେଇ ଲୋକ୍ତି ୱେୟୁ ତାଗ୍ଇ ମାଟେଙ୍ଗ୍ ଆସ୍ନାତ୍ ।
29 ନିନ୍ଦା କିନି ଲୋକା ଉଣ୍ତିଙ୍ଗ୍ ଦଣ୍ଡ୍ ମାନାତ୍ ମାରି ନିର୍ବୁଦି ଲୋକା ମୁଟାମ୍ ଉଣ୍ତିଙ୍ଗ୍ ଡାକ୍ତେଙ୍ଗ୍ ବାଡିଗା ମାନାତ୍ ।