1 ଜାକିଦି ମାରିନ୍ ଆଗୁରଦି ସାକ୍ତିଦି ମାଟା । ଆୟା ଲୋକ୍ ଇତିୟେଲତିଙ୍ଗ୍, ମାରିବା, ଇତିୟେଲ ମାରି ଉକଲଦିଙ୍ଗ୍ ଇନାନ୍ ।
2 ସତ୍ନେ ନାନ୍ ଲୋକ୍ ବାଦ୍ଲୁ ନିର୍ବୁଦି ୱାଜା, ମାରି ନା ଲୋଇ ଲୋକ୍ତି ନେଗି ବିସାର୍ ମନ୍ ସିଲେତ୍ ।
3 ନାନ୍ ଇନି ବୁଦି ଅଜାଏ, ମାରି ମାପୁରୁଦି ବୁଦି ନା ମାନୁ ସିଲେତ୍ ।
4 ଏନ୍ ମୁସ୍କୁପୁର୍ ସଲ୍ସି ଆବେଣାନ୍ ରେତାଜି ୱାତାମାନାନ୍ ? ଏନ୍ ନିଜେଦି ମୁଟିଦୁ ଗାଲିଦିଙ୍ଗ୍ ଉଣ୍ଡ୍ରେମାନୁ କିତାମାନାନ୍ ? ଏନ୍ ନିଜେଦି ଆଙ୍ଗିଁଦୁ ଏରୁ ୱିଜୁଦିଙ୍ଗ୍ ତର୍ତାମାନାନ୍ ? ଏନ୍ ଦୁନିଆଦି ୱିଜୁ ସାନ୍ଦି ତିଆର୍ କିତାମାନାନ୍ ? ୱାନି ଦରୁ ଇନିକା ? ୱାନି ମାରିନ୍ଦି ଦରୁ ଇନିକା ? ଇକା ଏସେଙ୍ଗ୍ ନେସ୍ତିମାନି, ଆଦେଙ୍ଗ୍ ଇନ୍ଆ ।
5 ମାପୁରୁଦି ୱିଜୁ ମାଟା ପରିକା ଆଜି ପୁରା ଆତାମାନାତ୍; ଆମାକାର୍ ୱାନିଙ୍ଗ୍ ଆସା ଇଡ୍ନାର୍, ୱାନ୍ ୱାରି ସନ୍ୟରି ଆଙ୍ଗ୍ନି ସାଜୁ ୱାଜା ଆନାନ୍ ।
6 ୱାନି ମାଟାଦୁ ମିସା କିମାଟ୍, କିତିଙ୍ଗା ୱାନ୍ ନିଙ୍ଗିଁ ୱେର୍ନାନ୍, ମାରି ନିନୁ ମିସ୍ ମାଟା ଇନି ଲୋକ୍ ଇଜି ଜାଣାପଡ଼ାନାତ୍ ।
7 ନାନ୍ ନି ମାନୁ ଇୟା ରୁଣ୍ଡି ମାଟେଙ୍ଗ୍ ଲସ୍ତାମାନା, ନାନୁ ସାନି ଆଗ୍ଡ଼ି ନାଙ୍ଗିଁ ସିଦେଙ୍ଗ୍ ମାନା କିମା ।
8 ସେଡିଦିକା ମାରି ମିସ୍ ମାଟା ନା ମାଣାନ୍ ଆକ କିଆ; ନାଙ୍ଗିଁ କାକୁର୍ତି କିମା ଗି ମାଜନ୍ କିମା; ନା କାର୍ମୁଦି ବାଗ୍ ସିଜି ନାଙ୍ଗିଁ ପସାକିଆ ।
9 ସିଲେତିଙ୍ଗ୍ ନାନ୍ ପଟା ପାଜିସ୍ କିଜି ନିଙ୍ଗିଁ ମାନେଆଏଜି ଇନା, ପ୍ରବୁ ଏନ୍ ? ମାରିବା କାକୁର୍ତି ଆତିଙ୍ଗାଁ ଡଙ୍ଗାଁ କିଜି ନିଜେଦି ମାପୁରୁଦି ଦରୁ ମିସ୍ଦାନ୍ ଅନା ।
10 ଗତିମୁରୁଲିଙ୍ଗ୍ ୱାନି ମାଲିକ୍ ଲାକ୍ତୁ ଦସ୍ ତିଗ୍ମାଟ୍, କିତିଙ୍ଗ୍ ୱାନ୍ ନିଙ୍ଗିଁ ଆନାଦୁରିଆ ସିନାନ୍ ମାରି ନିନ୍ ଦସି ଆନି ।
11 ଇୟାୱାଜା ଏସ ଲୋକ୍ ମାନାର୍, ଆମାକାର୍ ନିଜେଦି ବୁବେଙ୍ଗ୍ ଆନାଦୁରିଆ ସିନାର୍, ମାରି ନିଜେଦି ୟାୟେଙ୍ଗ୍ ଆସିର୍ବାଦ୍ କିଏର୍ ।
12 ଇୟାୱାଜା ଏସ ଲୋକ୍ ମାନାର୍, ୱାର୍ ନିଜେଦି କାଣାଗାଦୁ ନାଣ୍ତ ନେଗିକାର୍, ଆତିଙ୍ଗ୍ବା ୱାର୍ ନିଜେଦି ରପିଦାନ୍ ନରାୟ୍ ଆଏର୍ ।
13 ଇୟାୱାଜା ଏସ ଲୋକ୍ ମାନାର୍, ୱାର୍ ନିଜେଦିଙ୍ଗ୍ ପେରିକାର୍ ଇଜି ଅଡ଼୍ବିନାର୍ ୱାରି କାଣ୍ଗା ବୁଡା ରେଆତା ମାନାତ୍ ।
14 ଇୟାୱାଜା ଏସ ଲୋକ୍ ମାନାର୍, ଦୁନିଆଦାନ୍ ଦୁକ୍ତି ଲୋକାଙ୍ଗ୍ ମାରି ଲୋକା ଲୋଇରାନ୍ ସିଲିସାତିୱାରିଙ୍ଗ୍ ନାସ୍ଟୁ କିନି ଉଣ୍ତିଙ୍ଗ୍ ଆମାୱାରି ଗଜିୟା ପାଲୁକୁ କାଣ୍ଡା ୱାଜା ମାରି ୱିସାମ୍ତି ପାଲୁକୁ ଦାରାଦି କୁଡ଼ାମ୍ ୱାଜା ।
15 ସୁରିଇଦି ରୁଣ୍ଡି ଆଇଲିକ୍ ମାନେ, ଆୟାକେଙ୍ଗ୍ ଇନେ "ସିଦା, ସିଦା ।" ମୁଣ୍ଡ୍ରି ଗୋଟା ଜିନିସ୍ ମାନାତ୍, ଆକା ଏସେଙ୍ଗ୍ ପଟା ପାଜ୍ଏତ୍, ମାରି ନାଲ୍ଗି ଜିନିସ୍ ଏସେଙ୍ଗ୍ ଇନ୍ଏତ୍, "ନାଣ୍ଡ୍ ଆତାତ୍ ।"
16 ଦୁକି ମାରି ବାଞ୍ଜି ଆଇମାଦି ଗାର୍ବୁ, ୱାର୍ତି ବୁମି ମାରି ସିସୁ ଜେ ଇନ୍ଉ, ନାଣ୍ଡ ଆତାତ୍ ।
17 ଆମା କାଣାଗା ନିଜେଦି ବୁବେଙ୍ଗ୍ ସେମାର୍ କିନାନ୍ ମାରି ୟାୟାଦି ମାଟା ମାନାଦେଙ୍ଗ୍ ବଦା କିଏନ୍, ତାନିଙ୍ଗ୍ ଗରତି କାକିଙ୍ଗ୍ କତ୍ସି ସପ୍ନେ, ମାରି ଡେଗା ପଟିଦି ପିଲେକ୍ ଆକା ତିନେ ।
18 ମୁଣ୍ଡ୍ରି ମାଟା ନା ଉଣ୍ତିଙ୍ଗ୍ ନାଣ୍ତ କାବାଆନିକା ଆନାତ୍, ମାରି ନାଲ୍ଗି ମାଟା ନାନୁ ବୁଜାଏଜିନା ;
19 ବାଦଡ଼୍ତୁ ଡେଗା ପଟିଦି ଇମ୍ଜି ବୁଲାନି ସାରି, ପିଡ଼୍ପିକାଲୁଦୁ ସାରାସୁଦି ବୁଲାନି ସାରି, ସାମ୍ଦୁର୍ତି ଲୋଇ ଏର୍ଜାଜ୍ତି ବୁଲାନି ସାରି, ରିପା ଆଇଲିଦି ଲାକ୍ତୁ ମେମାର୍ଏନ୍ଦି ସନି ସାରି ।
20 ଆୟାୱାଜାଦି ଦାରିଣି ଆଇମାଦି ସାରି, ୱାଦ୍ ତିନ୍ଜି ୱେୟୁ ତେଲାନାତ୍ ମାରି ଇନାତ୍, ନାନୁ ଇନି ତାଗ୍ଇ ପାଣି କିଏ ।
21 ମୁଣ୍ଡ୍ରି ମାଟାଦାନ୍ ଦୁନିଆ ତିରିଗ୍ନାତ୍, ମାରି ନାଲ୍ଗି ମାଟାଦି ବଜୁଦାନ୍ ବା, ଆକା ୱାଦ୍ ସାସ୍ କିଦେଙ୍ଗ୍ ଆଟ୍ଏତ୍;
22 ଅରେନ୍ ସାକର୍ ରାଜା ଆନାନ୍, ମୁର୍କୁ ଲୋକ୍, ୱିଜୁ ଉଣ୍ତେଙ୍ଗ୍ ବଦା କିନାନ୍;
23 ଅରେତ୍ କାଡ଼୍ନି ଆଇମା ଏଦ୍ ପେଡ଼ି ଆନାତ୍; ମାରି ଅରେତ୍ ସାକ୍ରାଣି ତାନି ମାଲିକ୍ଦି ଅଦିକାର୍ ପୋଇନାତ୍ ।
24 ଦୁନିଆଦୁ ନାଲ୍ଗି ଇସ୍ରି ଜାତୁଙ୍ଗ୍ ମାନେ, ମାତର୍ ନାଣ୍ଡ ବୁଦିମାନ୍,
25 ସିୱାଣ୍ତିଙ୍ଗ୍ ୱିଜୁ ବପୁସିଲିକେଙ୍ଗ୍, ଇର୍ରିଙ୍ଗ୍ବା ଜେଟା କାଡ଼ାଦୁ କାଦି ଉଣ୍ଡା କିନେ ।
26 କେସାସିର୍ଲି ଜାତୁ ସାକ୍ତିସିଲିକେଙ୍ଗ୍, ଇର୍ରିଙ୍ଗ୍ବା ୱାକ୍ ପିଡ଼୍ପିକାଲୁଦୁ ନିଜେ ନିଜେଦି ତେବାନି ବାଡି ତିଆର୍ କିନେ ।
27 ମାଡ଼ିମାଉକା ଏମେବା ରାଜା ସିଲେନ୍, ଇର୍ରିଙ୍ଗ୍ବା ଆୟାୱିଜୁ ମାନ୍ଦା ମାନ୍ଦା ଆଜି ବୁଲାନେ ।
28 ମାରି, ବାଲିଗିର୍ନା କିୟୁଦାନ୍ ଆସ୍ତେଙ୍ଗ୍ ଆନାତ୍, ଇର୍ରିଙ୍ଗ୍ବା ୱାଦ୍ ରାଜାଦି ମେଡ଼୍ଇଲୁଦୁ ତେବାନାତ୍ ।
29 ମୁଣ୍ଡ୍ରି ଜାତୁଙ୍ଗ୍ ସୁନ୍ଦର୍ତି ୱାଜା ବୁଲାନେ, ମାରି ନାଲ୍ଗି ଜାତୁଙ୍ଗ୍ ସୁନ୍ଦର୍ତି ୱାଜା ବୁଲାନେ;
30 ୱିଜୁ ଜାତୁଙ୍ଗାଁ ଲୋଇ ପାର୍ଟାନରେସ୍ ସାକ୍ତିଦିକାତ୍ ମାରି ୱାଦ୍ ଏଙ୍ଗ୍ ତିଲାଜି ୱେନ୍କା ଡ଼େସି ଗୁସାଏତ୍ ।
31 ଗାଲିଗାଞ୍ଜା; ବକଡ଼ା ଗରିଆ ମାରି ସନ୍ୟରି ୱାଲେ ତିଆର୍ଆତି ମାନି ରାଜା, ଆମାୱାନି ବିରୁଦ୍ତାନ୍ ଏନ୍ ନିଙ୍ଗ୍ଏନ୍ ।
32 ନିନୁ ନିଜେଦିଙ୍ଗ୍ ପେରିକାନ୍ ଆଦେଙ୍ଗ୍ ମୁର୍କୁଦି ପାଣି କିନିମାନି, ମାରିବା ଏସେଙ୍ଗ୍ ସେଇକା ଅଡ଼୍ବିନିକା କିଜିମାନି, ଆର୍ତିଙ୍ଗ୍ ନିଜେଦି ୱେୟୁଦିଙ୍ଗ୍ ଆଲେ କିଆ ।
33 ଇରିଙ୍ଗ୍ ଏଣ୍ଡେସ୍ ପାଲୁଦିଙ୍ଗ୍ ମିସାକିତିଙ୍ଗ୍ ଦଇ ସନାତ୍ ମାରି ମୁଜି ରାସ୍ତିଙ୍ଗା ନେତେର୍ ସନାତ୍; ଆୟାୱାଜା ରିସା ଆତିଙ୍ଗାଁ ଜାଟିଜଗ୍ଡ଼ା ସନାତ୍ ।