1 ଏସ୍ତିୱାଲେ ନିନୁ ସାସନ୍କିନିୱାନି ୱାଲେ ଉଣ୍ଡେଙ୍ଗ୍ ବାସ୍ନି, ନାସ୍ତିୱାଲେ ନି ଆଗ୍ଡ଼ି ଏନ୍ ମାନାନ୍, ଆକା ଜାତୁନ୍ଦାନ୍ ଅଡ଼୍ବିଆ । 2 ଜଦି ନିନୁ ନାଣ୍ତ କାଉରା ଆତିଙ୍ଗ୍, ନିନୁ ନିଜେଦି କକ୍ଲାଦୁ ନିଜେ କୁଡ଼ାମ୍ ଇଡ୍ନି । 3 ତାନି ସାୱି କାଦିଦିଙ୍ଗ୍ ଲବ୍ କିମା; ଏନ୍ଦାଇର୍ରିଙ୍ଗ୍ ଆକା ବାଣ୍ତିସ୍କିନି କାଦି ।
4 ମାଜନ୍ ଆନି ଉଣ୍ତିଙ୍ଗ୍ ନାଣ୍ତ କାସ୍ଟୁ ପାଣି କିମା; ନି ନିଜେଦି ବୁଦିଦୁ ଆସା କିମା । 5 ଆମାକା ସିଲେତ୍, ଆକା ସୁଡ଼୍ଦେଙ୍ଗ୍, ନିନୁ ଇନିକା ନି ନିଜେଦି କାଣାଗାଦିଙ୍ଗ୍ ୱେର୍ନି ? ଏସ୍ତିୱାଲେ ନିନୁ ଆୟାଉଣ୍ତିଙ୍ଗ୍ ସୁଣି, ନାସ୍ତିୱାଲେ ଆକା ମାର୍ଗାନାତ୍ । ଇର୍ରିଙ୍ଗ୍ ଆକା ଡେଗା ପଟିଦି ୱାଜା ଆକା ରେକେଙ୍ଗ୍ ସାର୍ପିସ୍ ବାଦଡ଼ତୁ ଇମ୍ନା ସନାତ୍ ।
6 ସେଇ କାଣ୍ଗାଦାନ୍ ସୁଣି ଲୋକ୍ତି କାଦି ଉଣୁମା, ମାରି, ୱାନି ସାୱି କାଦିଦିଙ୍ଗ୍ ଲବ୍ କିମା; 7 ଇର୍ରିଙ୍ଗ୍ ୱାନ୍ ଏମେଜାକୁ ମନ୍ତୁ ନିଜେ ଅଡ଼୍ବିନାନ୍, ୱାନ୍ ଆୟା ୱାଜା ନେ; ୱାନ୍ ତିନ୍ଆ ଉଣୁଆ ଇଜି ନିଙ୍ଗିଁ ଇନାନ୍ ସତ୍, ମାତର୍ ନିମାନୁ ୱାନି ମନ୍ ସିଲେତ୍ । 8 ନିନୁ ଆମା ଉଣା ଉଟିମାନି, ଆକା କାକାନି ପୋକ୍ନି; ମାରି, ନି ନେଗି ମାଟା ଆରାକିନି । 9 ନିର୍ବୁଦି ଲୋକ୍ତି ଆଗ୍ଡ଼ି ମାଟା ଇନ୍ମା, ଏନ୍ଦାଇର୍ରିଙ୍ଗ୍ ୱାନ୍ ନି ବୁଦିଦି ମାଟାଦିଙ୍ଗ୍ କାଡ଼୍ନାନ୍ ।
10 ପାଡ଼ିଇ ସାନ୍ଦି ଗୁସା କିମା, ମାରି, ବୁବାସି ସିଲି ଲୋକ୍ତି କିଡ଼ିଇଦୁ ଡ଼ୁଗ୍ମା । 11 ଇର୍ରିଙ୍ଗ୍ ୱାରିଙ୍ଗ୍ ମୁକୁଡ଼ାକିନିକାନ୍ ନାଣ୍ତସାକ୍ତି; ୱାନ୍ ନି ୱାଲେ ୱାରି ଜାଟି ବିରୁଦ୍ତାନ୍ ବିରୁଦ୍ କିନାନ୍ ।
12 ନେଗି ମାଟାଦୁ ନି ମନ୍ ସିଆ ମାରି ଗ୍ୟାନ୍ତି ମାଟାଦୁ ନି ଗିତଣିଙ୍ଗ୍ ୱେନ୍ଆ ।
13 କଡ଼୍ଦିଙ୍ଗ୍ ସାସ୍ତି ସିଦେଙ୍ଗ୍ ଏଲା କିମାଟ୍; ନିନୁ ୱାନିଙ୍ଗ୍ ବାଡିଗାଦାନ୍ ଡାକ୍ତିଙ୍ଗ୍ ବା ୱାନ୍ ସାଏନ୍ । 14 ନିନୁ ୱାନିଙ୍ଗ୍ ବାଡିଗାଦାନ୍ ଡାକ୍ନି ମାରି ପାତାଲ୍ଦାନ୍ ୱାନି ଜିବନ୍ ରକିୟା କିନି । 15 ଏ ନା ମାରିନ୍, ନି ଜିବନ୍ ଗ୍ୟାନି ଆତିଙ୍ଗାଁ, ନା ମନ୍ ନାଣ୍ତ ୱେଡ଼ିକା ଆନାତ୍ । 16 ହୁଁ, ନି ୱେୟୁ ଟିକ୍ ମାଟା ଇର୍ରିଙ୍ଗା, ନା ଜିବନ୍ ୱେଡ଼ିକା ଆନାତ୍ ।
17 ନି ଜିବନ୍ ପାପି ଲୋକାଙ୍ଗ୍ ଆକାର୍ କିମାକିତ୍, ମାରି, ନିନୁ ୱିଜୁ ଦିନ୍ ପ୍ରବୁଦି ଉଣ୍ତିଙ୍ଗ୍ ତିଲାଜି ମାନ୍ଆ । 18 ଇର୍ରିଙ୍ଗ୍ ଇନାମ୍ ସତ୍ନେ ମାନାତ୍ ମାରି ନି ଆସା ସେଡିନେ ଆଏତ୍ ।
19 ଏ ମାରିନ୍, ୱେନ୍ଆ, ଗ୍ୟାନି ଆଆ, ମାରି, ନି ଜିବନ୍ତିଙ୍ଗ୍ ସତ୍ତି ସାରିଦୁ ଅଆ । 20 ଆମାକାର୍ ନାଣ୍ତ ଅଙ୍ଗୁର୍ରସ୍ ଉଣାର୍ ମାରି କାଣ୍ତା ତିନାର୍, ଆୟା ଲୋକା ୱାଲେ ସଙ୍ଗ୍ ଆମା । 21 ଇର୍ରିଙ୍ଗ୍ ମାତାଲ୍ ମାରି କାଉରାର୍ କାକୁର୍ତି ଆନାର୍; ମାରି ସୁଜ୍ଦେଙ୍ଗ୍ ଜିବନ୍ନୋନି ଲୋକ୍ତିଙ୍ଗ୍ କିଜିତି ଆଙ୍ଗିଁ ଆରିସ୍ କିନାତ୍ ।
22 ନିଙ୍ଗିଁ ଜନମ୍ କିତି ବୁବାଦି ମାଟା ୱେନ୍ଆ, ମାରି, ୟାୟା ଡକ୍ରି ଆତିଙ୍ଗାଁ, ତାନିଙ୍ଗ୍ କାଡ଼୍ମା ।
23 ସତ୍ତିଙ୍ଗ୍ କଡ଼୍ଆ, ମାରି, ଆକା ପର୍ମା; ଗ୍ୟାନ୍, ଆଦେସ୍ ମାଟା ମାରି ନେଗିବିସାର୍ କିନିକା କଡ଼୍ଆ ।
24 ଦାର୍ମୁଦି ଲୋକ୍ତି ବୁବା ନାଣ୍ଡ ୱେଡ଼ିକା ଆନାନ୍, ମାରି, ଗ୍ୟାନି ମାରିନ୍ତି ଜନମ୍ କିତିକାନ୍ ୱାନି ଉଣ୍ତିଙ୍ଗ୍ ୱେଡ଼ିକା ଆନାନ୍ ।
25 ନି ବୁବା ମାରି ନି ୟାୟା ୱେଡ଼ିକା ଆପିର୍, ନିଙ୍ଗିଁ ପଟାଦୁ ଆସ୍ତିମାର୍ହି ୟାୟା ୱେଡ଼ିକା କିପିତ୍ ।
26 ଏ ନା ମାରିନ୍, ନି ଜିବନ୍ ନାଙ୍ଗିଁ ସିଦା, ମାରି, ନି କାଣ୍ଗା ନା ସାରିଦୁ ୱେଡ଼ିକା ଆପିତ୍ । 27 ଇର୍ରିଙ୍ଗ୍ ବେସ୍ୟା ପାଣି ନିର୍ଇ ଗୁଟା ୱାଜା, ମାରି ଦାରି ପାଣି ଅସାର୍ ସିଲି କୁଇଁକାଲ୍ ୱାଜା । 28 ମାରି ୱାଦ୍ ଡଙ୍ଗାର୍ଙ୍ଗା ୱାଜା କାପ୍କିଜି ତେବାନାତ୍, ମାରି ଲୋକା ଲୋଇ ବିସ୍ବାସ୍ସିଲି ଲୋକା ଇସାବ୍ ନାଣ୍ତ କିନାତ୍ ।
29 ଏନ୍ ଇଜିନାନ୍, ଦୁଃକ୍ ? ଏନ୍ ଇଜିନାନ୍, ଅସାନ୍ତି ? ଏନ୍ ଏନ୍ ଜାଟି କିଜିନାନ୍ ? ଏନ୍ ଏନ୍ ଦାବି କିଜିନାନ୍ ? ଏନ୍ ଏନ୍ ସେଡିନେ ଗାଉ ଆଜିନାନ୍ ? ଏସ ଲୋକା କାଣୁକୁ ନେତେର୍ ଆଜିନେ ? 30 ଆମାକାର୍ ଅଙ୍ଗୁର୍ରସ୍ ଉଣ୍ଡେଙ୍ଗ୍ ନାଣ୍ତ ବେଡ଼ା ବାସ୍ନାମାନାର୍, ଆମାକାର୍ ମିସାତି କାଡ଼ୁ ରେବାଜି ବୁଲାନାର୍, 31 ଆୟା ଲୋକା ଅଙ୍ଗୁର୍ରସ୍ ଏରାଙ୍ଗା ଆତିଙ୍ଗାଁ, ମାରି ଗିଲାସ୍ଦୁ ତାନି ନେଗି ରଙ୍ଗ୍ ତରିତିଙ୍ଗାଁ ମାରି ଉସାସ୍ତାନ୍ ଟେର୍ଲାକାଦୁ ସରିଙ୍ଗାଁ, ନିନୁ ତାନିଙ୍ଗ୍ ସୁଡ଼ୁମା । 32 ମାର୍ନାଣ୍ତିଙ୍ଗ୍ ଆକା ସାରାସୁ ୱାଜା କତ୍ନାତ୍ ମାରି ୱିସାମ୍ତି ପୁର୍ତେଡ଼ି ସାରାସୁ ୱାଜା ନାସ୍ଟୁ କିନାତ୍ । 33 ନି କାଣୁକୁ କାବାଦି ବିସୟ୍ ସୁଡ଼ୁନାନ୍, ନି ଜିବନ୍ କୁଟ୍ ମାଟା ଇନାତ୍ । 34 ମାରି, ନିନୁ ସାମ୍ଦୁର୍ତୁ ଗୁର୍ନି ଲୋକୁ ୱାଜା ମାରି ଜାଜ୍ତି ମୁଣ୍ତା ମୁସୁକୁ ଗୁର୍ନି ଲୋକା ୱାଜା ଆନି । 35 ନିନୁ ଇନି, ୱାର୍ ନାଙ୍ଗି ଡାକ୍ତାର୍, ମାତର ନାନ୍ ଗାଉ ଆଏତା; ୱାର୍ ନାଙ୍ଗି ଡାକ୍ତାର୍, ମାତର ନାନ୍ ଇନିକା ନେସ୍ଏତା; ନାନ୍ ଏସ୍ତିୱାଲେ ନିଙ୍ଗ୍ନା ? ମାରିଡ଼େସି ନାନ୍ ଆକା ରେବାନା ।