1 ନିନୁ ସେଇ ଲୋକା ଉଣ୍ତିଙ୍ଗ୍ ଆକାର୍ ଆମା, ମାରି, ୱାରି ସଙ୍ଗ୍ ଆଦେଙ୍ଗ୍ ବଦା କିମା ।
2 ଇର୍ରିଙ୍ଗ୍ ୱାରି ଜିବନ୍ ସେଇକା ସିନ୍ତା କିନାତ୍, ମାରି, ୱାରି ୱେୟୁଦାନ୍ ତାଗ୍ଇ ମାଟା ସନାତ୍ ।
3 ଗିୟାନ୍ତାନ୍ ଇଲୁ ତିଆର୍ ଆନାତ୍ ମାରି ବୁଦିଦାନ୍ ଆକା ତିର୍ ଆନାତ୍;
4 ବୁଦିଦାନ୍ ୱାନି ବାକ୍ରା ୱିଜୁ ନାଣ୍ଡ ଦାରା ମାରି ନେଗି ଜିନିସ୍ଦାନ୍ ପୁରାବର୍ତି ଆନାତ୍ ।
5 ଗିୟାନ୍ଦି ଲୋକ୍ ବପୁ ଆନାନ୍, ମାରି, ବୁଦିଦି ଲୋକ୍ ନାଣ୍ତ ସାକ୍ତି ଆନାତ୍ ।
6 ସତ୍ନେ ନିନୁ ନେଗି ମାଟା ଅସି ନିଜେଦି ଜୁଦ୍ କିନି; ମାରି, ନାଣ୍ତ ସନ୍ୟରି ମାଣାନ୍ ରକିୟା ଆନାତ୍ ।
7 ବୁଦିସିଲି ଲୋକ୍ ଉଣ୍ତିଙ୍ଗ୍ ବୁଦି ନାଣ୍ଡ ପେରିକା; ୱାନ୍ ଗାଡ଼୍ତି ସେର୍ଲାଦୁ ନିଜେଦି ୱେୟୁ ପିଟା କିଏନ୍ ।
8 ଆମା ଲୋକୁ ସେଇକା କିଦେଙ୍ଗ୍ ଅଡ଼୍ବିନାନ୍, ଲୋକୁ ୱାନିଙ୍ଗ୍ ସେଇକା ପୟ୍ନିକାନ୍ ଇଜି ଇନାର୍ ।
9 ମୁର୍କୁଦି ବିସାର୍ ପାପ୍ଦିକା; ମାରି, ନିନ୍ଦାକିନି ଲୋକ୍ତିଙ୍ଗ୍ ଲୋକୁ କାଡ଼୍ନାର୍ ।
10 ସନିରାଉଦି ନାଣ୍ତିଙ୍ଗ୍ ନିନୁ ଏସ୍କାଙ୍ଗ୍ ସାକ୍ତି ସିଲେଣ୍ଡା ଆନି, ଆର୍ତିଙ୍ଗ୍ ନି ସାକ୍ତି ଉଣା ।
11 ସାନି ଉଣ୍ତିଙ୍ଗ୍ ଅନି ଲୋକାଙ୍ଗ୍ ଜିପିସ୍ କିଦୁ ମାରି ସାନି ଉଣ୍ତିଙ୍ଗ୍ ବଦା କିଜିମାନି ଲୋକାଙ୍ଗ୍ ରକିୟା କିନି ଉଣ୍ତିଙ୍ଗ୍ ୱାନ୍ଦ୍ମାଟ୍ ।
12 ଜଦି ନିନୁ ଇନି, ସୁଡ଼ୁଦୁ, ମାପ୍ ଇକା ନେସ୍ଏପ୍, ଆର୍ତିଙ୍ଗ୍ ମେନ୍ଦଲ୍ତିଙ୍ଗ୍ ଆସ୍ନି ମାଲିକ୍ ଇନିକା ଆକା ବୁଜାଏନ୍ ? ମାରି, ନି ଜିବନ୍ତି ରକିୟାକିନିକାନ୍ ଇନିକା ଆକା ନେସ୍ଏନ୍ ? ମାରି, ୱାନ୍ ଇନିକା ୱିଜୁ ଲୋକାଙ୍ଗ୍ ନିଜେଦି ପାଣି ଇସାବ୍ଦାନ୍ ପଲ୍ ସିଏନ୍ ?
13 ଏ ନା ମାରିନ୍, ନିନୁ ପୁକି ତିନ୍ଆ, ଏନ୍ଦାଇର୍ରିଙ୍ଗ୍ ଆକା ନେଗେଣ୍ଡ୍; ମାରି, ପୁକି ଟାଟିଦାନ୍ ସନି ନିୟୁ ତିନ୍ଆ, ଏନ୍ଦାଇର୍ରିଙ୍ଗ୍ ଆକା ନି ୱେୟୁଦିଙ୍ଗ୍ ସାୱି ଆନାତ୍ ।
14 ବୁଦି ନି ଜିବନ୍ ଉଣ୍ତିଙ୍ଗ୍ ଆୟାୱାଜା ଇଜି ନିନୁ ନେସ୍ନି; ନିନୁ ଆକା ପୋଇତିଙ୍ଗା, ଇନାମ୍ ମାନିଙ୍ଗ୍ ନି ଆସା ୱେରେଏ ଆଏତ୍ ।
15 ଏ ସେଇ ଲୋକ୍, ନିନୁ ଦାର୍ମୁଦି ଲୋକୁ ତେବାନି ବାଡି ବିରୁଦ୍ତାନ୍ କାପ୍କିମା; ୱାନି ତେବାନିବାଡି ଡଙ୍ଗାଁ କିମା ।
16 ଇର୍ରିଙ୍ଗ୍ ଦାର୍ମୁଦି ଲୋକ୍ ସାତ୍ ଦେବେଙ୍ଗ୍ ମେଡ଼୍ତିଙ୍ଗ୍ ବା ମାରିଡ଼େସି ନିଙ୍ଗିଁନାନ୍; ମାତର୍ ସେଇଲୋକୁ କାସ୍ଟୁଦୁ ତାକାନାର୍ ।
17 ନି ସାତ୍ରୁ ନାସ୍ଟୁ ଆତିଙ୍ଗାଁ ୱେଡ଼ିକା କିମା, ମାରିବା ୱାନ୍ ତାକାଜି ମେଡ଼୍ତିଙ୍ଗା, ନି ମୋନ୍ ୱେଡ଼ିକା ଆମାକିତ୍;
18 ଏମୋ ପ୍ରବୁ ଆକା ସୁଡ଼ୁଜି ୱେଡ଼ିକା ଆଏନ୍ ମାରି ୱାନ୍ ୱାନି ମାଣାନ୍ ନିଜେଦି ରିସା ଡ଼େପ୍ନାନ୍ ।
19 ସେଇ ପାଣିକିନିୱାରି ଉଣ୍ତିଙ୍ଗ୍ ରିସା ଆମା; ମାରି, ତାଗ୍ଇୱାରି ଉଣ୍ତିଙ୍ଗ୍ ଆକାର୍ ଆମା ।
20 ଇର୍ରିଙ୍ଗ୍ ସେଇ ଲୋକ୍ତି ସାରାସାରି ଇନି ପଲ୍ ପୁଟ୍ଏତ୍ ମାରି ତାଗ୍ଇୱାରି ଦିୱା ନାପାଇ ଆନାତ୍ ।
21 ଏ ନା ମାରିନ୍, ପ୍ରବୁଙ୍ଗ୍ ମାରି ରାଜେଙ୍ଗ୍ ତିଲାଆ, ମାରି, ୱାନିଙ୍ଗ୍ ବିରୁଦ୍କିନିୱାରି ୱାଲେ ମିସାମା ।
22 ଇର୍ରିଙ୍ଗ୍ ଦାପ୍ରେନେ ୱାରି ମୁସ୍କୁ ବାଦା ୱାନାତ୍; ମାରି, ଆୟା ରିଏରି ବାଦା ୱାନିକା ଏନ୍ ନେସ୍ନାନ୍ ?
23 ଇୟାୱିଜୁ ବା ବୁଦିଦି ଲୋକା ମାଟା । ବିସାର୍ତୁ ଲୋକ୍ତି ମକମ୍ ସୁଡ଼୍ଜି ପାଣି କିନିକା ନେଗେଣ୍ଡ୍ ସିଲେ । 24 ସେଇ ଲୋକ୍ତିଙ୍ଗ୍ ଏନ୍ ଇନାନ୍, ନିନୁ ଦାର୍ମୁ, ୱାନିଙ୍ଗ୍ ଲୋକୁ ଆନାଦୁରିଆ ସିନାର୍, କୁଟୁମ୍ଦି ଲୋକୁ ୱାନିଙ୍ଗ୍ କାଡ଼୍ନାର୍ । 25 ମାତର୍ ଆମାକାର୍ ୱାନିଙ୍ଗ୍ ନେଗି ଉଣ୍ତିଙ୍ଗ୍ ଲାଗାନାର୍, ୱାରି ୱେଡ଼ିକା ଆନାତ୍; ମାରି, ନେଗି ଆସିର୍ବାଦ୍ ୱାରି ମୁସ୍କୁ ୱାନାତ୍ ।
26 ଆମାକାନ୍ ସତ୍ ମାଟା ୱେର୍ନାନ୍, ୱାନ୍ ୱେୟୁଦୁ ନଣ୍ତିତି ୱାଜା ।
27 ନି ଆତ୍ରେଦି ପାଣି ୱିସ୍ଆ, ବୁମି ନିଜେଦି ଉଣ୍ତିଙ୍ଗ୍ ଆକା ତିଆର୍ କିଆ; ଆୟାୱେନ୍କା ନିଜେଦି ଇଲୁ ତିଆର୍ କିଆ ।
28 ଆରେଏଦାନ୍ ନି ପାଡ଼ାକାଦି ଲୋକା ବିରୁଦ୍ତାନ୍ ସାକି ଆମା ମାରି ନି ୱେୟୁଦାନ୍ ବାଣ୍ତିସ୍ କିମା । 29 "ୱାନ୍ ନା ଉଣ୍ତିଙ୍ଗ୍ ଆମାଜାକୁ କିତାମାନାନ୍, ୱାନି ଉଣ୍ତିଙ୍ଗ୍ ନାନ୍ ଆୟାୱାଜା କିନା ମାରି ୱାନି ପାଣିଦି ଇସାବ୍ତାନ୍ ନାନ୍ ୱାନିଙ୍ଗ୍ ଦଣ୍ତ୍ ସିନା, ଇୟାୱାଜା ଇନ୍ମା ।"
30 ନାନ୍ ଗାଡ଼ିଆ ଲୋକ୍ତି କିଡ଼ିଇ ମାରି ବୁଦିସିଲି ଲୋକ୍ତି ଅଙ୍ଗୁର୍ କିଡ଼ିଇ ଲାକ୍ତୁରାନ୍ ସିଜି ସର୍ହା । 31 ମାରି, ସୁଡ଼ୁଦୁ, ଆବେଣି ୱିଜୁ ତରିନ୍ ସାମ୍କୁ ପିରିତେ ମାନେ ମାରି ସେକ୍ନିଦଲୁ ଆୟା ମୁସ୍କୁ ପିଡ଼ିକ୍ତେ ମାନେ, ଆବେଣି କାଲୁକୁ କଟା ୱିଜୁ ରୁଙ୍ଗିତା ମାନାତ୍ । 32 ଆବେଟ୍ ନାନ୍ ବିସାର୍ କିତା, ମାରି, ମନ୍ ସିତା; ନାନ୍ ସୁଡ଼ୁତା ମାରି ନେଗି ମାଟା ପୋଇତା । 33 ମାରି ଅଡ଼ପ୍ ସୁଜିତିଙ୍ଗା, ମାରି ଅଡ଼ପ୍ କରତିଙ୍ଗା, ମାରି ଅଡ଼ପ୍ ସୁସୁକାଣ୍କୁ ସନି ଉଣ୍ତିଙ୍ଗ୍ କିକୁ ରୁକାତିଙ୍ଗ୍, 34 ନି କାକୁର୍ତି ଦିନ୍ ସାରିଦୁ ବୁଲାନି ବଇଗେରି ୱାଜା ୱାନାତ୍, ମାରି, ନି ଦିନ୍ କାତି କାଣ୍ଡା ଆସ୍ତି କାଙ୍ଗାର୍ଏନ୍ ୱାଜା ଇଗା ୱାନାତ୍ ।