1 ଏ ନା ମାରିନ୍, ନିନ୍ ଜଦି ନା ମାଟା ଆସ୍ନି ମାରି ନାନ୍ ଇର୍ହି ମାଟାୱିଜୁ ମନ୍ତୁ ଇଡ୍ନି; 2 ଜଦି ଗ୍ୟାନ୍ ତରିନ୍ ନି ଗିତଣିଙ୍ଗ୍ ୱେନି ମାରି ବୁଦିଦିଙ୍ଗ୍ ବୁଜାଦେଙ୍ଗ୍ ମନ୍ ସିନି; 3 ହୁଁ, ଜଦି ନିନ୍ ନେଗିବିସାର୍ ଉଣ୍ତିଙ୍ଗ୍ କୁକୁନି ମାରି ବୁଦି ଉଣ୍ତିଙ୍ଗ୍ ନାଣ୍ଡ ଆଉଲି ଆନି; 4 ଜଦି ୱେଣ୍ଡି ୱାଜା ତାନିଙ୍ଗ୍ ରେବାନି ମାରି ମୁସୁତି ଦନ୍ ୱାଜା ତାନିଙ୍ଗ୍ ରେବାନି; 5 ଆବେଟ୍ ନିନୁ ପ୍ରବୁଙ୍ଗ୍ ମାନାନି ମାଟା ବୁଜାନି ମାରି ମାପୁରୁଦି ବିସୟ୍ତାନ୍ ସତ୍ଦି ବୁଦି ପୟ୍ନି । 6 ଏନ୍ଦାଇର୍ରିଙ୍ଗ୍ ପ୍ରବୁ ଗ୍ୟାନ୍ ସିନାନ୍, ମାରି ୱାନି ୱେୟୁଦାନ୍ ଗ୍ୟାନ୍ ମାରି ବୁଦି ସନାତ୍ । 7 ୱାନ୍ ସତ୍ ଲୋକା ଉଣ୍ତିଙ୍ଗ୍ ନେଗି ଗ୍ୟାନ୍ ଉଣ୍ଡା କିନାନ୍, ୱାନ୍ ସାନ୍ତିଦି ଲୋକାଙ୍ଗ୍ ଆଙ୍ଗିଁନି ସାଜୁ ୱାଜା ଆନାନ୍ । 8 ଏଣ୍ଡେସ୍ଗି ୱାନ୍ ନ୍ୟାୟ୍ଦି ସାରି ରକିୟା କିଦେଙ୍ଗ୍ ଆଟ୍ନାନ୍ ମାରି ନିଜେଦି ଦାର୍ମୁ ଲୋକା ସାରି ସାସ୍ କିନାନ୍ ।
9 ଆଦେଙ୍ଗ୍ ନିନ୍ ଦାର୍ମୁଦିକା, ନେଗିବିସାର୍, ନ୍ୟାୟ୍ ମାରି ନେଗି ୱିଜୁ ସାରି ନେସ୍ନି । 10 ଇର୍ରିଙ୍ଗ୍ ଗ୍ୟାନ୍ ନି ଜିବନ୍ତୁ ଡ଼ୁଗ୍ନାତ୍, ମାରି, ବିଦ୍ୟା ନି ଜିବନ୍ତିଙ୍ଗ୍ ୱେଡ଼ିକା ସିନାତ୍; 11 ଅଜାତି ମାଟା ନି ମୁସୁକୁ କାପ୍କିନାତ୍, ବୁଦି ନିଙ୍ଗିଁ ରକିୟା କିନାତ୍ । 12 ଆବେଟ୍ ଆମାକାର୍ ମାନାଇ ମାଟା ଇନାର୍, 13 ଆମାକାର୍ ସିକାଟିଦି ସାରିଦୁ ସନି ଉଣ୍ତିଙ୍ଗ୍ ନେଗି ସାରି ଡ଼ିସ୍ନାର୍; 14 ଆମାକାର୍ ତାଗ୍ଇ ପାଣି କିନି ଉଣ୍ତିଙ୍ଗ୍ ୱେଡ଼ିକା ଆନାର୍ ମାରି ସେଇ ଲୋକା ମାନାଇ ମାଟାଦୁ ୱେଡ଼ିକା ଆଜି ମିସାନାର୍; 15 ଆମାକାର୍ ନିଜେ ନିଜେଦି ସାରିଦୁ କୁଟ୍ ମାଟେଙ୍ଗ୍ ୱାର୍ଗିନାର୍ ମାରି ନିଜେ ନିଜେଦି ଜିବନ୍ତୁ ଇନିଙ୍ଗା ଆନିଙ୍ଗାଁ ସନାର୍, ଇୟାୱାଜା ସେଇ ପାଣିକିନି ଲୋକା ସାର୍ରିଦାନ୍ ନିଙ୍ଗିଁ ରକିୟା କିଆୟ୍ଆନାତ୍ ।
16 ମାରି, ଆମା ଆଇ ଆଇମା ଦାରି ମାରି ସାୱି ସାୱି ମାଟେଙ୍ଗ୍ ଇଜି ବୁଲାନାତ୍, ଆମା ରିପା ବେଡ଼ାଦି ପେଡ଼ିଆତି କନ୍ଲିଙ୍ଗ୍ ଡ଼ିସ୍ସି ନିଜେଦି ମାପୁରୁଦି ନିୟମ୍ ବାଣାନାତ୍, 17 ଆମାତାନି ଇଲୁ ସାନି ତରିନ୍ ମାନାତ୍ 18 ମାରି ଆମାତାନି ସାରି ସାତି ତରିନ୍ ସନାତ୍, ଆମାତାନି ଲାକ୍ତୁ ସର୍ରିଙ୍ଗିବା ଏନ୍ ଡ଼େସି ରେଏନ୍ ମାରି ଜିବନ୍ତି ସାରି ମାରି ଆସ୍ଏନ୍, 19 ଇୟାୱାଜା ଦାରି ଆଇମାଦି ମାଣାନ୍ ନି ରକିୟା ଆନାତ୍ । 20 ଇୟା ଉଣ୍ତିଙ୍ଗ୍ ନିନ୍ ସତ୍ ଲୋକା ସାରିଦୁ ବୁଲାଆ ମାରି ଦାର୍ମୁଦି ଲୋକା ସାର୍ରିଦି ଜିବନ୍ ଜିଆ, 21 ଏନ୍ଦାଇର୍ରିଙ୍ଗ୍ ଦାର୍ମୁଦି ଲୋକୁ ଦେସ୍ତୁ ବାସାକିନାର୍, ମାରି, ଦସ୍ପାଣିକିଇ ଲୋକୁ ଆବେନୁ ତିର୍ତାନ୍ ତେବାନାର୍ । 22 ମାତର୍ ସେଇ ଲୋକୁ ଦେସ୍ତାନ୍ ନାସ୍ଟୁଆନାର୍ ମାରି ବିସ୍ବାସ୍କିଇକାର୍ ଦେସ୍ତାନ୍ ପେରାୟ୍ଆନାର୍ ।