ଦାନିଏଲ୍ ଆରି ତାର୍ ସଙ୍ଗାରି ମନର୍ କାତାନି
1 ଜିଉଦାର୍ ରାଜା ଜିଅଆକିମର୍ ସାସନ୍ ବେଲର୍ ତିନ୍ ବରସ୍କେ ବାବିଲର୍ ରାଜା ନବ୍କୁଦ୍ନିସ୍ଚର୍ ଜିରୁସାଲମେ ଆସି କରି ନସ୍ଟ କଲା । 2 ଆରି, ସବୁବେଲର୍ ମାପ୍ରୁ, ଜିଉଦାର୍ ରାଜା ଜିଅଆକିମ୍କେ ଆରି ପର୍ମେସରର୍ ଗରର୍ କେତେଟା ଜିନିସ୍ ତାକେ ସର୍ପି ଦେଲା; ତାର୍ପଚେ ସେ ସିନିଅ ଦେସେ ରଇବା ତାର୍ ଦେବ ମନ୍ଦିରେ ସେଟାମନ୍ ନେଲା ଆରି ସର୍ତେ ଜିନିସ୍ ତାର୍ ଦେବ୍ତା ରଇବା ଗରେ ସଙ୍ଗଇଲା ।
3 ଆରି, ରାଜା, ଇସ୍ରାଏଲର୍ ଲକର୍ ବିତ୍ରେ ଅନି, ଜନ୍ଟା କି, ରାଜା ଆରି କୁଲିନ ବଁସେ ଅନି 4 ଚତୁର୍, ସୁନ୍ଦର୍ ଆରି ଗିଆନର୍ ଲକ୍, ବୁଦି ସଙ୍ଗେ କାମ୍ କର୍ବା ଲକ୍ ଆରି ରାଜାର୍ ମୁଆଟେ ସାଆସ୍ ସଙ୍ଗେ ଟିଆ ଅଇ ବେଣ୍ଡିଆ ଲକ୍କେ ଆନ୍ବାକେ ଆରି କଲ୍ଦିଅ ମନ୍କେ ବିଦିଆ ସିକାଇବାକେ ଆରି ନିଜର୍ କାତା ସିକାଇବାକେ ରାଜା ଅସ୍ପନ୍ସକେ କଇଲା । 5 ଆରି, ସେମନ୍ ଜେନ୍ତାର୍ କି ତିନ୍ ବରସ୍ ସାର୍ଲେ ରାଜାର୍ ଲଗେ ଟିଆ ଅଇବାଇ, ଏଟାର୍ ପାଇ ରାଜା ସେ ମନର୍ ପାଇ ତାର୍ ନିଜର୍ କାଦି କାଇବାକେ ଆରି ଅଙ୍ଗୁର୍ ରସ୍ କାଇବାକେ ଆରି ତିନ୍ ବରସ୍ ଜାକ ତାକର୍ ଦେକାସାକା କର୍ବାକେ ଦାଇତ୍ ନେଲା । 6 ଏ ମନର୍ ବିତ୍ରେ ଅନି ରଇଲାଇ ଜିଉଦା ବଁସର୍ ଦାନିଏଲ୍, ଅନାନିଅ, ମିସାଏଲ୍ ଆରି ଅସରିଅ ରଇଲାଇ ।