2 ତାର୍ ସାସନର୍ ପର୍ତୁମ୍ ବର୍ସେ,ମୁଇଁ ଦାନିଏଲ୍ ପର୍ମେସରର୍ ପୁସ୍ତକ୍ ପଡି ବୁଜ୍ଲି ଜେ, ସେଟା ଜିରୁସାଲମ୍ ବାଙ୍ଗି ସତୁରି ବରସ୍ ଅଇଲା ବିସଇରେ ସବୁବେଲର୍ ମାପୁରୁର୍ ବାକିଅ ଜିରିମିଅ ବବିସତ୍ ବକ୍ତାକେ କୁଆ ଅଇରଇଲା । 3 ଏଟାର୍ ପାଇଁ ମୁଇ, ସବୁବେଲର୍ ମାପ୍ରୁ ପର୍ମେସର୍ ବାଟେ ଜିବାକେ ତାର୍ ବାଟେ ଦିଆନ୍ ଦେଲି ଆରି ଉପାସ୍, ବାସ୍ତା ପିନ୍ଦ୍ଲି ଆରି ଚାର୍ ଗାଦି ବସି ପାର୍ତନା କଲି ଆରି ଗୁଆରି କଲି ।
Publicidade