12 ତାର୍ପଚେ ଜିଉଦାର୍ ସର୍ତେ ଲକ୍ ପର୍ମେସରର୍ ଗୁଦାମ୍ ଗରେ ସେମନର୍ ତାସ୍ କଲାଟା ଆରି ଅଙ୍ଗୁର୍ ରସ୍ ଆରି ଚିକନର୍ ଦସ୍ମାଉଁସ୍ ଆନ୍ଲାଇ ।
13 ତାର୍ପଚେ ମୁଇ ସେମନର୍ ବିତ୍ରେଅନି ସେଲିମିଅ ଜାଜକ୍ ଆରି ସାଦକ୍କେ ଆରି ସିକିତ୍ ଲକ୍କେ ଆରି ଲେବିଅମନର୍ ବିତ୍ରେ ଅନି ପଦାଇଅକେ ଗୁଦାମ୍ ଗରର୍ ମୁକିଆ କଲି; ତାକର୍ ତଲେ ମତ୍ନିଅର୍ ନାତି ସକୁରର୍ ପିଲା ଆନନ୍ ରଇଲା; କାଇକେବଇଲେ ସେମନ୍ ବିସ୍ବାସ୍ରେ କାମ୍ କର୍ବା ଲକ୍ ବଲିକରି ଇସାବ୍ ଅଇ ରଇଲାଇ, ଏଟାର୍ ପାଇ ତାର୍ ବାଇମନ୍କେ ବାଟା କରିଦେବା କାମ୍ ସେମନର୍ ଅଇଲା। 14 ଏ ମର୍ ପର୍ମେସର୍, ଏ ବିସଇରେ ମକେ ଏତାଉ, ଆରି ମୁଇ ମର୍ ପର୍ମେସରର୍ ଗର୍ ଆରି ତେଇ ଚଲାଚଲ୍ତି ପାଇଁ ଜାଇ ଜାଇଟା କରି ଆଚି, ମୁଇଁ କଲା ସେ କାମ୍ ପାସର୍ ନାଇଁ ।