ସଜାଡ୍ବା ତେଇ ଲକ୍ମନ୍ର ବିରଦ
1 ମାତର୍ ଆମେ ପାଚୁରି ଟେକ୍ଲୁନି ବଲି ସୁନିକରି ସନ୍ବଲଟ୍କୁପିତ୍ ବେସି ରିସାଅଇ ଜିଉଦିମନ୍କେ ଇଜତ୍ ଜିକ୍ଲା। 2 ଆରି ସେ ନିଜର୍ ବାଇମନ୍କେ ଆରି ସମରିଅ ସନିଅଦଲର୍ ସଙ୍ଗ୍ମିସି ଏନତାର୍ ବଲିକରି କଇଲାଇ, ଏ ଅମାନିଆ ଜିଉଦିମନ୍ କାଇଟା କଲାଇନି ? ସେମନ୍କାଇ ଗଡ୍ବନ୍ଦି କରି ରଇବାଇ ? ସେମନ୍କାଇ ବଲିଦାନ୍ ଦେବାଇ? ସେମନ୍କାଇ ଗଟେକ୍ ଦିନେ ସାରାଇଦେବାଇ ? ସେମନ୍କାଇ କୁଡ୍କାଣା ଅନି ଦୁଦ୍ ବାର୍କରାଇ ପାକ୍ନା ବେଟିକରି ଜିବନ୍ କର୍ବାଇ?
3 ସେ ସମଏ ଅମନିଅ ଟବିଅ ତାର୍ ପାକେ ରଇଲା, ଆରି ସେ କଇଲା, ସେମନ୍ ଜାଇଟା ଜାଇଟା ତିଆର୍ କଲାଇନି, କଲିଆ ଚଗିଗାଲେ ସେମନର୍ ପାକ୍ନା ପାଚୁରି ବାଙ୍ଗାଇ ପାକାଇସି । 4 ଏ ଆମର୍ ପର୍ମେସର୍, ସୁନ୍, କାଇକେବଇଲେ ଚାଡି ଦେଇ ଆଚୁ; କାଇକେ ଆମ୍କେ ଲାଜ୍କରାବାକେ ଚାଡିଦେଇ ଆଚୁସ୍, ସେମନର୍ ଦୁକ୍ ସେମନର୍ ନିଜର୍ ମୁଣ୍ଡେ ପାକାଆ ଆରି ସେମନ୍କେ ବିଦେସେ ବନ୍ଦି କରି ଆରି ସେମ୍ନର ଜିନିସ୍ ଚର୍ବାକେ ସର୍ପି ଦେସ୍, 5 ଆରି ସେମନର୍ ପାପ୍ ଡାବା ନାଇ ଆରି ତମର୍ ଲଗେ ଅନି ସେମନର୍ ପାପ୍ ପାସର୍ ନାଇ; କାଇକେବଇଲେ ତିଆର୍ କରୁମନର୍ ମୁଆଟେ ସେମନ୍ ତମ୍କେ ରିସା କରି ଆଚତ୍ । 6 ଏ ପାରା ଆମେ ପାଚୁରି ତିଆର୍କଲୁ ଆରି ତେଇର୍ ଉଚାର୍ ଅଦା ପତେକ୍ ସର୍ତେ ପାଚୁରି ଗଟେତେଇ ମିସାଇ ଅଇଲା, ତେବେ କାମ୍ କର୍ବାକେ ଲକ୍ମନର୍ ମନ୍ ରଇଲା ।