3 ତି ସିଲଡ୍ଲ୍ଲନ୍ ଅବ୍ରାମନ୍ ତୁଙ୍ରୁବ୍ବାଙ୍ଲନ୍ ଆଗରୋଙେନ୍ ସିଲଡ୍, ଇସ୍ୱରନ୍ ଆନିନ୍ ସରିନ୍ କଡାଡ଼ିଡାଲନ୍ ବରେନ୍, 4 "ଞେନ୍ ଆମନ୍ ସରିନ୍ ଅନଗଡନ୍ ତୁବ୍ତାୟ୍, ଞେନ୍ ସିବ୍ଡେୟ୍ ବର୍ତନାୟ୍ ଆମନ୍ ଗୋଗୋୟ୍ କେଜ୍ଜାମରଞ୍ଜି ଆ ପୁର୍ବାମରଞ୍ଜି ଆପ୍ପେୟ୍ ଡେତମ୍ । 5 ଆରି, ଅଞୁମ୍ନମ୍ ଅବ୍ରାମ୍ ଗାମ୍ଲେ ଅଃଡ୍ଡକୋଏ, ବନ୍ଡ ଅବ୍ରାଆମନ୍ ଡେତେ । ଇନିଆସନ୍ଗାମେଣ୍ଡେନ୍ ଞେନ୍ ଆମନ୍ଆଡଙ୍ ଗୋଗୋୟ୍ କେଜ୍ଜାମରଞ୍ଜି ଆ ଆପ୍ପେୟ୍ ଏମ୍ମେଲମ୍ । 6 ଞେନ୍ କେଜ୍ଜାନମ୍ଜି ଅବ୍ଗୋଗୋୟ୍ତାୟ୍, ଅମଙ୍ନମ୍ ସିଲଡ୍ ଗୋଗୋୟ୍ କେଜ୍ଜାନ୍ ଡ ଅମଙ୍ନମ୍ ସିଲଡ୍ ରାଜାଞ୍ଜି ଏଅମ୍ଡୁଙ୍ତାୟ୍ ।
7 ଞେନ୍ ଆମନ୍ ସରିନ୍ ଡ ତିକ୍କି ଆଓୟୋଙ୍ ଆକେଜ୍ଜାଞ୍ଜି ଆମନ୍ରାଜି ସରିନ୍ ଅଙ୍ଗା ବନାଁୟ୍ ଗବ୍ରିଲାୟ୍ ତିଆତେ ଅଡ଼୍କୋଡିନାନ୍ ଆସନ୍ ଡକୋତନ୍ । ତିଆସନ୍ ଞେନ୍ ଆମନ୍ ଡ ତିକ୍କି ଆଓୟୁଙ୍ ଆ କେଜ୍ଜାନମ୍ ଆ ଇସ୍ୱର ଡେତାୟ୍ । 8 ଆରି, ଆମ୍ୱେନ୍ ନମି କେନ୍ ଆ କିଣାନ ଡେସାଲୋଙ୍ ଏଡକୋତନ୍, ତେତ୍ତେ ଡକୋନ୍ ଅଡ଼୍କୋନ୍ ଞେନ୍ ଆମନ୍ଆଡଙ୍ ଡ ତିକ୍କି ଆକେଜ୍ଜାମର୍ଜି ଅଡ଼୍କୋଡିନାନ୍ ଆସନ୍ ତିୟ୍ତାୟ୍ ଡ ଞେନ୍ ଆ ଇସ୍ୱରଞ୍ଜି ଡେତାୟ୍ ।" 9 ଇସ୍ୱରନ୍ ଆବ୍ରାଆମନ୍ଆଡଙ୍ ବରେନ୍, "ଆମନ୍ ବନାୟ୍ଞେଞ୍ଜି ମାନ୍ନେବା, ଆମନ୍ ଡ ତିକ୍କି କେଜ୍ଜାନମ୍ଜି ଆ ଅଞ୍ଜି ତିଆତେ ମାନ୍ନେଏତଜି ।" 10 ଆମନ୍ ଡ ତିକ୍କି କେଜ୍ଜାନମ୍ଜି ସରିନ୍ ଅଙ୍ଗା ଆନଗଡ୍ ଆମ୍ବେନ୍ ଏପାଡ଼େତେ ତି ଆନଗଡ୍ ଅକେନ୍ ଅଡ଼୍କୋ ଓବ୍ବାମରଞ୍ଜି ଗନଡ୍ରେଡେବନ୍ ଡେତଜି । 11 ଆମ୍ୱେଞ୍ଜି ରମ୍ମଙ୍ ଓବ୍ବାମରନ୍ ଆରମ୍ମଡନ୍ ଆମୁନ୍ତି ଆ ଉସାଲ୍ ଗବ୍ବା; ତିଆତେ ଆମ୍ୱେନ୍ ସରିନ୍ ବନାୟନ୍ ଆରମ୍ମଡ୍ ଡେଏତୋ ।