1 ତିଆଡିଡ୍ ଜୋସେପନ୍ ଆପେୟନ୍ ଆମୁକ୍କାଲୋଙ୍ ମୁକାଲେ ୟେଲେ ଜୋର୍ଜୋରେନ୍ । 2 ଆରି, ଜୋସେପନ୍ ଆପେୟନ୍ ଆମରା ଅଃସଅଏନ୍ ଆସନ୍ ଆ କମ୍ୱାରି ବୁୟ୍ଡମରଞ୍ଜିଆଡଙ୍ ବାଞେନ୍; ସିଲତ୍ତେ ବୁୟ୍ଡମରଞ୍ଜି ଇସ୍ରାଏଲନ୍ ଆମରାଆଡଙ୍ ଅଃସଅଏନ୍ ଆରେଗମ୍ ଜଡେଞ୍ଜି । 3 ତି ଆସନ୍ ବାଗୁଡ଼ି ଡିନା ଡେଏଞ୍ଜି; ଇନିଆସନ୍ଗାମେଣ୍ତେନ୍ ମରାନ୍ ଅଃସ୍ସଅଏନ୍ ଆରେଗମ୍ ଜଜ୍ଜଡନ୍ ଆସନ୍ ବାଗୁଡ଼ି ଡିନା ଡେତଜି; ଆରି, ମିସ୍ରିୟନ୍ ଆ ମନ୍ରାଜି ଆନିନ୍ ଆସନ୍ ସତୁରି ଡିନା ଜାୟ୍ ୟେୟେଡାଲଞ୍ଜି । 4 ତି ଆୟନେ ଡିନା ଆରଞିଡେନ୍ ସିଲଡ୍ଲ୍ଲନ୍, ଜୋସେପନ୍ ପାରୋନ୍ ଆକୁଲମ୍ଞ୍ଜିଆଡଙ୍ ବରେନ୍, "ଞେନ୍ ଗନିୟ୍ଗିୟ୍ଲୋଙ୍ବେନ୍ ସନାୟୁମନ୍ ଞାଙ୍ଲାୟ୍ ଡେନ୍, ଏତ୍ତେଲ୍ଡେନ୍ କାକୁର୍ତିତନାୟ୍, ପାରୋନ୍ଆଡଙ୍ କେନ୍ ଆବର୍ନେ ଇୟ୍ବର୍ବା," 5 ଆପେୟ୍ଞେନ୍ ଞେନ୍ଆଡଙ୍ ଅବ୍ପର୍ମାଡ଼ାଲେ ବର୍ଲିଞ୍, ଗିଜା, ଞେନ୍ ରବୁଲଲେନ୍ଡେନ୍, କିଣାନ୍ ଆଡେସାଲୋଙ୍ ଇନ୍ଲେଞ୍ଜି ଆସନ୍ ଅଙ୍ଗା ଆତରିଲ୍ନେ ଆଲୋଓଙ୍ ଏଗାୟ୍ଲାୟ୍, ତିତେତ୍ତେ ଞେନ୍ଆଡଙ୍ ତିଲିଞ୍ବା । ତିଆସନ୍ ନମି ଞେନ୍ଆଡଙ୍ ଜନିରନ୍ ଆସନ୍ ତିୟିଁୟ୍, ଆପେୟ୍ଞେନ୍ଆଡଙ୍ ତିଲ୍ଲେ ୟର୍ତନାୟ୍ । 6 ସିଲତ୍ତେ ପାରୋନ୍ ବରେନ୍, "ଜିରା, ଆପେୟ୍ନମ୍ ଆମନ୍ଆଡଙ୍ ଆରବ୍ପର୍ମାଡ଼ାଲମନ୍ ଅନ୍ତମ୍ ଆମନ୍ ଆନିନ୍ଆଡଙ୍ ଇୟ୍ତ୍ତିଲା ।" 7 ସିଲତ୍ତେ ଜୋସେପନ୍ ଆ ଆପେୟନ୍ଆଡଙ୍ ଆତନିଲ୍ ଆସନ୍ ଜିରେନ୍; ସିଲତ୍ତେ ପାରୋନ୍ ଆକମ୍ୱାରିଜି ଡ ଆସିଙନ୍ ଆସୋଡ଼ାମର୍ଜି ଆରି ମିସର୍ ଡେସାନ୍ ଆସୋଡ଼ାମର୍ଜି, 8 ଆରି, ଜୋସେପନ୍ ଆସିଙ୍ମର୍ ଅଡ଼୍କୋନ୍ ଡ ଆବୋଞାଙଞ୍ଜି ଡ ଆ ଆପେୟନ୍ ଆସିଙ୍ମର୍ଜି ଆନିନ୍ ସରିନ୍ ଜିରେଞ୍ଜି; ଗୋସନ୍ ଆଡେସାଲୋଙ୍ ଆନିଞ୍ଜି ଆପସିଜଞ୍ଜି ଡ ଗୋସ୍ସାମେନନ୍ ଡ ଗୋସ୍ସାତାଙନ୍ ଉମ୍ରେଙ୍ଲେ ଜିରେଞ୍ଜି । 9 ଆନିନ୍ସରିନ୍ ରଡ୍ତାନ୍ ଡ କୁର୍ତାନ୍ ଆତନଙ୍କୁମ୍ମର୍ଜି ଜିରେଞ୍ଜି; ସିଲତ୍ତେ ଗୋଗୋୟ୍ ମନ୍ରାଏନ୍ । 10 ସିଲତ୍ତେ ଆନିଞ୍ଜି ଜର୍ଦନନ୍ ଆମିୟ୍ତାୟ୍ ଆଟଦରନ୍ ଆ ତନିଲ୍ଲୋଙ୍ ଅଡ଼ୋଏଞ୍ଜି, ତିତେତ୍ତେ ଇଃୟମ୍ଇଃୟମ୍ଲେ ୟେୟେଡାଲଞ୍ଜି; ଜୋସେପନ୍ ତେତ୍ତେ ଆପେୟନ୍ ଆସନ୍ ସାତ ଡିନା ଜାୟ୍ ୟେୟେଡାଲନ୍ । 11 ଆରି, ଜୋସେପନ୍ ଡ ଆମନ୍ରାଞ୍ଜି ଆଟଦରନ୍ ଆତନିଲ୍ଲୋଙ୍ ଏନେଲେ ଆୟରେୟେଡାତଞ୍ଜି ଆତେ ଗିୟ୍ଲେ କିନାନ୍ ଡେସାନ୍ ଆ ମନ୍ରାଜି ଗାମେଞ୍ଜି, "କେନ୍ଆତେ ମିସ୍ରିଅଞ୍ଜି ଅରାର୍ଗୁଡ଼ିନ୍ ଆୟେୟେଡା," ଗାମ୍ଲେ ବର୍ରଞ୍ଜି । ତିଆସନ୍ ଜର୍ଦନନ୍ ଆଡମ୍ତାଲ୍ ତି ଆ ଜାଗା ଆଞୁମ୍ "ଆବେଲ୍ ମିସର୍" ଗାମ୍ଲେ ଅଡ଼୍କୋ ମନ୍ରାନ୍ ଜନାତଜି ।
12 ସିଲଡତ୍ତେ ଜାକୁବନ୍ ଆ ଡାଙ୍ଗାଡ଼ାଅନଞ୍ଜିଆଡଙ୍ ଏଙ୍ଗାଲେ ବାଞେନ୍, ଆନିଞ୍ଜି ଆନିନ୍ଆଡଙ୍ ତିଅନ୍ତମ୍ ଲୁମେଞ୍ଜି; 13 ଆଗ୍ରାମ୍ଗାମ୍, ଆ ଡାଙ୍ଗାଡ଼ାଅଞ୍ଜି ଆନିନ୍ଆଡଙ୍ କିନାନ୍ ଆ ଡେସା ପାଙ୍ଲେ ମକ୍ପେଲାନ୍ ଆବସେଙ୍ ଆଲୋଙର୍ଲୋଙ୍ ତିଲେଞ୍ଜି; ତି ଆଲୋଙର୍ ମମ୍ରିନ୍ ଆମୁକାବା ଆବସେଙ୍ ଆଞନାଙ୍ ଆସନ୍ ଇତିୟ ଇପ୍ରୋଣନ୍ ଆମଙ୍ସିଲଡ୍ ଅବ୍ରାଆମନ୍ ଞିଏନ୍ । 14 ଜୋସେପନ୍ ଆପେୟନ୍ଆଡଙ୍ ଆତ୍ରିଲେନ୍ ସିଲଡ୍ଲ୍ଲନ୍ ଆନିନ୍ ଡ ଆବୋଞାଙଞ୍ଜି ସରିନ୍ ଡିଅଁଙ୍ ମନ୍ରା ଆପେୟନ୍ ଆମରା ଆତନିଲ୍ ଆସନ୍ ଆନିନ୍ ସରିନ୍ ଇୟେଞ୍ଜି, ଅଡ଼୍କୋଞ୍ଜି ମିସରନ୍ ୟର୍ଲନେଜି ।
15 ଆପ୍ପେୟଞ୍ଜି ଆର୍ରବ୍ବୁଏନ୍ ସିଲଡ୍, ଜୋସେପନ୍ ଆବୋଞାଙ୍ଜି ବର୍ରଞ୍ଜି, "ଓଡେନ୍ନଙ୍ ଜୋସେପନ୍ ଇନ୍ଲେଞ୍ଜିଆଡଙ୍ ସଙ୍ଗତାତଲେନ୍ ଆରି ଇନ୍ଲେଞ୍ଜି ଆନିନ୍ଆଡଙ୍ ଡଣ୍ଡାୟ୍ଲବୋ ତି ଆପାଲ୍ତେଙ୍ ଆନିନ୍ ଡୁଲ୍ଲନ୍ଡେନ୍ ଇନ୍ଲେନ୍ ଇନି ଏଙ୍ଗାତମ୍ବୋ ?" 16 ତିଆସନ୍ ଆନିଞ୍ଜି ଜୋସେପନ୍ ଆମଙ୍ କେନ୍ ଆବର୍ନେ କବରନ୍ ଆପ୍ପାୟେଞ୍ଜି, "ଆପେୟ୍ନମ୍ ଅନ୍ରଙ୍ରବୁଏନ୍ ଆମ୍ମୁଙ୍ ଇନ୍ଲେଞ୍ଜିଆଡଙ୍ କେନ୍ ଆବର୍ନେ ବର୍ରଲେନ୍, ଆମ୍ୱେଞ୍ଜି ଜୋସେପନ୍ଆଡଙ୍ କେନ୍ ଆବର୍ନେ ବର୍ବା, 17 ବୋଞାଙ୍ନମ୍ଞ୍ଜି ଆମନ୍ଆଡଙ୍ ମନଙ୍ ଅଃଗିୟ୍ଲମ୍ଜି; ବନ୍ଡ ଆମନ୍ ସାୟୁମ୍ଲେ ଡୋସାନ୍ ଡ ଆ ଇର୍ସେଞ୍ଜି କେମ୍ମାଆଜି; ତିଆସନ୍ ଇନ୍ଲେଞ୍ଜି ଏକାକୁର୍ତିତନାୟ୍, ଆପ୍ପେୟ୍ନମ୍ ଆ ଇସ୍ୱର ଆକମ୍ୱାରିଜି ଆଇର୍ସେ କେମ୍ମାନ୍ ତିୟାଜି ।" ଆନିଞ୍ଜି କେନ୍ ଆବର୍ନେ ଆବର୍ରଞ୍ଜି ଆଡିଡ୍ ଜୋସେପନ୍ ୟେୟେଡାଲନେ । 18 ତିସିଲଡ୍ ଆବୋଞାଙଞ୍ଜି ଆନିନ୍ ଆମୁକାବାନ୍ ଜିର୍ରେ ଲୋମ୍ଲେ ବରେଞ୍ଜି, "ଗିଜା, ଇନ୍ଲେଞ୍ଜି କମ୍ୱାରିନମ୍ ।"
19 ବନଡ୍ ଜୋସେପନ୍ ଆନିଞ୍ଜିଆଡଙ୍ ବରେଞ୍ଜି, "ଆମ୍ୱେଞ୍ଜି ଇନ୍ନିଙ୍ ବତଙ୍ଡଙ୍ବେନ୍, ଞେନ୍ ଇସ୍ୱର ତଡ୍ ଡ ଞେନ୍ ଆମନ୍ଆଡଙ୍ ଡଣ୍ଡାୟ୍ଲେ ଅଃରପ୍ତିଅମ୍ । 20 ଆମ୍ୱେଞ୍ଜି ବିରୁଦଲୋଙ୍ଞେନ୍ ପରାନ୍ସାତିନ୍ ଆନିଃୟମ୍ଜି ଏଇଃୟମେନ୍, ବନ୍ଡ ଇସ୍ୱରନ୍ ତିଆତେ ମନଙ୍ ଆନିୟମ୍ ଇଃୟମେନ୍; ନମିଞେନ୍ ଏଙ୍ଗାଲେ ଏଗିୟ୍ତେ, ଏତ୍ତେଲେ ଲାଙ୍ଲେଡ୍ ଆ ମନ୍ରା ଆପରାନ୍ନାନ୍ ଆଡନୋବ୍ ଆସନ୍ ଆନିୟମଞ୍ଜି ଡକୋଏନ୍ । 21 ତିଆସନ୍ ଆମ୍ୱେଞ୍ଜି ନମିଞେନ୍ ବତଙ୍ଡଙ୍ବେନ୍, ଞେନ୍ ଆମ୍ୱେଞ୍ଜି ଡ ପସିୟ୍ବେଞ୍ଜିଆଡଙ୍ ତୁର୍ଡାତବେନ୍ ।" କେନ୍ଅନ୍ତମ୍ ମନବ୍ଡ଼ୟ୍ବରନ୍ ବର୍ରେ ଆନିନ୍ ଆନିଞ୍ଜିଆଡଙ୍ ମବ୍ଲଞେନ୍ ।
22 ସିଲଡ୍ତ୍ତେ ଜୋସେପନ୍ ଡ ଆନିନ୍ ଆପେୟନ୍ ଆସିଙ୍ମର୍ଜି ମିସର୍ ଡେସାଲୋଙନ୍ ଡକୋଲଞ୍ଜି; ଜୋସେପନ୍ ବସଅ ଦସ ବର୍ସେଙ୍ ଅମେଙ୍ଲେ ଡକୋଏନ୍ । 23 ଜୋସେପନ୍ ଇପ୍ରିଅମନ୍ ୟାଗି କନୋକ୍କୋଡ୍ ଜାୟ୍ ପସିଜନ୍ ଗିଜେନ୍; ଆରି, ଜୋସେପନ୍ ମନଃସିନ୍ ମାକିର୍ ଆଞୁମନ୍ ଆ ଡାଙ୍ଗାଡ଼ାଅନ୍ ଆପସିୟ୍ଜିଆଡଙ୍ ଲାକୋଡେନ୍ । 24 ତି ସିଲଡ୍ଲ୍ଲନ୍ ଜୋସେପନ୍ ଆବୋଞାଙଞ୍ଜିଆଡଙ୍ ବରେନ୍, "ଞେନ୍ ରବୁତିଞ୍, ବନ୍ଡ ଇସ୍ୱରନ୍ ଆମ୍ୱେଞ୍ଜିଆଡଙ୍ ତୁର୍ଡାତବେନ୍, ଆରି,କେନ୍ ଆଡେସା ସିଲଡ୍ ଆମ୍ୱେଞ୍ଜିଆଡଙ୍ ଅମ୍ଡୁଙ୍ଲେ ଅଙ୍ଗା ଆଡେସା ଆତନିୟ୍ ଆସନ୍ ଅବ୍ରାଆମନ୍, ଇସାକନ୍ ଡ ଜାକୁବନ୍ ଆମଙ୍ ପର୍ମାଡ଼ାଲନ୍, ତି ଆଡେସା ଆମ୍ବେଞ୍ଜିଆଡଙ୍ ଓରୋଙ୍ତବେନ୍ ।" 25 ଆରି ଜୋସେପନ୍ ଜାକୁବନ୍ ଆଅଞ୍ଜିଆଡଙ୍ ଅଃପର୍ମାଡ଼ାଲେ ବରେନ୍, "ଇସ୍ୱରନ୍ ଆମ୍ୱେଞ୍ଜିଆଡଙ୍ ତୁର୍ଡାତବେନ୍, ତି ଆଡିଡ୍ ଆମ୍ୱେନ୍ କେନ୍ ଆଡ୍ରକୋନେ ସିଲଡ୍ ଅଜାଙ୍ଞେନ୍ ପାଙ୍ବା ।" 26 କେନ୍ଅନ୍ତମ୍ ଜୋସେପନ୍ ବସଅ ଦସ ବର୍ସେଙ୍ ଅମେଙ୍ଲେ ରବୁଏନ୍; ସିଲତ୍ତେ ଆନିଞ୍ଜି ଆମରାନ୍ଆଡଙ୍ ଅଃଲତରେନ୍ ଆରେଗମ୍ ଜଡ୍ଲେ ମିସର୍ ଡେସାଲୋଙ୍ ଅବୟ୍ ପେଲାଲୋଙନ୍ ଡକୋଏଞ୍ଜି ।