1 ଆବ୍ରାମ୍ଆଃ କୁଡ଼ି ସାରିରାଃ ଜେତାନ୍ ହନ୍କ କାକ ତାଇକେନା। ମେନ୍ଦ ଇନିୟାଃ ହାଗାର୍ ନୁତୁମ୍ ମିସାର୍ରେନ୍ ମିଆଁଦ୍ କାମ୍ଡ଼ି କୁଡ଼ି ତାଇକେନା। 2 ସାରି, ଆବ୍ରାମ୍କେ କାଜିକିୟା, "ପ୍ରାଭୁଦ ଆଇଙ୍ଗ୍କେ ହନ୍ଗାଁଣା କାଏ ଏମ୍, ଆମ୍ ନେ କାମ୍ଡ଼ିକେ ଆମାଃ କୁଡ଼ି ଲେକା ଇଦିମେ, ହବାସାକାଅଃଆ, ଆଇଙ୍ଗ୍ ନିୟାଃ ହରାତେ ହନ୍ଗାଁଣା ନାମ୍କଆଇଙ୍ଗ୍।" ଆବ୍ରାମ୍, ସାରିରାଃ କାଜିରେ ରାଜିୟାନା। 3 ଆବ୍ରାମ୍ କିନାନ୍ରେ ଗେଲ୍ ବାରାଷ୍ ଜାକେଦ୍ ତାଇନ୍ୟାନ୍ ତାୟମ୍ତେ, ଆବ୍ରାମ୍ରାଃ କୁଡ଼ିତେ ସାରି, ମିସାର୍ରେନ୍ ହାଗାର୍ ନୁତୁମ୍ ଆୟାଃ କାମ୍ଡ଼ି କୁଡ଼ିକେ ଆବ୍ରାମ୍କେ ଏମ୍କିୟା। 4 ଏନ୍ତେ ଆବ୍ରାମ୍ ହାଗାର୍ଲଃ ହଡ଼୍ମରାଃ କାମି ରିକାକେଦ୍ ହରାତେ ହାମ୍ବାଲ୍ ରୋୱାୟାନାଏ। ଏନ୍ତେ ହାଗାର୍ ହାମ୍ବାଲ୍ ରୋୱାକାନାଇଙ୍ଗ୍ ମେନ୍ତେ ଆଟ୍କାର୍କେଦ୍ଚି ମାଲ୍କେନ୍କେ ହିଲାଙ୍ଗ୍କିଆ।
5 ଏନ୍ତେ ସାରି ଆବ୍ରାମ୍କେ କାଜିକିୟା, "ଆଇଁୟାଃ ଅକ ଅନ୍ୟାୟ ହବାଅଃତାନା, ଏନାରାଃ ଦାୟୀ ଆମ୍ ତାନ୍ମେ। ଆଇଙ୍ଗ୍ଗି ଆଇଁୟାଃ କାମ୍ଡ଼ି କୁଡ଼ିକେ ଆମାଃ ଆକ୍ତେୟାର୍ରେ ଏମ୍କିୟାଇଙ୍ଗ୍, ନାହାଁଃ ଇନିଃ ହାମ୍ବାଲ୍ ରୋୱାୟାନ୍ ହରାତେ ଆଇଙ୍ଗ୍କେ ହିଲାଙ୍ଗିତାନା ! ନାହାଃଁଦ ପ୍ରାଭୁଗି ଅକଆଃ ଠାଉକା ତାନାଃ, ଏନା ଆମାଃ ଓଡ଼ୋଃ ଆଇଁୟାଃ ବିଚାର୍ ରିକାଏକାଏ।"
6 ଆବ୍ରାମ୍ କାଜିରୁହାଡ଼୍କିୟାଏ, "ବୁଗିନ୍ଗିୟା, ଇନିଃ ଆମାଃ କାମ୍ଡ଼ି କୁଡ଼ି ତାନିଃ ଓଡ଼ୋଃ ଆମାଃ ଆକ୍ତେୟାର୍ରେ ମେନାଇୟା, ଆମ୍କେ ଅକ୍ନାଃ ବୁଗିନ୍ ଆଟ୍କାର୍ମେ ତାନା, ଏନା ରିକାଏମେ।" ଏନ୍ତେ ସାରି, ହାଗାର୍କେ ସିଗିଦ୍କିୟା, ଏନ୍ ହରାତେ ହାଗାର୍, ସାରିତାଃଏତେ ନିର୍ୟାନା।
7 ଏନ୍ତେ ପ୍ରାଭୁଆଃ ଦୁଁତ୍ ବିର୍ରେ ତାଇକାନ୍ ମିଆଁଦ୍ ସେତେଙ୍ଗ୍ ଦାଆଃ ହେପାଦ୍ତାଃରେ ହାଗାର୍କେ ନେଲ୍କିୟାଏ। ଏନ୍ ସେତେଙ୍ଗ୍, ସୋର୍ତେ ସେନଃ ହରା ଗେନାରେ ମେନାଃ। 8 ଦୁଁତ୍ କାଜିକିୟାଏ, "ହେ ସାରିଆଃ କାମ୍ଡ଼ିକୁଡ଼ି ହାଗାର୍, ଆମ୍ ଅକ୍ତାଃଏତେ ହିଜୁଃକାନାମ୍ ଓଡ଼ୋଃ କତାଃତେ ସେନଃତାନାମ୍ ?"
ଇନିଃ କାଜିରୁହାଡ଼୍କିୟାଏ, "ଆଇଙ୍ଗ୍କେ ଆଇଁୟାଃ ମାଲ୍କେନ୍ ସାରି ସିଗିଦିଙ୍ଗ୍ତାନ୍ ହରାତେ ଇନିଃତାଃଏତେ ନିର୍ ତାନାଇଙ୍ଗ୍।"
9 ଏନ୍ତେ ପ୍ରାଭୁଆଃ ଦୁଁତ୍ ଇନିଃକେ କାଜିକିୟାଏ, "ଆମ୍ ଆମାଃ ମାଲ୍କେନ୍ ସାରିତାଃ ସେନଃମେ ଓଡ଼ୋଃ ଇନିୟାଃ ଆକ୍ତେୟାର୍ରେ ତାଇନଃମେ।" 10 ଏନ୍ତେ ପ୍ରାଭୁଆଃ ଦୁଁତ୍ ଆଡଃଗି କାଜିକିୟା, "ଆଇଙ୍ଗ୍ ଆମାଃ କିଲିକକେ ପୁରାଃଗିଇଙ୍ଗ୍ ପସାକଆ ଓଡ଼ୋଃ ଇନ୍କୁକେ ଜେତାଏ କାକ ଲେକା ଦାଡ଼ିୟା।" 11 ପ୍ରାଭୁଆଃ ଦୁଁତ୍ ଆଡଃଗି କାଜିକିୟା, "ଆମ୍ ହାମ୍ବାଲ୍ ରୋୱାକାନାମ୍, ଆମାଃ ମିଆଁଦ୍ କଡ଼ାହନ୍ ହବାଅଃଆଏ, ଇନିୟାଃ ନୁତୁମ୍ ଇଶ୍ମାଏଲ୍ ଏମାଇମେ। ଚିୟାଃଚି ପ୍ରାଭୁ ଆମାଃ ଦୁକୁରେୟାଃ ରାନାଃ ଆୟୁମ୍କେଦା। 12 ଆମାଃ ହନ୍କଡ଼ା ହଡ଼କଆଃ ଥାଲାରେ ବୁରୁରେନ୍ ଗାଧା ଲେକା ହବାଅଃଆଏ। ଇନିଃ ସବେନ୍କଆଃ ବିରୁଧ୍ରେ ବିରିଦାଃ ଓଡ଼ୋଃ ସବେନ୍କ ଇନିୟାଃ ବିରୁଧ୍ରେ ବିରିଦାଃକ। ଇନିଃ ଆୟାଃ ସବେନ୍ ହାଗାକଆଃ ବାଇରି ଲେକାଏ ତାଇନାଃ।"
13 ଅକ ପ୍ରାଭୁ ହାଗାର୍ଲଃ ଜାଗାର୍କେଦାଏ, ଏନ୍ ପ୍ରାଭୁକେ ହାଗାର୍, "ଆଇଙ୍ଗ୍କେ ନେଲିଙ୍ଗ୍ତାନ୍ ପାର୍ମେଶ୍ୱାର୍," ମେନ୍ତେ ନୁତୁମ୍କିୟା। ଚିଆଃଚି ଇନିଃ କାଜିକେଦାଏ, "ଅକଏ ଆଇଙ୍ଗ୍କେ ନେଲ୍କେଦିୟାଁ, ଇନିଃକେ ନେଲ୍କେଦ୍ତେୟଗି ଆଇଙ୍ଗ୍ ଜୀନିଦ୍ ମେନାଇୟାଁ !" 14 ଏନାତେ ଏନ୍ କୁଆଁରାଃ ନୁତୁମ୍ ବେର୍ଲାହାୟିରୋୟି ହବାୟାନା। ଏନ୍ କୁଆଁ କାଦେଶ୍ ଓଡ଼ୋଃ ବେରେଦ୍ ଥାଲାରେ ନାହାଁଃ ଜାକେଦ୍ ମେନାଃ।
15 ହାଗାର୍ ଆବ୍ରାମ୍ ନାଗେନ୍ତେ ମିଆଁଦ୍ କଡ଼ାହନ୍ ଜାନାମ୍କିୟାଏ ଓଡ଼ୋଃ ଆବ୍ରାମ୍ ଇନିୟାଃ ନୁତୁମ୍ ଇଶ୍ମାଏଲ୍ ଏମ୍କିୟାଏ। 16 ଆବ୍ରାମ୍କେ ଉପୁନ୍ହିସି ତୁରିୟା ବାରାଷ୍ ହବାଅଃ ତାଇକେନା ଇମ୍ତା ହାଗାର୍ ଇଶ୍ମାଏଲ୍କେ ଜାନାମ୍କିଆ।