1 ଇସାକ୍ ପୁରାଃଗି ହାଡ଼ାମ୍ୟାନାଏ ଓଡ଼ୋଃ ଆୟାଃ ମେଦ୍ଲଃ ବୁଗିଲେକା କାଏ ନେଲ୍ ଦାଡ଼ିତାଇକେନା। ମୁସିଙ୍ଗ୍, ମୁତ୍କୁଲ୍ ହନ୍ ଏଷୌକେ ଇସାକ୍ ହାକାଅକେଦ୍ତେ କାଜିକିୟା, "ଏ ଦୁଲାଡ଼୍ ହନ୍ !"
ଏନ୍ତେ ହନ୍ତେକଡ଼ା କାଜିରୁହାଡ଼୍କିୟାଏ, "ଆଇଙ୍ଗ୍ ନେତାଃରେ ମେନାଇୟାଁ।"
2 ଏନ୍ତେ ଇସାକ୍ ହନ୍ତେକଡ଼ାକେ କାଜିକିୟା, "ନେଲେମେ, ଆଇଙ୍ଗ୍ ହାଡ଼ାମ୍ୟାନାଇଙ୍ଗ୍, ଚିଉଲା ଆଇଁୟାଃ ଗନଏଃ ହବାଅଃଆ, ଏନା ଆଇଙ୍ଗ୍ କାଇଙ୍ଗ୍ ସାରିୟା। 3 ଏନାତେ ନାହାଃଁ ଆମ୍ ଧାନୁ ଚିଆରି ସାବ୍କେଦ୍ତେ ବିର୍ତେ ସେନଃମେ ଓଡ଼ୋଃ ଆଇଁୟାଃ ନାଙ୍ଗ୍ ମିରିକ୍ ଜାଁତୁ ଗଏଃକେଦ୍ତେ ଆଉଇମେ ଓଡ଼ୋଃ ମାସ୍ ବାଇୟେମେ। 4 ଆଇଁୟାଃ ନାଙ୍ଗ୍ ବୁଗିଲେକା ସିବିଲାନ୍ଗି ଆନ୍ଦାଃକେଦ୍ତେ ଆଉୱେମେ, ଏନା ଜମ୍କେଦ୍ତେ, ଆଇଁୟାଃ ଗନଏଃ ସିଦାରେ ଆଇଙ୍ଗ୍ ଆମ୍କେ ଆଶିଷ୍ମେୟାଁଇଙ୍ଗ୍।"
5 ଇସାକ୍ ଆୟାଃ ହନ୍ତେକଡ଼ା ଏଷୌକେ ନେ ସବେନାଃ କାଜିଆଇ ତାଇକେନ୍ ଇମ୍ତା ରିବ୍କା ଆୟୁମ୍କେଦାଏ। ଓଡ଼ୋଃ ଏଷୌ ମିରିକ୍ ଗଏଃ ନାଙ୍ଗ୍ ବିର୍ତେ ସେନଃୟାନ୍ ତାୟମ୍ତେ, 6 ରିବ୍କା ଆୟାଃ ହନ୍ତେକଡ଼ା ଯାକୁବ୍କେ କେଡ଼ାକେଦ୍ତେ କାଜିକିୟା, "ନେଲେମେ, ଆଇଙ୍ଗ୍ ଆମାଃ ଆପୁମ୍କେ ହାଗାମ୍ ଏଷୌଲଃ ଜାଗାର୍ତାନ୍ ଆୟୁମ୍କାଇଜାଇଙ୍ଗ୍, ଆପୁମ୍ ହାଗାମ୍କେ କାଜିକିୟା, 7 ଆମ୍ ମିରିକ୍ ମାସ୍ ଆଉକେଦ୍ତେ ଆଇଁୟାଃ ନାଙ୍ଗ୍ ସିବିଲାନ୍ଗିମ୍ ଆନ୍ଦାଃଲେରେ, ଆଇଙ୍ଗ୍ ଏନା ଜମ୍କେଦ୍ତେ ଆଇଁୟାଃ ଗନଏଃ ସିଦାରେ ଆମ୍କେ ପ୍ରାଭୁଆଃ ସାମ୍ନାଙ୍ଗ୍ରେଇଙ୍ଗ୍ ଆଶିଷ୍ମେୟାଁ। 8 ଏନାମେନ୍ତେ, ଏ ଦୁଲାଡ଼୍ ହନ୍, ନାହାଁଃ ଆମ୍ ବୁଗିଲେକା ଆୟୁମେମେ ଓଡ଼ୋଃ ଆଇଙ୍ଗ୍ ଆମ୍କେ କାଜିମେତାନ୍ ଲେକାଗି ରିକାଏମେ। 9 ଆମ୍ ଗୋଟ୍ ସେନ୍କେଦ୍ତେ ବାରିୟା କିରିକାନ୍ ବୁଗିନ୍ ମେରମ୍ହନ୍ ଆଉକିନ୍ମେ। ଆମାଃ ଆପୁମ୍ ନାଙ୍ଗ୍ ସିବିଲାନ୍ଗି ଓଡ଼ୋଃ ବୁଗିନ୍ ଆଟ୍କାରି ଲେକା, ଏନ୍ ମେରମ୍ ମାସ୍କେ ଆଇଙ୍ଗ୍ ଆନ୍ଦାଗେୟାଇଙ୍ଗ୍। 10 ଏନାକେ ଇଦିକେଦ୍ତେ ଆମ୍ ଆମାଃ ଆପୁମ୍କେ ଏମାଇମେ ଓଡ଼ୋଃ ଇନିଃ ଏନାକେ ଜମ୍କେଦ୍ତେ ଆୟାଃ ଗନଏଃ ସିଦାରେ ଆମ୍କେ ଆଶିଷ୍ମେୟାଁ।"
11 ମେନ୍ଦ ଯାକୁବ୍ ଆୟାଃ ଏଙ୍ଗା ରିବ୍କାକେ କାଜିକିୟା, "ନେଲେମେ, ହାଗାଇଙ୍ଗ୍ ଏଷୌରାଃ ହଡ଼୍ମ ରେଦ ଉବ୍ ମେନାଃ, ମେନ୍ଦ ଆଇଁୟାଃ ହଡ଼୍ମରେ ବାନଃଆ। 12 ଏନାତେ ଆପୁଇଙ୍ଗ୍ ଆଇଙ୍ଗ୍କେ ଜୁଟିଦ୍ତାଇଙ୍ଗ୍ ରେଦ, ସାରିତାଃଏ ଯେ, ଆଇଙ୍ଗ୍ ଏଷୌ ନାହାଃଁଲାଇଙ୍ଗ୍ ମେନ୍ଦ ଯାକୁବ୍ ତାନିଙ୍ଗ୍, ଏନ୍ତେ ଆଇଙ୍ଗ୍ ଆଶିଷ୍ ନାମ୍ ବାଦ୍ଲାରେ ସାର୍ପାଅ ନାମେୟାଇଙ୍ଗ୍।"
13 ଯାକୁବ୍ରାଃ ଏଙ୍ଗାତେ କାଜିରୁହାଡ଼୍କିୟାଏ, "ଏ ଦୁଲାଡ଼୍ ହନ୍, ଏନ୍ ସାର୍ପାଅ ଆଇଁୟାଃରେ ହବାଅଃକା। ଆଇଙ୍ଗ୍ ଆମ୍କେ କାଜିମେତାନ୍ ଲେକା ରିକାଏମେ। ଆମ୍ ସେନ୍କେଦ୍ତେ ମେରମ୍ହନ୍ ବାରିୟା ଆଉକିନ୍ମେ।" 14 ଏନ୍ତେ ଯାକୁବ୍, ଏଙ୍ଗାତେ କାଜିକାଇ ଲେକାଗି ମେରମ୍ହନ୍ ଆଉକେଦ୍କିନାଏ, ଏଙ୍ଗାତେ ରିବ୍କା, ଯାକୁବ୍ରାଃ ଆପୁତେୟାଃ ସାନାଙ୍ଗ୍ ଲେକା ବୁଗିନ୍ ସିବିଲାନ୍ଗି ଆନ୍ଦାଃକେଦା। 15 ରିବ୍କା ଆୟାଃ ମାରାଙ୍ଗ୍ ହନ୍ତେକଡ଼ା ଏଷୌରାଃ ବୁଗିନ୍ ଲିଜାଃକେ ଅଡ଼ାଃରେ ଦହକାଦ୍ ତାଇକେନା। ଇନିଃ ଏନାକେ ଆଉକେଦ୍ତେ ଆୟାଃ ହୁଡିଙ୍ଗ୍ ହନ୍ତେକଡ଼ା ଯାକୁବ୍କେ ତୁସିଙ୍ଗ୍କିୟା। 16 ଇନିଃ ମେରମ୍ହନ୍ଆଃ ଉହୁର୍ ଇଦିକେଦ୍ତେ ଯାକୁବ୍ଆଃ ତିଃଇରେ ଓଡ଼ୋଃ ହଟଃରେ, ଅକ୍ତାଃରେଚି ଉବ୍ କା ତାଇକେନା, ଏନ୍ ଠାୟାଦ୍ରେ ହାରୁବ୍କିୟା। 17 ଏନ୍ତେ ଏଙ୍ଗାତେ ବାଇକାଦ୍ ସିବିଲାନ୍ ଆନ୍ଦାଃମାସ୍ ଓଡ଼ୋଃ ହଲଙ୍ଗ୍ ଯାକୁବ୍ଆଃ ତିଃଇରେ ଏମ୍କିୟା।
18 ଯାକୁବ୍ ଆପୁତେତାଃ ସେନ୍କେଦ୍ତେ କାଜିକିୟା, "ହେ ଆବା,"
ଇସାକ୍ କାଜିରୁହାଡ଼୍କିୟାଏ, "ଆଇଙ୍ଗ୍ ନେତାଃରିୟାଁ ହନ୍, ଆମ୍ ଅକଏ ତାନ୍ମେ ?"
19 ଯାକୁବ୍ ଆୟାଃ ଆପୁତେକେ କାଜିରୁହାଡ଼୍କିୟା, "ଆଇଙ୍ଗ୍ ଆମାଃ ମାରାଙ୍ଗ୍ ହନ୍କଡ଼ା ଏଷୌ ତାନିଙ୍ଗ୍। ଆମ୍ କାଜିକାଦ୍ ଲେକାଗିଇଙ୍ଗ୍ ରିକାକାଦା। ଦାୟାକେଦ୍ତେ ବିରିଦ୍ମେ ଓଡ଼ୋଃ ଦୁବ୍କେଦ୍ତେ ଆଇଙ୍ଗ୍ ଆଉୱାକାଦ୍ ମିରିକ୍ ମାସ୍ ଜମେମେ, ଏନ୍ତେ ଆଇଙ୍ଗ୍କେ ଆଶିଷ୍ ଏମାଇଙ୍ଗ୍ମେ।"
20 ଇସାକ୍ ହନ୍ତେକଡ଼ାକେ କାଜିକିୟା, "ଏ ହନ୍, ନିମିନ୍ ଜାଲ୍ଦି ଆମ୍ ଚିଲ୍କାତେମ୍ ନାମ୍କେଦା ?"
ଇନିଃ କାଜିକିୟାଏ, "ଆମାଃ ପ୍ରାଭୁ ପାର୍ମେଶ୍ୱାର୍ ଆଇଙ୍ଗ୍କେ ଜଗାଅକେଦିୟାଁ।"
21 ଇସାକ୍ ଯାକୁବ୍କେ ଆଡଃଗି କାଜିକିୟା, "ଏ ହନ୍, ଆମ୍ ଆଇଁୟାଃ ହେପାଦ୍ତେ ହିଜୁଃମେ। ଆଇଙ୍ଗ୍ ଆମ୍କେ ଜୁଟିଦ୍ମାଇଙ୍ଗ୍, ତାବ୍ଦ, ଆମ୍ ସାର୍ତିଗି ଏଷୌ ତାନ୍ମେ ଚି ନାହାଁଲାମ୍, ଏନାଇଙ୍ଗ୍ ସାରିଦାଡ଼ିୟା।" 22 ଯାକୁବ୍ ଆୟାଃ ଆପୁ ଇସାକ୍ ହେପାଦ୍ତେ ସେନ୍ୟାନା, ଏନ୍ତେ ଇନିଃ ଯାକୁବ୍କେ ଜୁଟିଦ୍କେଦ୍ତେ କାଜିକେଦା, "ଲାବ୍ଜାଦ ଯାକୁବ୍ଆଃ ଲାବ୍ଜା ଲେକାଇଙ୍ଗ୍ ଆଟ୍କାରେ ତାନା, ମେନ୍ଦ ତିଃଇତାମାଃ ଏଷୌରାଃ ତିଃଇ ଲେକାଇଙ୍ଗ୍ ଆଟ୍କାରେ ତାନା।" 23 ନେ'ଲେକାତେ ଇସାକ୍ ଯାକୁବ୍କେ କା ସାରିଉରୁମ୍ ଦାଡ଼ିକିୟା, ଚିୟାଃଚି ଇନିଃଦ ହାଗାତେ ଏଷୌ ଲେକାଗି ତିଃଇ ତାୟାଃକେ ଉବ୍ତେ ପେରେଜାକାଦ୍ ତାଇକେନା। ଏନ୍ତେ ଇସାକ୍ ଯାକୁବ୍କେ ଆଶିଷ୍ ଏମ୍ ନାଙ୍ଗ୍ ସେକାଡ଼ାକାନ୍ ତାଇକେନ୍ ଇମ୍ତା, 24 ଆଡଃମିସା ଇନିଃକେ କୁଲିକିୟା, "ଆମ୍ ସାର୍ତିଗି ଚିନାଃ ଆଇଁୟାଃ ହନ୍ ଏଷୌ ତାନ୍ମେ ?"
ଇନିଃ କାଜିକିୟାଏ, "ହେଗି, ଆଇଙ୍ଗ୍ ଇନିଃଗି ତାନିଙ୍ଗ୍।"
25 ଇମ୍ତା ଇସାକ୍ କାଜିକିୟାଏ, "ଏ ହନ୍, ଆମ୍ ଆଉୱାକାଦ୍ ମାସ୍ଉତୁ ଆଇଁୟାଃ ହେପାଦ୍ତେ ଆଉୱେମେ। ଏନା ଜମ୍କେଦ୍ତେ ଆଇଙ୍ଗ୍ ଆମ୍କେ ଆଇଁୟାଃ ଆଶିଷ୍ ଏମାମେୟାଁଇଙ୍ଗ୍।" ଯାକୁବ୍ ଇନିୟାଃ ହେପାଦ୍ତେ ଏନ୍ ମାସ୍ଉତୁ ଆଉକେଦାଏ ଓଡ଼ୋଃ ଇସାକ୍ ଏନାକେ ଜମ୍କେଦା, ଏନ୍ତେ ଦାଖ୍ରାସି ହଗି ଆଉକେଦା, ଏନାକେ ହଗି ନୁଁ'କେଦା। 26 ଏନ୍ତେ ଇସାକ୍ ହନ୍ତେକଡ଼ାକେ କାଜିକିୟା, "ଏ ହନ୍, ନାହାଁଃ ଆମ୍ ଆଇଁୟାଃ ହେପାଦ୍ତେ ହିଜୁଃକେଦ୍ତେ ଆଇଙ୍ଗ୍କେ ଚଅଃଇଙ୍ଗ୍ମେଁ।" 27 ଇନିଃ ଆପୁତେୟାଃ ହେପାଦ୍ ସେନ୍କେଦ୍ତେ ଚଅଃକିଃ ହରାତେ, ଇସାକ୍ ଇନିୟାଃ ଲିଜାଃରାଃ ସହାନ୍ ନାମ୍କେଦ୍ ଆଶିଷ୍କେଦ୍ତେ କାଜିକିୟା, "ନେଲେପେ, ପ୍ରାଭୁଆଃ ହରାତେ ଆଶିଷ୍ ନାମାକାଦ୍ ଲୟଙ୍ଗ୍ରାଃ ବୁଗିନ୍ସହାନ୍ ଲେକା ହନିଙ୍ଗ୍କଡ଼ାରାଃ ବୁଗିନ୍ସହାନ୍ ମେନାଃ। 28 ପାର୍ମେଶ୍ୱାର୍ ଆମ୍କେ ସିର୍ମାରେୟାଃ ଶିଶିର୍ଦାଆଃ ଓଡ଼ୋଃ ଅତେରେୟାଃ ବୁଗିନ୍ ହାଁସାଏତେ ଜ'ତାନ୍ ପୁରାଃ ହିତା ଜ' ଓଡ଼ୋଃ ନାୱା ଦାଖ୍ରାସିତେ ପେରେଃମେକା, 29 ପୁରାଃ ହଡ଼କ ଆମାଃ ଦାସି ଲେକା ସୁନୁସାର୍ କାମିକ କାମିକା ଓଡ଼ୋଃ ପୁରାଃ କିଲିକ ଆମ୍କେ ଜହାର୍ମେକା। ଆମ୍ ଆମାଃ କୁଟୁମ୍କଆଃ ଗମ୍କେ ହବାଅଃମେ ଓଡ଼ୋଃ ଆମାଃ ଏଙ୍ଗାରାଃ ହନ୍କ ଆମ୍କେ ଜହାର୍ମେକାକ। ଜେତାଏ ଆମ୍କେ ସାର୍ପାଅମେରେ, ଇନିଃ ସାର୍ପାଅଃକାଏ ଓଡ଼ୋଃ ଜେତାଏ ଆମ୍କେ ଆଶିଷ୍ମେରେ, ଇନିଃ ଆଶିଷ୍ ନାମେକାଏ।"
30 ଇସାକ୍ ଯାକୁବ୍କେ ଆଶିଷ୍ ଏମ୍ ଚାବାକିୟାଏ ଓଡ଼ୋଃ ଯାକୁବ୍ ଆୟାଃ ଆପୁତେତାଃଏତେ ସେନଃୟାନ୍ଚି ଯାକୁବ୍ରାଃ ହାଗାତେ ଏଷୌ ବୁରୁ ସାଙ୍ଗାର୍କେଦ୍ତେ ହିଜୁଃୟାନା। 31 ଏଷୌ ହଗି ସିବିଲାନ୍ଗି ମାସ୍ଉତୁ ଆନ୍ଦାଃକେଦା ଓଡ଼ୋଃ ଆୟାଃ ଆପୁତେତାଃ ଆଉକେଦ୍ତେ କାଜିକିୟା, "ହେ ଆବା, ବିରିଦ୍କେଦ୍ତେ ଦୁବ୍ମେ, ଆଇଙ୍ଗ୍ ଆମାଃ ନାଙ୍ଗ୍ ମିରିକ୍ମାସ୍ ସିବିଲାନ୍ଗି ଆନ୍ଦାଃକେଦ୍ତେ ଆଉକାଦାଇଙ୍ଗ୍, ଏନାକେ ଜମ୍କେଦ୍ତେ ଆଇଙ୍ଗ୍କେ ଆଶିଷ୍ ଏମାଇଙ୍ଗ୍ମେ।"
32 ଇସାକ୍ କୁଲିକିୟାଏ, "ଆମ୍ ଅକଏ ତାନ୍ମେ ?"
ଇନିଃ କାଜିକିୟାଏ, "ଆଇଙ୍ଗ୍ ଆମାଃ ମାରାଙ୍ଗ୍ ହନ୍କଡ଼ା ଏଷୌ ତାନିଙ୍ଗ୍।"
33 ଏନା ଆୟୁମ୍କେଦ୍ତେ ଇସାକ୍ ପୁରାଃଗି ଥାର୍ଥାରାଅୟାନା ଓଡ଼ୋଃ କାଜିକିୟାଏ, "ତାବ୍ଦ ଅକଏ ମିରିକ୍ମାସ୍ ଆନ୍ଦାଃକେଦ୍ତେ ଆଇଁୟାଃ ନାଙ୍ଗ୍ ଆଉକାଦ୍ ତାଇକେନାଏ, ଓଡ଼ୋଃ ଆମ୍ ସେଟେର୍ ସିଦାରେ ଆଇଙ୍ଗ୍ ଏନା ଜମ୍କେଦ୍ତେ ଇନିଃକେ ଆଶିଷ୍ ଏମ୍କିୟାଇଙ୍ଗ୍ ? ଓଡ଼ୋଃ ଇନିଃଗି ଆଶିଷ୍ ନାମେୟାଏ।"
34 ଏଷୌ ଆପୁତେୟାଃ ନେ କାଜି ଆୟୁମ୍କେଦ୍ତେ ମନ୍ରେ ତାନ୍ଦ୍ରାଅୟାନ୍ଲଃ ପୁରାଃ କାଉରିକେଦ୍ତେ ରାଆଃକେଦା ଓଡ଼ୋଃ ଆପୁତେକେ କାଜିକିୟା, "ହେ ଆବା, ଆଇଙ୍ଗ୍କେ ହଗି ଆଶିଷ୍ ଏମାଇଙ୍ଗ୍ମେ।"
35 ଇସାକ୍ କାଜିକିୟାଏ, "ତାବ୍ଦ ଆମାଃ ହାଗାମ୍ ହିଜୁଃକେଦ୍ତେ ଆଇଙ୍ଗ୍କେ ବେଦାକେଦ୍ଲଃ ଆଶିଷ୍ ତାମାଃ ଇଦିକେଦାଏ।"
36 ଏଷୌ କାଜିକିୟାଏ, "ଏନା ନାଗେନ୍ତେଗି ଇନିୟାଃ ନୁତୁମ୍ ଯାକୁବ୍ ଏମାକାନା। ଚିଆଃଚି ଇନିଃ ଆଇଙ୍ଗ୍କେ ବାର୍ସାତେ ବେଦାକେଦିୟାଁ। ଇନିଃ ଆଇଁୟାଃ ମାରାଙ୍ଗ୍ ହବାଅଃରେୟାଃ ଆକ୍ତେୟାର୍ ଇଦିକେଦାଏ ଓଡ଼ୋଃ ନାହାଃଁ ଆଇଁୟାଃ ନାମେ ଆଶିଷ୍କେ ହଗି ଇଦିକେଦା।" ଏଷୌ ଆଡଃଗି ଆପୁତେକେ କାଜିକିୟା, "ଆମ୍ ଚିନାଃ ଆଇଁୟାଃ ନାଙ୍ଗ୍ ମିଆଁଦ୍ ହଗି ଆଶିଷ୍ କାମ୍ ଦହ ?"
37 ଇସାକ୍ ଏଷୌକେ କାଜିକିୟା, "ନେଲେମେ, ଆଇଙ୍ଗ୍ ଇନିଃକେ ଆମାଃ ଗମ୍କେ ଓଡ଼ୋଃ ଆୟାଃ ସବେନ୍ କୁଟୁମ୍କକେ ଆୟାଃ ଆକ୍ତେୟାର୍ରେ ଦହକାଦ୍କଆ। ଆଇଙ୍ଗ୍ ଇନିଃକେ ହିତା ଜ ଓଡ଼ୋଃ ନାୱା ଦାଖ୍ରାସିଙ୍ଗ୍ ଏମ୍କିୟା, ଏ ହନ୍, ଆମାଃ ନାଗେନ୍ତେ ଓଡ଼ୋଃ ଚିନାଃଇଙ୍ଗ୍ ରିକା ଦାଡ଼ିୟା ?"
38 ଏଷୌ ଆପୁତେକେ କାଜିକିୟା, "ହେ ଆବା, ଆମାଃ ଚିନାଃ ମିଆଁଦ୍ ଏସ୍କାର୍ ଆଶିଷ୍ ତାଇକେନା ? ହେ ଆବା, ଆଇଙ୍ଗ୍କେ ହଗି ଆଶିଷ୍ ଏମାଇଙ୍ଗ୍ମେ।" ନେଆଁ କାଜିକେଦ୍ଲଃ ଏଷୌ କାଉରିକେଦ୍ତେ ରାଆଃ ଏଟେଦ୍କେଦା।
39 ଏନ୍ତେ ଆପୁତେ ଇସାକ୍ ଇନିଃକେ କାଜିରୁହାଡ଼୍କିୟା,
"ଆମାଃ ତାଇନ୍ ଠାୟାଦ୍ ଅତେରେୟାଃ ବୁଗିନ୍ ହାସାରେ କା ହବାଅଃଆ,
ଓଡ଼ୋଃ ସିର୍ମାରେୟାଃ ଶିଶିର୍ଦାଆଃ ଆମାଃ ନାଗେନ୍ତେ ବାନଃଆ।
40 ଆମ୍ ତାରାଉଡ଼ିଲଃ ଜୀହୁଦଃଆମ୍ ଓଡ଼ୋଃ ହାଗାମ୍ଆଃ ସୁନୁସାର୍ନିଃ ହବାଅଃଆମ୍,
ମେନ୍ଦ ଦାସିୟଃରେୟାଃ ତନଲ୍ କା ସାହାତିଙ୍ଗ୍ୟଁଃ ଲେକା ହବାଅଃ ଇମ୍ତା
ଆମ୍ ଆମାଃ ତାରାନ୍ରେ ଲାଦିୟାକାନ୍ ଆଡ଼୍ନାଏତେ ରାଡ଼ାକେନଃଆମ୍।"
41 ଯାକୁବ୍ ଆପୁତେୟାଃ ଆଶିଷ୍ ନାମ୍କେଦ୍ ହରାତେ ଏଷୌ ଇନିଃକେ ହିସ୍ଙ୍ଗାକିୟାଏ ଓଡ଼ୋଃ ମନ୍ରେ ଉଡ଼ୁଃକେଦ୍ତେ କାଜିକେଦା, "ଆଇଁୟାଃ ଆପୁଆଃ ଗନଏଃ ନେଣ୍ଡା ସେଟେର୍ୟାନ୍ଗିଆ, ଏନ୍ତେ ଆଇଙ୍ଗ୍ ଯାକୁବ୍କେ ଗନଏଃ ସାଜାଇ ଏମାଇୟାଇଙ୍ଗ୍।"
42 ମେନ୍ଦ ମାରାଙ୍ଗ୍ ହନ୍ତେକଡ଼ା ଏଷୌରାଃ ନେ'ଲେକାନ୍ କାଜିକେ ରିବ୍କା ଆୟୁକେଦାଏ। ଏନାତେ ରିବ୍କା ଆୟାଃ ହୁଡିଙ୍ଗ୍ ହନ୍ତେକଡ଼ା ଯାକୁବ୍କେ କେଡ଼ାକେଦ୍ତେ କାଜିକିୟା, "ନେଲେମେ, ଆମାଃ ହାଗାମ୍ ଏଷୌ ଆମାଃ ଜୀଉ ଇଦି ନାଗେନ୍ତେ ଉହାଟ୍ତାନା। ଓଡ଼ୋଃ ଏନା ଉଡ଼ୁଃତାନ୍ଲଃ ଆପାନ୍କେ ଜୀଉରାଡ଼େଃ ଏମଃତାନାଏ। 43 ଏନାମେନ୍ତେ, ଏ ହନ୍, ନାହାଁଃ ଆମ୍ ଆଇଁୟାଃ କାଜି ଆୟୁମେମ୍ ଓଡ଼ୋଃ ହାରାନ୍ ନାଗାର୍ରେ ତାଇନଃତାନ୍ ଆଇଁୟାଃ ହାଗାଇଙ୍ଗ୍ ଲାବନ୍ତାଃତେ ସେନଃମେ। 44 ଆମାଃ ହାଗାମ୍ଆଃ ପୁରାଃ ଖିସ୍ ଆଉରି ରାଡ଼େଜଃ ଜାକେଦ୍ ଏନ୍ତାଃରେଗି ତାଇନ୍ମେ; 45 ଆମ୍ ହାଗାମାଃ ଚେତାନ୍ରେ ରିକାକାଦ୍ତେୟାଃ, ଇନିଃ ରିଡ଼ିଙ୍ଗ୍ତାଃଏ ଓଡ଼ୋଃ କିସ୍ତାୟାଃ ରାଡ଼େଃକେନଃ ଇମ୍ତା, ଆଇଙ୍ଗ୍ ଏନ୍ତାଃ ହଡ଼ କୁଲ୍କେଦ୍ତେ ଆମ୍କେ କେଡ଼ା ଆଉମାଇଙ୍ଗ୍। ଆଇଙ୍ଗ୍ ମୁସିଙ୍ଗ୍ତେଗି ଆବେନ୍ ବାରାନ୍କିନ୍କେ ଚିନାଃମେନ୍ତେଇଙ୍ଗ୍ ଆଦ୍ବେନା ?"
46 ଏନ୍ତେ ରିବ୍କା ଇସାକ୍କେ କାଜିକିୟା, "ନେ ହିତ୍ତିୟ କୁଡ଼ିକ ନାଗେନ୍ତେ ଆଇଙ୍ଗ୍ ଆଇଁୟାଃ ଜୀଉରେ ପୁରାଃଗିଇଙ୍ଗ୍ ଖିସ୍କାନା। ଯାକୁବ୍ ହଗି ନେ ଦିଶୁମ୍ରେନ୍ ହିତ୍ତିୟ କୁଡ଼ିକକେ ଆଣ୍ଦିୟଃ ରେଦ ଆଇଁୟାଃ ଜୀଦାନ୍ରେ ଓଡ଼ୋଃ ଚିକାନ୍ ସୁକୁ ତାଇନାଃ ?"