1 ଯାକୁବ୍ ଆୟାଃ ସବେନାଃ ସାବ୍କେଦ୍ତେ ଅଡଙ୍ଗ୍ୟାନା ଓଡ଼ୋଃ ବେର୍ଶେବା ନୁତୁମ୍ ଠାୟାଦ୍ତାଃ ସେଟେର୍ୟାନ୍ଚି ଆୟାଃ ଆପୁ ଇସାକ୍ଆଃ ପାର୍ମେଶ୍ୱାର୍ଆଃ ନୁତୁମ୍ତେ ଦାଣେଁ ରାକାବ୍କେଦାଏ। 2 ଏନ୍ତେ ପାର୍ମେଶ୍ୱାର୍ ଯାକୁବ୍କେ ନୁବାଃ ଇମ୍ତା ଦାର୍ଶାନ୍ରେ କାଜିକିୟା, "ହେ ଯାକୁବ୍, ହେ ଯାକୁବ୍ !"
ଏନ୍ତେ ଯାକୁବ୍ କାଜିରୁହାଡ଼୍କିୟାଏ, "ହେଗି ଗମ୍କେ, ଆଇଙ୍ଗ୍ ନେତାଃରେ ମେନାଇଁୟାଃ।"
3 ଇନିଃ କାଜିକେଦାଏ, "ଆଇଙ୍ଗ୍ ପାର୍ମେଶ୍ୱାର୍, ଆମାଃ ଆପୁଆଃ ପାର୍ମେଶ୍ୱାର୍ ତାନିଙ୍ଗ୍। ଆମ୍ ମିସାର୍ ଦିଶୁମ୍ତେ ସେନଃ ନାଙ୍ଗ୍ ଆଲମ୍ ବରୟା, ଚିୟାଃଚି ଆଇଙ୍ଗ୍ ଆମ୍କେ ଏନ୍ତାଃରେ ମିଆଁଦ୍ ମାରାଙ୍ଗ୍ କିଲି ବାଇମାଇଙ୍ଗ୍। 4 ଆଇଙ୍ଗ୍ ଆମାଃଲଃ ମିସାର୍ ଦିଶୁମ୍ତେ ସେନାଇଙ୍ଗ୍ ଓଡ଼ୋଃ ଆମାଃ କିଲିକକେ ସାର୍ତିଗିଇଙ୍ଗ୍ ଆଉ ରୁହାଡ଼୍ମେୟା। ଓଡ଼ୋଃ ଆମାଃ ଜୀଉ ଟୁଣ୍ଡୁଃ ଇମ୍ତା ଯୋଷେଫ୍ ଆମାଃଲଃ ତାଇନାଏ।"
5 ଏନ୍ତେ ଯାକୁବ୍ ବେର୍ଶେବାଏତେ ସେନ୍ ନାଙ୍ଗ୍ ଅଡଙ୍ଗ୍ୟାନାଏ ଓଡ଼ୋଃ ଫାରୋ ଇନ୍କୁ ନାଙ୍ଗ୍ କୁଲାକାଦ୍ ଗାଡ଼ିରେ ଯାକୁବ୍, ହନ୍ଗାଁଣାକ ଓଡ଼ୋଃ କୁଡ଼ିକ ଦୁବ୍କେଦ୍ତେ ସେନଃୟାନାକ। 6 ଯାକୁବ୍, ଆୟାଃ ହନ୍ଗାଁଣା, ଅଡ଼ାଃ ଆସୁଲ୍ ଜାଁତୁକ ଓଡ଼ୋଃ କିନାନ୍ ଦିଶୁମ୍ରେ କାମିକାଦ୍ ସବେନ୍ ଖୁର୍ଜିକ ଆୟାଃଲଃ ଇଦିକେଦ୍ତେ ମିସାର୍ ଦିଶୁମ୍ତେ ସେନଃୟାନା। 7 ଯାକୁବ୍ ଆୟାଃ ହନ୍, ହନ୍କୁଡ଼ି ଓଡ଼ୋଃ ଜାଇହନ୍, ସବେନ୍କକେ ମିସାର୍ ଦିଶୁମ୍ତେ ଇଦିକେଦ୍କଆ।
8 ଯାକୁବ୍ଲଃ ମିସାର୍ ଦିଶୁମ୍ତେ ସେନାକାନ୍ ହନ୍ଗାଁଣାକଆଃ ନୁତୁମ୍ରାଃ ତାଲିକା, ଯାକୁବ୍ଆଃ ମାରାଙ୍ଗ୍ ହନ୍କଡ଼ା ରୁବେନ୍। 9 ରୁବେନ୍ଆଃ ହନ୍କ ହବାଅଃତାନା, ହନୋକ୍, ପଲୁ, ହିସ୍ରୋନ୍ ଓଡ଼ୋଃ କାର୍ମି। 10 ଶିମିୟୋନ୍ରାଃ ହନ୍କ ହବାଅଃତାନା, ଯିମୁଏଲ୍, ଯାମିନ୍, ଓହଦ୍, ଯାଖିନ୍, ସୋହର୍ ଓଡ଼ୋଃ ଶିମିୟନ୍ରାଃ କିନାନିୟ କୁଡ଼ିତାଏତେ ଜାନାମାକାନ୍ ହନ୍କଡ଼ା ଶୌଲ୍। 11 ଲେବୀରାଃ ହନ୍କ ହବାଅଃତାନା, ଗେର୍ଶୋନ୍, କହାତ୍ ଓଡ଼ୋଃ ମରାରି। 12 ଯିହୁଦାରାଃ ହନ୍କ ହବାଅଃତାନା, ଏର୍, ଓନନ୍, ସେଲା, ପେରସ୍, ଓଡ଼ୋଃ ସେରହ, ମେନ୍ଦ ଏର୍ ଓଡ଼ୋଃ ଓନନ୍ କିନାନ୍ ଦିଶୁମ୍ରେଗି ଗଜାକାନ୍ ତାଇକେନାକିନ୍। ପେରସ୍ରାଃ ହନ୍କ ହବାଅଃତାନା, ହିସ୍ରୋନ୍ ଓଡ଼ୋଃ ହାମୁଲ୍। 13 ଇଷାଖର୍ରାଃ ହନ୍କ ହବାଅଃତାନା, ତୋଲୟ, ପୁୟ, ଯୋବ୍ ଓଡ଼ୋଃ ସିମ୍ରୋନ୍। 14 ସବ୍ଲୁନ୍ରାଃ ହନ୍କ ହବାଅଃତାନା, ସେରଦ୍, ଏଲୋନ୍ ଓଡ଼ୋଃ ଯହଲେଲ୍। 15 ନେ ସବେନ୍କ ହବାଅଃତାନା, ପଦାନ୍ ଅରାମ୍ରେ ତାଇକେନ୍ ଇମ୍ତା ଲେୟାତାଃଏତେ ଜାନାମାକାନ୍ ଯାକୁବ୍ଆଃ ହନ୍କ ଓଡ଼ୋଃ ମିଆଁଦ୍ ହନ୍କୁଡ଼ି ତାଇକେନା, ଇନିୟାଃ ନୁତୁମ୍ ଦିନା। ନେ ସବେନ୍ କଡ଼ାହନ୍ ଓଡ଼ୋଃ କୁଡ଼ିହନ୍ ମେସାକେଦ୍ତେ ମିଦ୍ହିସି ଗେଲ୍ ଆପିୟା ତାଇକେନାକ।
16 ଗାଦ୍ରାଃ ହନ୍କ ହବାଅଃତାନା, ସିଫୋନ୍, ହାଗି, ସୁନି, ଇଷ୍ବୋନ୍, ଏରି, ଆରୋଦ୍ ଓଡ଼ୋଃ ଆରେଲି। 17 ଆସେର୍ରାଃ ହନ୍କ ହବାଅଃତାନା, ଯିମ୍ନା, ଯିଶ୍ବା, ଯିଶ୍ବି, ବେରିୟ, ଓଡ଼ୋଃ ଇନ୍କୁଆଃ ମିଶିତେୟାଃ ନୁତୁମ୍ ସେରହା। ବେରିୟରାଃ ହନ୍କ ହବାଅଃତାନା, ହେବର୍ ଓଡ଼ୋଃ ମଲ୍କିୟେଲ୍। 18 ଲାବନ୍ ଆୟାଃ ହନ୍କୁଡ଼ି ଲେୟାକେ ସିଲ୍ପା ନୁତୁମ୍ ମିଆଁଦ୍ କାମ୍ଡ଼ିକୁଡ଼ି ଏମାକାଇ ତାଇକେନା। ଇନିଃ ଯାକୁବ୍ଆଃ ନେ ହନ୍କକେ ଜାନାମାକାଦ୍କ ତାଇକେନା। ଏନ୍ ସବେନ୍କ ମେସାକେଦ୍ତେ ଗେଲ୍ତୁରିୟା ଝାନ୍ ତାଇକେନାକ।
19 ଯାକୁବ୍ଆଃ କୁଡ଼ି ରାହେଲ୍ରାଃ ବାରିୟା ହନ୍କିନ୍ ତାଇକେନା, ଇନ୍କିନାଃ ନୁତୁମ୍ ଯୋଷେଫ୍ ଓଡ଼ୋଃ ବେଞ୍ଜାମିନ୍। 20 ମିସାର୍ରେ ଯୋଷେଫ୍ଆଃ ବାରିୟା ହନ୍ ତାଇକେନାକିନ୍, ମନଶି ଓଡ଼ୋଃ ଇଫ୍ରାଇମ୍। ଇନ୍କିନ୍କେ ଓନ୍ ନାଗାର୍ରେନ୍ ଯାଜାକ୍ ପୋଟିଫେର୍ଆଃ ହନ୍ତେକୁଡ଼ି ଆସ୍ନତ୍ ଜାନାମ୍କାଦ୍କିନ୍ ତାଇକେନାଏ। 21 ବେଞ୍ଜାମିନ୍ରାଃ ହନ୍କ ହବାଅଃତାନା, ବେଲା, ବେଖର୍, ଅସ୍ବେଲ୍, ଗେରା, ନାମନ୍, ଏହି, ରୋଶ୍, ମପିମ୍, ହପିମ୍ ଓଡ଼ୋଃ ଆର୍ଦ। 22 ନେ ସବେନ୍କ ଯାକୁବ୍ଆଃ କୁଡ଼ି ରାହେଲ୍ତାଃଏତେ ଜାନାମାକାନ୍ ତାଇକେନାକ। ଏନ୍ ସବେନ୍କକେ ମେସାକେଦ୍ତେ ଗେଲ୍ଉପୁନିୟା ଝାନ୍ ତାଇକେନାକ।
23 ଦାନ୍ରାଃ ହନ୍ତେକଡ଼ା ହୁଶିମ୍। 24 ନପ୍ତାଲିରାଃ ହନ୍କ ହବାଅଃତାନା, ଯହସିୟେଲ୍, ଗୁନି, ଯାସେର୍ ଓଡ଼ୋଃ ଶିଲେମ୍। 25 ଲାବନ୍ ଆୟାଃ ହନ୍ତେକୁଡ଼ି ରାହେଲ୍କେ ବିଲ୍ହା ନୁତୁମ୍ କାମ୍ଡ଼ିକୁଡ଼ିକେ ଏମାକାଇ ତାଇକେନା। ଇନିୟାଃ ହରାତେ ଯାକୁବ୍ ନାଙ୍ଗ୍ ନେ ହନ୍କ ଜାନାମାକାନ୍ ତାଇକେନା। ଇନ୍କୁ ଏୟା ଝାନ୍ ତାଇକେନାକ।
26 ଯାକୁବ୍ଆଃ କିମିନ୍କକେ ବାଗିକେଦ୍ତେ ଆୟାଃଲଃ ମିସାର୍ତେ ସେନାକାନ୍ ହନ୍ଗାଁଣାକ ଆପିହିସି ତୁରିୟା ଝାନ୍ ତାଇକେନାକ। 27 ମିସାର୍ ଦିଶୁମ୍ରେ ଯୋଷେଫ୍ଆଃ ଅକ ହନ୍କିନ୍ ଜାନାମ୍ୟାନା, ଇନ୍କିନ୍କେ ମେସାକେଦ୍ତେ ଯାକୁବ୍ଆଃ ପାରିବାର୍ରେନ୍ ଆପିହିସି ଗେଲେୟା ଝାନ୍ ତାଇକେନାକ।
28 ଗୋଶେନ୍ ପାର୍ଗାନ୍ତେ ସେନ୍ରାଃ ହରା ଉଦୁବ୍ ନାଙ୍ଗ୍ ଯାକୁବ୍ ଯିହୁଦାକେ ଯୋଷେଫ୍ତାଃ ସିଦାରେ କୁଲ୍କିୟା। ଏନ୍ତେ ଇନ୍କୁ ଗୋଶେନ୍ତେ ସେଟେର୍ୟାନାକ। 29 ଯୋଷେଫ୍ ସାଦମ୍ଗାଡ଼ି ସେକାଡ଼ାକାଦ୍ ତାଇକେନାଏ ଓଡ଼ୋଃ ଆପୁ ଇସ୍ରାଏଲ୍ଲଃ ନେପେଲ୍ ନାଙ୍ଗ୍ ଗୋଶେନ୍ ପାର୍ଗାନ୍ତେ ସେନଃୟାନା। ଯୋଷେଫ୍ ଆପୁତେକେ ନେଲ୍ଲଃଗି ହାମ୍ବୁଦ୍କିୟାଏ ଓଡ଼ୋଃ ପୁରାଃ ଘାଡ଼ି ଜାକେଦ୍ ରାଆଃକେଦାଏ। 30 ଯାକୁବ୍ ଯୋଷେଫ୍କେ କାଜିକିୟା, "ଆମ୍ ଜୀନିଦ୍ଗି ମେନାମେୟାଁ ଓଡ଼ୋଃ ଆଇଙ୍ଗ୍ ଆଇଁୟାଃ ମେଦ୍ତେ ନେଲ୍କେଦ୍ମାଇଙ୍ଗ୍, ଏନାମେନ୍ତେ ନାହାଁଃ ଆଇଙ୍ଗ୍ ଗଜଃରେୟଗି ବାଇୟୁଃଆ।"
31 ଏନ୍ତେ ଯୋଷେଫ୍ ଆୟାଃ ହାଗାକକେ ଓଡ଼ୋଃ ଅଡ଼ାଃରେନ୍କକେ କାଜିକେଦ୍କଆ, "ଆଇଙ୍ଗ୍ ସେନ୍କେଦ୍ତେ ଫାରୋଲଃ ଜାଗାର୍କେଦ୍ତେ କାଜିୟାଇଙ୍ଗ୍, ‘କିନାନ୍ ଦିଶୁମ୍ଏତେ ଆଇଁୟାଃ ହାଗାକ ଓଡ଼ୋଃ ଅଡ଼ାଃରେନ୍ ସବେନ୍କ ଆଇଙ୍ଗ୍ତାଃ ହିଜୁଃକାନାକ। 32 ଇନ୍କୁ ଆସୁଲ୍ ଜାଁତୁ ଗୁପି ହଡ଼କ ଓଡ଼ୋଃ ଜାଁତୁଆସୁଲ୍ ହଡ଼କ ତାନ୍କ, ଏନାଗି ଆକଆଃ କାମି ତାନାଃ। ଏନାତେ ଇନ୍କୁ ଆକଆଃ ଗୋଟ୍ରେନ୍ ଆସୁଲ୍ ଜାଁତୁକକେ ଆଉକେଦ୍ତେ ହିଜୁଃକାନାକ।’ 33 ଫାରୋ ଆପେକେ କେଡ଼ାକେଦ୍ତେ ଆପେୟାଃ କାମି ଚିନାଃତାନାଃ ? ମେନ୍ତେ କୁଲିପେ ଇମ୍ତା, ଆପେ କାଜିପେ, 34 ‘ଆଲେ ଆମାଃ ଦାସିତାନ୍ଲେ, ଆଲେ ଆଲେୟାଃ ମିଦ୍ ସିଟିୟାଏତେ ନାହାଁଃ ଜାକେଦ୍ ଗୋଟ୍ରେନ୍ ଆସୁଲ୍ ଜାଁତୁ ଦହକାଦ୍କଆଲେ, ଆଲେୟାଃ ପୁର୍ଖା ଆପୁକ ହଗି ନେ'କାମିଗି ରିକା ତାଇକେନାକ।’ ତାବ୍ଦ ଆପେ ଗୋଶେନ୍ ପାର୍ଗାନ୍ରେ ତାଇନ୍ ଦାଡ଼ିୟାପେ, ଚିଆଃଚି ଜାଁତୁଆସୁଲ୍ ହଡ଼କକେ ମିସାର୍ରେନ୍ ହଡ଼କ ହିଁଣି ଲେକା ନେଲ୍ ତାଇକେନାକ।"